ଜିଲ୍ଲା

କନ୍ଧମାଳ ଜିଲ୍ଲା ମିଡ଼ିଆ ଫୋରମର ପକ୍ଷରୁ ମାଗଣା ଦନ୍ତ ଚିକିତ୍ସା ଶିବିର ଅନୁଷ୍ଠିତ

କନ୍ଧମାଳ ଜିଲ୍ଲା ମିଡ଼ିଆ ଫୋରମର ପକ୍ଷରୁ ମାଗଣା ଦନ୍ତ ଚିକିତ୍ସା ଶିବିର ଅନୁଷ୍ଠିତ

ଫୁଲବାଣୀ 20/3: କନ୍ଧମାଳ ଜିଲ୍ଲାରେ ପ୍ରଥମ ଥର ପାଇଁ କନ୍ଧମାଳ ଜିଲ୍ଲା ମିଡ଼ିଆ ଫୋରମ ପକ୍ଷରୁ ମାଗଣା ଦନ୍ତ ଚିକିତ୍ସା ଶିବିର ସ୍ଥାନୀୟ ବିଜୁ କଲ୍ୟାଣ ମଣ୍ଡପ ଠାରେ ସଂଘ ସଭାପତି ଡ଼ଃ ସୂର୍ଯ୍ୟ ନାରାୟଣ ବେହେରା ଓ ସମ୍ପାଦକ ଶିବ ବିଶ୍ୱାଳଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଥିଲା l ଏହି ଶିବିର କୁ କନ୍ଧମାଳ ଜିଲ୍ଲାର ଯୋଗ ଦେଇ ଶିବିରକୁ ଜିଲ୍ଲା ସ୍ୱାସ୍ଥ୍ୟ ମୁଖ୍ୟ ଚିକିତ୍ସା ଅଧିକାରୀ ସନ୍ତୋଷ କୁମାର ପାଢ଼ୀ ଶୁଭ ଉଦଘାଟନ କରିଥିଲେ l ଏହି ଶିବିରରେ ସୁଦୂର ଚେନାଇ ରୁ ଦନ୍ତ ବିଶେଷଜ୍ଞ ଡା. ରମେଶ ଏବଂ ଡା ମଲ୍ଲର, ଏବଂ ତାଙ୍କ ୧୫ ଜଣିଆ ଟିମ ଆସି ସକାଳ ୯ଟା ରୁ ସନ୍ଧ୍ୟା ପର୍ଯ୍ୟନ୍ତ ଶତାଧିକ ଦାନ୍ତ ସମସ୍ୟାରେ ପୀଡ଼ିତ ଥିବା ପିଲା ଠାରୁ ବୃଦ୍ଧ ଓ ବୃଦ୍ଧା ସମସ୍ତଙ୍କୁ ମାଗଣା ଚିକିତ୍ସା ସହ ଔଷଧ ମଧ୍ୟ୍ୟ ବଣ୍ଟନ କରିଥିଲେ l ଅନ୍ୟ ତମ ଅତିଥି ଭାବରେ ସଙ୍ଘ ଉପଦେଷ୍ଟା ଶିବାନନ୍ଦ ପଟ୍ଟନାୟକ, ଅଜିତ ମହାରଣା, ସୁନୀଲ କୁମାର ବିଶ୍ୱାଳ ଆଇନ ଉପଦେଷ୍ଟା ସତ୍ୟ ନାରାୟଣ ବେହେରା, ବରିଷ୍ଠ ସାମ୍ବାଦିକ ଫିଲି ମୋହନ ନାୟକ, ମୁସ୍କାନ ସୁଆର, ପ୍ରମୁଖ ଯୋଗ ଦେଇଥିଲେ l ଏଥି ସହିତ ସଙ୍ଘ ଉପସଭାପତି ରମେଶ ଚନ୍ଦ୍ର ପ୍ରଧାନ, ସହ ସମ୍ପାଦକ ଶିବ ନାୟକ, ଆଦିତ୍ୟ ପ୍ରସାଦ ତ୍ରିପାଠୀ, ପ୍ରଶାନ୍ତ ଜେନା,କାହ୍ନା ପଟ୍ଟନାୟକ, ସମାଜସେବି ଜୋସେଫ, ବନମାଳୀ ଦିଗାଲ, ବିପ୍ର ଚରଣ ବେହେରା, ସୁନୀଲ, କାଳିଆ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ l

Click to comment

Leave a Reply

Your email address will not be published. Required fields are marked *

ଚର୍ଚ୍ଚିତ ଖବର

To Top