ସାଧାରଣତଃ ଅନେକ ଲୋକ ଚା’ ପିଇବାକୁ ପସନ୍ଦ କରନ୍ତି। ସେମାନଙ୍କ ଦିନ ଆରମ୍ଭ ଚା’ଠାରୁ ହୋଇଥାଏ। ଆଉ ସେ ଯଦି ଅଦା ଚା’ ହୁଏ, ତେବେ ମଜା ଦୁଇ ଗୁଣା ହୋଇଯାଏ। କାରଣ ଅଦା ଚା’ରେ ଏମିତି କିଛି ଔଷଧୀୟ ଗୁଣ ଅଛି, ଯାହା ସ୍ବାଦ ସହିତ ସ୍ଵାସ୍ଥ୍ୟ ପାଇଁ ମଧ୍ୟ ବେଶ୍ ଉପକାରୀ ହୋଇଥାଏ। ତେଣୁ ଲୋକେ ସକାଳେ ଅଦା ଚା’ ପିଇବାକୁ ପସନ୍ଦ କରନ୍ତି। ଆସନ୍ତୁ ଜାଣିବା ସକାଳୁ ସକାଳୁ ଅଦା ଚା’ ପିଇବା ସ୍ଵାସ୍ଥ୍ୟ ପାଇଁ କେତେ ଉପକାରୀ –
ଏହି ଚା’ ସହିତ ଦିନ ଆରମ୍ଭ କରିବା ଦ୍ଵାରା ଆପଣଙ୍କର ହଜମ ପ୍ରକ୍ରିୟାରେ ସୁଧାର ଆସିବ। ଗ୍ୟାସ୍ ଏବଂ ବଦହଜମୀ ଭଳି ସମସ୍ୟା କମିଯିବ। ସେହିପରି ଥଣ୍ଡା, କାଶ ସମୟରେ ଅଦା ଚା’ ପିଇବାର ଲାଭ ବିଷୟରେ ତ ସମସ୍ତେ ଜାଣନ୍ତି।
ଗଳା ସଂକ୍ରମଣ କମ୍ କରିବାରେ ସାହାଯ୍ୟ କରେ – ଅଦା ଚା’ ପିଇବା ଦ୍ଵାରା ଗଳା ସଂକ୍ରମଣ କମିବା ସହ କଫ ବାହାର କରିବାରେ ସାହାଯ୍ୟ କରିଥାଏ। ଏହା ଗଳା ଯନ୍ତ୍ରଣା ଦୂର କରିଥାଏ।
