ଫିରିଙ୍ଗିଆ,୧୬/୦୪- କିଛିଦିନ ହେଲା କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ରେ କାଳବୈଶାଖୀ ପ୍ରଭାବ ବିଭିନ୍ନ ଜାଗାରେ ବହୁ କ୍ଷୟକ୍ଷତି ହୋଇଥିବା ସୂଚନା ମିଳିଛି । କେଉଁଠି ଆଜବେଷ୍ଟ ଉଡିଯାଇଛି ତ କେଉଁଠି ଗଛପଡି ରାସ୍ତା ଅବରୋଧ ହୋଇଛି I ଫିରିଙ୍ଗିଆ ବ୍ଲକ ମୁଖ୍ୟାଳୟ ଠାରୁ ମାତ୍ର ଦଶ କିଲୋମିଟର ଦୂରରେ ଥିବା କାଶିନୀପଦର ପଞ୍ଚାୟତ ଅଧୀନରେ ଥିବା ସାସୀପଦର ଗାଁ ରେ ଗତ ଚାରିଦିନ ହେଲା ବିଦ୍ୟୁତ ଯୋଗାଣ ଠପ ହୋଇଯାଇଛି I ଯାହାଫଳରେ ଚାରିଦିନ ହେଲା ଗାଁ ଟି ଅନ୍ଧାର ରେ ଥିବା ବେଳେ ଗ୍ରାମବାସୀ ଙ୍କୁ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି I ତେବେ ଏହି କାଳବୈଶାଖୀ ପ୍ରଭାବ ରେ ଚାରି ଦିନ ତଳେ ଗାଁ ପାଖ କଡରେ ଥିବା ଏକ ବିଶାଳ କାୟ ଗଛ ଭାଙ୍ଗି ବିଦ୍ୟୁତ ତାର ଉପରେ ପଡି ଯାଇ ଥିବାରୁ ବିଦ୍ୟୁତ୍ ତାର ଛିଣ୍ଡି ଯାଇଛି I ଯାହାଫଳରେ ଚାରି ଦିନ ଧରି ବିଦ୍ୟୁତ୍ ସେବାରୁ ବଞ୍ଚିତ ରହିଛନ୍ତି ଗ୍ରାମ ବାସୀ। ସମସ୍ୟାର ସମାଧାନ କରିବା ପାଇଁ ଅଭିଯୋଗ କରିଥିଲେ ସୁଧା କୌଣସି ସୁଫଳ ମିଳିପାରିନାହିଁ। ଅନ୍ୟ ପଟେ ବିଦ୍ୟୁତ ବିଭାଗର ହେଲ୍ପଲାଇନ ନମ୍ୱର କୁ କଲ୍ କରି ଅଭିଯୋଗ କରିଥିଲେ ସୁଦ୍ଧା ଆଜି ପର୍ଯ୍ୟନ୍ତ ସମସ୍ୟାର ସମାଧାନ ହୋଇ ପାରି ନାହିଁ। ଯାହାଫଳରେ ଅଞ୍ଚଳ ବାସିଙ୍କ ମନରେ ଅସନ୍ତୋଷ ଦେଖାଦେଇଛି। ବିଦ୍ୟୁତ ସେବାର ଦିର୍ଘ ଚାରି ଦିନ ଧରି ବନ୍ଦ ଥିବା ହେତୁ ଗ୍ରାମ ବାସୀ ବହୁ ଅସୁବିଧାର ସମ୍ମୁଖିନ ହେଉଥିବା କହିଛନ୍ତି। ତେଣୁ ଯେତେ ଶୀଘ୍ର ହେବ ସମସ୍ୟାର ସମାଧାନ କରିବା ପାଇଁ ସମେତ ଗ୍ରାମବାସୀ ଦାବି କରିଛନ୍ତି।
