ଦେଶ ବିଦେଶ

କୋରାପୁଟରେ ଫିଲ୍ମ ଶୁଟିଂ ପରେ ଫେରିଲେ ଏସ୍‌ଏସ୍‌ଏମ୍‌ବି-୨୯ ଟିମ୍‌

କୋରାପୁଟରେ ଫିଲ୍ମ ଶୁଟିଂ ପରେ ଫେରିଲେ ଏସ୍‌ଏସ୍‌ଏମ୍‌ବି-୨୯ ଟିମ୍‌

କୋରାପୁଟ,20/3 : ଦୀର୍ଘ ୧୫ଦିନ ରହଣି ପରେ କୋରାପୁଟରୁ ଫେରିଗଲେ ସାଉଥ ନିର୍ଦ୍ଦେଶକ ଏସ୍‌ ଏସ୍‌ ରାଜାମୌଲି। ଅଭିନେତା ମହେଶ ବାବୁ ଓ ବଲିଉଡ୍‌ର ଦେଶୀ ଗର୍ଲ ପ୍ରିୟଙ୍କା ଚୋପ୍ରା ଫେରିବା ପୂର୍ବରୁ ଏକ ବିଦାୟକାଳୀନ ସଭା ଭଳି ସୃଷ୍ଟି ହୋଇଥିଲା ଶୁଟିଂ ସେଟ୍‌ରେ। ତଳମାଲିଠାରେ ଜିଲା ପ୍ରଶାସନ ପକ୍ଷରୁ କୋରାପୁଟ ଏସ୍‌ପି ରୋହିତ ବର୍ମାଙ୍କ ସମେତ ଜୟପୁର ଉପଜିଲାପାଳ ଆକବରମା ସସ୍ୟା ରେଡ୍ଡୀଙ୍କ ସମେତ ପ୍ରଶାସନିକ ଅଧିକାରୀ, ବରିଷ୍ଠ ପୋଲିସ ଅଧିକାରୀ, ସ୍ଥାନୀୟ ବିଧାୟକ ତଥା କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡ଼ାମଙ୍କ ସମେତ ସ୍ଥାନୀୟ ବାସିନ୍ଦା ବିଦାୟ ଦେଇଥିଲେ । ଫିଲ୍ମ ଟିମ୍‌ ପକ୍ଷରୁ ନିର୍ଦ୍ଦେଶକ ରାଜାମୌଲୀ, ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ନିଜ ହାତ ଲେଖାରେ କୋରାପୁଟର ଅପୂର୍ବ ସୋନ୍ଦର୍ଯ୍ୟ ଏବଂ ସ୍ଥାନୀୟ ବାସିନ୍ଦାଙ୍କ ଆଥିତ୍ୟତାକୁ ଭୁଲି ହେବନି ବୋଲି ଜଣାଇଛନ୍ତ। ଫିଲ୍ମ ଶୁଟ୍‌କୁ ନେଇ ଚଳଚଞ୍ଚଳ ଥିଲା କୋରାପୁଟ ଜିଲାର ତଲମାଳି, ଦେଓମାଳି । ଫିଲ୍ମ ଶୁଟିଂର ଉତ୍ସ ପାଲଟୁଛି ଓଡ଼ିଶା। ରାଜ୍ୟରେ ବର୍ତ୍ତମାନ ବିଗ୍‌ ବଜେଟ ଫିଲ୍ମ ମାନ ଶୁଟିଂ ହେବାରେ ଲାଗିଛି । ଯାହା ରାଜ୍ୟ ପାଇଁ ଏକ ଗର୍ବର ବିଷୟ..ନିକଟରେ ‘ପୁଷ୍ପା -୨’ ମାଲକାନଗିରି ଜିଲାରେ ଶୁଟିଂ ହୋଇଥିବା ବେଳେ ବର୍ତ୍ତମାନ କୋରାପୁଟରେ ବର୍ତ୍ତମାନ ସାଉଥର ଲୋକପ୍ରିୟ ନିର୍ଦ୍ଦେଶକ ଏସ୍‌ଏସ୍‌ ରାଜାମୌଲୀ, ସୁପରଷ୍ଟାର ମହେଶ ବାବୁ ଏବଂ ଗ୍ଲୋବାଲ ଷ୍ଟାର ପ୍ରିୟଙ୍କା ଚୋପ୍ରା ତାଙ୍କ ଆଗାମୀ ଫିଲ୍ମ ‘SSMB-29’ ଶୁଟିଂ ସାରି ଫେରିଛନ୍ତି। ଏହି ବିଗ୍‌ ବିଜେଟ୍‌ ଫିଲ୍ମ ପାଇଁ ବିଶାଳ ସେଟ ନିର୍ମାଣ କରାଯାଇଛି। କୋରାପୁଟ ଜିଲା ପର୍ଯ୍ୟଟନସ୍ଥଳୀ ଭାବେ ପୂର୍ବରୁ ଲୋକଙ୍କୁ ବେଶ୍‌ ଆକୃଷ୍ଟ କରିଥିବା ବେଳେ ବର୍ତ୍ତମାନ ଏଠାରେ ବିଗ୍‌ ବଜେଟ୍‌ ଫିଲ୍ମ ଶୁଟିଂ ହେବା ଓଡ଼ିଶା ପାଇଁ ଏକ ଗର୍ବର ବିଷୟ। ଗତ ବର୍ଷ ଡିସେମ୍ବର ୫ରେ ରିଲିଜ ହୋଇଥିଲା ଅଲ୍ଲୁ ଅର୍ଜୁନଙ୍କ ଫିଲ୍ମ ‘ପୁଷ୍ପା-୨’। ଏହି ଫିଲ୍ମରେ ଅଲ୍ଲୁ ଅର୍ଜୁନ, ରଶ୍ମିକା ମନ୍ଦାନା, ଫାହାଦ ଫାସିଲ, ସୁନୀଲ, ଅଜୟ, ରାଓ ରମେଶ, ଅନସୁୟା ଏବଂ ଅନ୍ୟ କଳାକାର ନଜର ଆସିଥିଲେ। ଏହି ଫିଲ୍ମର ଶୁଟିଂ ମଧ୍ୟ ଓଡ଼ିଶାର ମାଲକାନଗିରି ଜିଲାରେ ହୋଇଥିଲା। ରିପୋର୍ଟ ଅନୁଯାୟୀ, SSMB-29 ରାଜମୌଲିଙ୍କ ଏହା ବିଗ୍‌ ବେଜଟ୍‌ ଫିଲ୍ମ ବୋଲି କୁହାଯାଉଛି। ମହେଶ ବାବୁ ଏକମାତ୍ର ନିଶ୍ଚିତ ଅଭିନେତା ଯିଏ ‘SSMB 29’ରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିବେ। ପ୍ରିୟଙ୍କା ଚୋପ୍ରା ଏବଂ ପୃଥ୍ବୀରାଜ ସୁକୁମାରନ ମଧ୍ୟ ନଜର ଆସିବେ।

Click to comment

Leave a Reply

Your email address will not be published. Required fields are marked *

ଚର୍ଚ୍ଚିତ ଖବର

To Top