ଜୀବନଚର୍ଯ୍ୟା

ଖରା ଦିନେ ଖାଆନ୍ତୁ ଏହି ଫଳ, ଶରୀର ରହିବ ହାଇଡ୍ରେଟ୍

ଖରା ଦିନେ ଖାଆନ୍ତୁ ଏହି ଫଳ, ଶରୀର ରହିବ ହାଇଡ୍ରେଟ୍

ଦିନକୁ ଦିନ ତାପମାତ୍ରା ବୃଦ୍ଧି ପାଇବାରେ ଲାଗିଛି । ଯାହାର ସିଧାସଳଖ ପ୍ରଭାବ ଆମ ଶରୀର ଉପରେ ମଧ୍ୟ ପଡିଥାଏ । ଖରା ଦିନରେ ଅଧିକ ପାଣି ପିଇବା ସହ ଶରୀରକୁ ହାଇଡ୍ରେଟ୍ ରଖିବାକୁ ପଡିଥାଏ । ଦିନକୁ ୭ ରୁ ୮ ଗ୍ଲାସ୍ ପାଣି ପିଇବା ସହ ଖାଦ୍ୟରେ ମଧ୍ୟ କିଛି କିଛି ପରିବର୍ତ୍ତନ କରିବାକୁ ପଡିଥାଏ ।ଖରା ଦିନରେ ଅଧିକ ପରିମାଣର ଫଳ ଖାଇବା ଉଚିତ । ଯାହା ଆମକୁ ଖରା ଦିନରେ ମଧ୍ୟ ସୁସ୍ଥ ରଖିଥାଏ ଏବଂ ଆମେ ଶରୀରକୁ ହାଇଡ୍ରେଟ୍ ରଖିଥାଏ । ଚାଲନ୍ତୁ ଜାଣିବା ଗ୍ରୀଷ୍ମ ଦିନରେ କେଉଁ କେଉଁ ଫଳ ଅଧିକା ଖାଇବା ଉଚିତ୍ ।

ଅମୃତଭଣ୍ତା: ଖରା ଦିନରେ ଖାଦ୍ୟରେ ଅମୃତଭଣ୍ତା ସାମିଲ କରିବା ଅତ୍ୟନ୍ତ ଜରୁରୀ । କାରଣ ଏଥିରେ ଯଥେଷ୍ଟ ପରିମାଣରେ ଭିଟାମିନ୍-ସି, ଭିଟାମିନ୍-ଏ ରହିଥାଏ । ଯାହା ଇମ୍ୟୁନିଟି ବଢାଇବା ସହ ତ୍ୱଚାକୁ ସୁନ୍ଦର କରିବାରେ ସାହାଯ୍ୟ କରିଥାଏ । ଅମୃତଭଣ୍ତା ଓଜନ କମାଇବାରେ ମଧ୍ୟ ସାହାଯ୍ୟ କରିଥାଏ । ଏହି ଫଳରୁ ଶରୀରକୁ ଅଧିକ ପରିମାଣର ଫାଇବର ମିଳିଥାଏ ।
କଦଳୀ: କଦଳୀରେ ଭିଟାମିନ୍-ଏ,ବି,ସି,ଏ ପୋଟାସିୟମ ଏବଂ ମ୍ୟାଗ୍ନେସିୟମ ଭରପୁର ପରିମାଣରେ ଥାଏ । ସେହିପରି କଦଳୀରେ ବି-6 ଏବଂ ଏମିନୋଏସିଡ ମଧ୍ୟ ଥାଏ ଯାହା ଆଣ୍ଟି ଅକ୍ସିଜେଣ୍ଟ । ଖରାଦିନରେ କଦଳୀ ଖାଇବା ଦ୍ୱାରା ଶରୀର ସୁସ୍ଥ ରହିଥାଏ ।

ତରଭୁଜ: ତରଭୁଜରେ ଭିଟାମିନ୍ ସି ପ୍ରଚୁର ପରିମାଣରେ ଥାଏ । ଏହା ରୋଗ ପ୍ରତିରୋଧକ ଶକ୍ତି ବଢାଇଥାଏ । ତରଭୁଜରେ ମିଳୁଥିବା ଭିଟାମିନ୍ ଏ ଏବଂ ବିଟା-କେରୋଟିନର ସ୍ତର ତ୍ୱଚାକୁ ସୁସ୍ଥ ରଖିଥାଏ ଏବଂ କେଶ ବଢାଇବାରେ ମଧ୍ୟ ସାହାଯ୍ୟ କରେ ।ପଇଡ ପାଣି: ଖରାଦିନରେ ପ୍ରତ୍ୟେକ ଦିନ ନଚେଚ୍ ୨ ଦିନର ଥରେ ପଇଡ ପାଣି ପିଇବା ଉଚିତ୍ ଏହା ଶରୀରକୁ ହାଇଡ୍ରେଟ୍ ରଖିବାରେ ସାହାଯ୍ୟ କରିଥାଏ ।

Click to comment

Leave a Reply

Your email address will not be published. Required fields are marked *

ଚର୍ଚ୍ଚିତ ଖବର

To Top