Breaking-news

ଗଞ୍ଜେଇ ଚାଷ ଓ ଚାଲାଣ ରୋକିବାକୁ ପ୍ରଶାସନର ଅଭିନଵ ପ୍ରୟାସ, ଜନ ସମ୍ପର୍କ ଓ ପଥପ୍ରାନ୍ତ ନାଟକ ମାଧ୍ୟମରେ ସଚେତନତା

ଗଞ୍ଜେଇ ଚାଷ ଓ ଚାଲାଣ ରୋକିବାକୁ ପ୍ରଶାସନର ଅଭିନଵ ପ୍ରୟାସ,  ଜନ ସମ୍ପର୍କ ଓ ପଥପ୍ରାନ୍ତ ନାଟକ ମାଧ୍ୟମରେ ସଚେତନତା

ବାଲିଗୁଡ଼ା-24/3-କନ୍ଧମାଳ ଜ଼ିଲ୍ଲା ର ବିଭିନ୍ନ ଥାନା ଅଞ୍ଚଳ ରେ ଦିନକୁ ଦିନ ବ୍ୟାପକ ବେଆଇନ ଗଞ୍ଜେଇ ଚାଷ ଓ ଚାଲାଣ ହେଉଥିବାରୁ ଜ଼ିଲ୍ଲା ରେ ସାମାଜିକ ଅଶାନ୍ତି ଅପରାଧ ବୃଦ୍ଧି ପାଉଛି l ଯୁବଗୋଷ୍ଠୀ ପଥଭ୍ରଷ୍ଟ ହେଉଛନ୍ତି l ଚାଷୀ ଙ୍କୁ ଗଞ୍ଜେଇ ବେଆଇନ ଚାଷରୁ ନିବୃତ ରହି ଲାଭବାନ ଷ୍ଟବେରି, ଡ୍ରାଗନ ଫ୍ଲୁଡ଼, ମାଣ୍ଡିଆ ଚାଷ ମାଛ ଚାଷ ଗୋପାଳନ ରେ ମନନିବେଶ କରିବାପାଇଁ ବାଲିଗୁଡା ସାଧାରଣ ପ୍ରଶାସନ ଓ ପୋଲିସ ପ୍ରଶାସନ ପକ୍ଷରୁ ବାଲିଗୁଡା ଥାନା ଅନ୍ତର୍ଗତ ସିନ୍ଦ୍ରିଗାଁ ଗ୍ରାମ ପଞ୍ଚାୟତ ପରିସରରେ ଜନ ସମ୍ପର୍କ ଓ ଜନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ମୁଖ୍ୟ ଅତିଥି ଭାବେ ବାଲିଗୁଡା ଏସ. ଡ଼ି. ପି. ଓ ରମେନ୍ଦ୍ର ପ୍ରସାଦ, ସମ୍ମାନିତ ଅତିଥିଭାବେ ବିଡ଼ିଓ ଦିପ୍ତୀ ପ୍ରକାଶ ବେହେରା, ଡେପୁଟି କଲେକ୍ଟର ଧୀରୋଜ କୁମାର ପାତ୍ର ବ୍ଳକ ଅଧକ୍ଷା ମିଶାବତୀ ମଳିକ ଉପାଧ୍ୟାକ୍ଷା ନିକୋଜିନି ଡିଗାଲ, ସ୍ଥାନୀୟ ସରପଞ୍ଚ ରଘୁନାଥ ମଳିକ ଥାନା ଅଧିକାରୀ ସମ୍ବିତ ସ୍ୱାଇଁ ଙ୍କ ସମେତ ବିଭିନ୍ନ ବିଭାଗ ର ଅଧିକାରୀ ଉପସ୍ଥିତ ରହି ସରକାର ଙ୍କ ତରଫରୁ ଚାଷୀ ଙ୍କୁ ମିଳୁଥିବା ସହାୟତା ଉପରେ ଆଲୋକପାତ କରିଥିଲେ l ବରିଷ୍ଠ ନାଟ୍ୟକାର ତଥା ଆଇନଜୀବି ବିଜୟ କୃଷ୍ଣ ପଟ୍ଟନାୟକ ଙ୍କ ରଚିତ ଓ ନିର୍ଦ୍ଦେଶିତ ପଥପ୍ରାନ୍ତ ନାଟକ ” ନୀଳ ଜହର ” ଯୁବନାଟ୍ୟକାର ତଥା ସାମ୍ବାଦିକ ପ୍ରମୋଦ କୁମାର ଦଣ୍ଡସେନା ଙ୍କ ନେତୃତ୍ୱ ରେ କନ୍ଧମାଳ ର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ କନ୍ଧମାଳ କଳାବିକାଶ କେନ୍ଦ୍ର ର କଳାକାର ମାନଙ୍କ ଦ୍ୱାରା ନାଟକ ପରିବେଷଣ ହୋଇଥିଲା l ଏହି କାର୍ଯ୍ୟକ୍ରମ ରେ ବହୁ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଯୁବଗୋଷ୍ଠୀ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ l

Click to comment

Leave a Reply

Your email address will not be published. Required fields are marked *

ଚର୍ଚ୍ଚିତ ଖବର

To Top