ଅର୍ଥନୀତି

ଖରା ଦିନ ରେ ପ୍ରଥମ ପସନ୍ଦ ବରିଡା ଶାଗ

ଖରା ଦିନ ରେ ପ୍ରଥମ ପସନ୍ଦ ବରିଡା ଶାଗ

ରାଇକିଆ,୨୨ା୪b- ବରିଡା ଶାଗର ସ୍ବାଦ ନିଆରା। ଏହାର ଚାହିଦା କନ୍ଧମାଳ ଜିଲ୍ଲା ରେ ଅଧିକ ରହିଛି। ଜିଲ୍ଲା ର ସବୁ ଅଞ୍ଚଳ ରେ ଏହା ଦେଖିବାକୁ ମିଳେ । ଖରା ଦିନେ ସବୁ ପନିପରିବା କୁ ପଛରେ ପକାଇ ଏହାକୁ ହିଁ ଅଧିକା ପସନ୍ଦ କରିଥାନ୍ତି ସ୍ଥାନୀୟ ବାସିନ୍ଦା ।ଏପ୍ରିଲ ଓ ମେ’ ମାସରେ ବହୁଳ ଭାବେ ଏହାକୁ ଜଙ୍ଗଲରୁ ସଂଗ୍ରହ କରିଥାନ୍ତି ସ୍ଥାନୀୟ ଲୋକେ । ଖରା ଦିନେ ଯେଉଁ ବର୍ଷା ହୋଇଥାଏ ସେଥିରେ ବରିଡା ଗଛରେ କଁଅଳିଆ ପତ୍ର ହୋଇଥାଏ। ତାକୁ ସଂଗ୍ରହ କରି ବଜାରରେ ବିକ୍ରି କରା ଯାଇଥାଏ। ଏହାର ସ୍ବତନ୍ତ୍ର ସ୍ବାଦ ପାଇଁ ବେଶ୍‌ ଚାହିଦା ରହିଥିବାରୁ ଲୋକେ କିଣିବାକୁ ଅପେକ୍ଷା କରି ଥାଆନ୍ତି। ସଂଧ୍ୟା ରେ ଜଙ୍ଗଲ ରୁ ସଂଗ୍ରହ କରାଯିବା ପରେ ସକାଳୁ ବିକ୍ରି ପାଇଁ ଆସୁଥିବା ଏହି ଶାଗ ଆଖି ପିଛୁଳାକେ ବିକ୍ରି ହୋଇଯାଏ ।ଏହା ସ୍ଥାନୀୟ ଲୋକଙ୍କୁ ସାମୟିକ ରୋଜଗାର ମଧ୍ୟ ଯୋଗାଇଥାଏ। ପ୍ରତ୍ୟେକ ଦିନ ଲୋକେ ପରିବା କିଣିବା ସହ ଏହି ଶାଗ କିଣିଥାନ୍ତି। ପ୍ରତିମା ନାୟକ ନାମକ ଜଣେ ମହିଳା କୁହନ୍ତି, ଏହି ସମୟରେ ସେ ଶାଗ ବିକ୍ରୀ କରି 100 ରୁ 150 ଟଙ୍କା ଦିନକୁ ରୋଜଗାର କରୁଛନ୍ତି। ଏହାଦ୍ବାରା ତାଙ୍କର ହାତ ଖର୍ଚ୍ଚ ମଧ୍ୟ ବାହାରୁଛି । ଅନ୍ୟ ଜଣେ ମହିଳା ସୁରମା ପ୍ରଧାନ କୁହନ୍ତି, ଆମେ ନିଜେ ଖାଇବା ପାଇଁ ସଂଗ୍ରହ କରିବା ସହ ବଜାର ମଧ୍ୟ ବିକ୍ରୀ କରୁଛୁ । ଏହା ଦ୍ୱାରା ଦୁଇ ପଇସା ରୋଜଗାର ମଧ୍ୟ ହେଉଛି। ଅନ୍ୟ ପକ୍ଷରେ ଶସ୍ତାରେ ମିଳୁ ଥିବାରୁ ଲୋକେ ମଧ୍ୟ କ୍ରୟ କରୁଛନ୍ତି।

Click to comment

Leave a Reply

Your email address will not be published. Required fields are marked *

ଚର୍ଚ୍ଚିତ ଖବର

To Top