ଜିଲ୍ଲା

କନ୍ଧମାଳ ମୁହାଁ ହେଲେ ଘୁମୁସର ଜଙ୍ଗଲର ୨୮ ଟିକିଆ ହାତୀ ପଲ

କନ୍ଧମାଳ ମୁହାଁ ହେଲେ ଘୁମୁସର ଜଙ୍ଗଲର ୨୮ ଟିକିଆ ହାତୀ ପଲ

ଜି.ଉଦୟଗିରି,- ପୂର୍ବ ବର୍ଷ ଭଳି ଚଳିତ ବର୍ଷ ଘୁମୁସର ଜଙ୍ଗଲରୁ କନ୍ଧମାଳ ମୁହାଁ ହୋଇଛନ୍ତି ୨୮ ଟିକିଆ ହାତୀପଲ I ସୂଚନା ଅନୁସାରେ ଗତକାଲି ଅର୍ଥାତ ଶନିବାର ମଧ୍ୟ ରାତ୍ରୀରେ ଜି.ଉଦୟଗିରି ବ୍ଲକ କଳିଙ୍ଗା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ସୁଜେଲି ଗ୍ରାମ ନିକଟସ୍ଥ ଡାଗାରମୁଣ୍ଡା ର କାଟିବାଜୁ ଅଞ୍ଚଳ ରେ ୨୮ ଟିକିଆ ଜଙ୍ଗଲୀ ହାତୀପଲ ପଶି ଫସଲ ଖାଇବା ସହ ନଷ୍ଟ କରିଥିବା ନେଇ ଅଭିଯୋଗ ହୋଇଛି I ଛୋଟ ବଡ଼ ମିଶି ୨୮ ଟି ହାତୀଙ୍କ ପାଦ ଚି଼ହ୍ନ,ମଳ ଚାଷ ଜମିରେ ଚାଷ ଜମିରେ ଦେଖିବା ସହ ହାତୀପଲ ବ୍ୟାପକ ଫସଲ କ୍ଷୟକ୍ଷତି କରିଥିବା ଦେଖିବାକୁ ମିଳିଛି I ସୁଜେଲି ଗ୍ରାମବାସୀ ଙ୍କ ମଧ୍ୟରେ ରାମନାଥ ପ୍ରଧାନ,କରନ ସାହୁ,ସୁମନ୍ତ ପ୍ରଧାନ, ରୁନା ପ୍ରଧାନ,ରୋଦନା ପ୍ରଧାନ,ବକ୍ସି ପ୍ରଧାନଙ୍କ କହିବା ଅନୁସାରେ ଗତକାଲି ବିଳମ୍ବିତ ରାତିରେ ୨୮ ଟିକିଆ ହାତୀ ପଲ ଆସି ତାଙ୍କ ଚାଷ ଜମିରେ ପଶି ବ୍ୟାପକ ଫସଲ ନଷ୍ଟ କରିଥିଲେ I ଆନୁମାନିକ ଭାବେ ଲୋକଙ୍କ କହିବା ପ୍ରକାରେ ଦନ୍ତା ହାତୀ ୩ ଗୋଟି, ଛୁଆ ହାତୀ ୧୫ ଗୋଟି ଏବଂ ବଡ଼ ହାତୀ ୧୦ ଗୋଟି ହାତୀପଲ ମଧ୍ୟରେ ରହିଛନ୍ତି I ଲୋକେ ତାଙ୍କୁ ସେଠାରୁ ଘଉଡାଇବା ରୁ ଜଙ୍ଗଲ ମଧ୍ୟକୁ ପଳେଇଛନ୍ତି I ସଂନ୍ଧ୍ୟା ହେଲେ ପୁଣି ଫସଲ ମୁହାଁ ହୋଇ ପାରନ୍ତି ବୋଲି ଗ୍ରାମବାସୀ ଆଶଙ୍କାରେ ରହିଥିବା କହିଛନ୍ତି I ଜଙ୍ଗଲ ବିଭାଗ କୁ ସୂଚନା ଦେଲେ ସୁଦ୍ଧା କୌଣସି ପଦକ୍ଷେପ ନିଆଯାଇନାହିଁ ବୋଲି ଲୋକେ ଅଭିଯୋଗ ଆଣିଛନ୍ତି I ଏ ନେଇ ଅତିରିକ୍ତ ବନ ସଂରକ୍ଷକ ଅଧିକାରୀ କାଜୋଲ ନାୟକଙ୍କୁ ପଚାରିବାରେ ସେ କହିଲେ ଉକ୍ତ ହାତୀ ପଲ ଉତ୍ତର ବନ ଖଣ୍ଡ ରମ୍ଭା ରେଞ୍ଜକୁ ପଳେଇ ଗଲେ I

Click to comment

Leave a Reply

Your email address will not be published. Required fields are marked *

ଚର୍ଚ୍ଚିତ ଖବର

To Top