ଫିରିଙ୍ଗିଆ, ୨/୪-କନ୍ଧମାଳ ଜିଲ୍ଲା ଅବକାରୀ ସ୍ବତନ୍ତ୍ର ସ୍କ୍ୱାର୍ଡ ଗୋଛପଡ଼ା ଥାନା ଅନ୍ତର୍ଗତ ବାଳନ୍ଦା ପଡା ପଞ୍ଚାୟତର କଞ୍ଜାମାଇ ଗ୍ରାମ ନିକଟରେ ଥିବା ଜଙ୍ଗଲରେ ଚଢ଼ାଉ କରି 34ଟି ଜରି ଅଖା ବସ୍ତା ରେ ଘଞ୍ଜେଇ ବସ୍ତା ଜବତ କରିଛନ୍ତି l ଏହି 34 ବସ୍ତା ରେ 8 କୁଇଣ୍ଟାଲ 50 କେଜି ଗଞ୍ଜେଇ ମୂଲ୍ୟ 85 ଲକ୍ଷ୍ୟ ଟଙ୍କା ଗଞ୍ଜେଇର ମୂଲ୍ୟ ଥିବା ଜଣା ପଡ଼ିଛି l ଅବକାରୀ ଅଧିକ୍ଷକ ସୁଶାନ୍ତ କୁମାର ପାଢ଼ୀ ଙ୍କ ନିର୍ଦ୍ଦେଶ କ୍ରମେ ଅବକାରି ସ୍ୱତନ୍ତ୍ର ଟିମ୍ ର ଇନସ୍ପେକ୍ଟର ପୂର୍ଣ୍ଣ ଚନ୍ଦ୍ର ବେହେରା ଙ୍କ ନେତୃତ୍ୱରେ ଭବାନୀ ଶଙ୍କର ସେଠୀ ,ବିନୋଦ କୁମାର୍ ବସ୍କ ,ପ୍ରକାଶ କୁମାର୍ ମଲ୍ଲିକ,ସୁମିତ୍ରା ଦଳେଇ ମିଶି ଚଢାଉ କରିଥିଲେ l ସୂଚନା ପ୍ରକାରେ ଟିମ ଗୋଛାପଡା ଅଂଚଳରେ ପେଟ୍ରୋଲିଙ୍ଗ କରୁଥିବା ବେଳେ କୌଣସି ସୂତ୍ରରୁ ଖବର ପାଇ ଜଙ୍ଗଲରେ ଚଢ଼ାଉ କରିଥିଲେ l ଜଙ୍ଗଲ ମଧ୍ୟରେ ଗଛ ଡ଼ାଳ ଘୋଡାଇ ବିକ୍ରି ପାଇଁ ରଖା ଯାଇଥିଲା ।ଏନେଇ ୧/୨୫ ମାମଲା ରୁଜୁ କରିଛି ଅବକାରୀ ବିଭାଗ ବୋଲି ସୂଚନା ମିଳିଛି।
