Breaking-news

ଛତା ମରାମତି, ବର୍ଷାଦିନ ଆସିଲେ ମନେପଡ଼େ

ଛତା ମରାମତି, ବର୍ଷାଦିନ ଆସିଲେ ମନେପଡ଼େ

ରାଇକିଆ, 6/7- ବର୍ଷା ଦିନ ଆସିଲେ ବଜାରରେ ଭଳିକି କଳି ଛତା ଦୋକାନ ଖୋଲିଥିବା ଦେଖିବାକୁ ମିଳେ । ସମୟକୁ ତାଳ ଦେଇ ବିଭିନ୍ନ ଡ଼ିଜାଇନର ଛତା ଗ୍ରାହକଙ୍କ ଚାହିଦା ମୁତାବକ ମିଳି ଥାଏ । ବର୍ଷ ବର୍ଷ ଧରି ବିକ୍ରି ହୋଇ ଆସୁଥିବା ପୁରୁଣା ରେଗୁଲାର ମଡ଼େଲର ବଡ଼ ଛତାଠାରୁ ଆରମ୍ଭ କରି ରଙ୍ଗ ବେରଙ୍ଗର ଫୋଲଡ଼ି ଛତା ଗ୍ରାହକଙ୍କୁ ଅଧିକ ଆକୃଷ୍ଟ କରିଥାଏ। ଛତା ଦୋକାନ ଭଳି ବିଭିନ୍ନ ସ୍ଥାନରେ ମରାମତି ଦୋକାନ ମଧ୍ୟ ଖୋଲି ଥାଏ । ବର୍ଷ ଦିନ ଆସିଲେ ମନେ ପଡନ୍ତି ଏମାନେ। ବଜାରରେ ମାତ୍ର ୧୫୦ ରୁ ରୁ ୨୫୦ଟଙ୍କା ମଧ୍ୟରେ ବିଭିନ୍ନ ପ୍ରକାର ଛତା ମିଳୁଥିଲେ ମଧ୍ୟ ଛତା ମରାମତି କରୁ ଥିବା ଦୋକନରେ ଯଥା ସମ୍ଭବ ଭିଡ଼ ଦେଖିବାକୁ ମିଳିଥାଏ । ମାତ୍ର ୨୦ଟଙ୍କାଠାରୁ ଆରମ୍ଭ କରି ୫୦ ଟଙ୍କା ମଧ୍ୟରେ ସମସ୍ତ ପ୍ରକାର ଛତା ମରାମତି ହୋଇଥାଏ । ପ୍ରାୟତଃ ଗ୍ରାମାଞ୍ଚଳରୁ ଆସୁଥିବା ଲୋକେ ବର୍ଷା ସମୟ ଆସିଲା କ୍ଷଣି ନିଜର ପୁରୁଣା ଛତା ମରାମତି କରାଇ ନେଇଥାନ୍ତି। ଗରିବ ଶ୍ରେଣୀର ଲୋକେ ଛତା ମରାମତି ପାଇଁ ଆସିଥାନ୍ତି । ବହୁତ ଖର୍ଚ୍ଚର ହୋଇ ଯାଉଥିବାରୁ ସେମାନେ ଆଉ ନୂଆ କିଣୁ ନାହାନ୍ତି ବୋଲି କଲିକତାରୁ ମରାମତି ପାଇଁ ଆସୁଥିବା ଜଣେ ବ୍ୟବସାୟୀ ଦୁର୍ଯୋଧନ ଦେ କୁହନ୍ତି। ଆଜିକାଲି ର ଫେନ୍ସୀ ଛତା ଅପେକ୍ଷା ପୁରୁଣା ଛତାର କ୍ଵାଲିଟି ଭଲ ରହୁଥିଲା। ସେଥିପାଇଁ ପୁରୁଣା ଛତା ହିଁ ମରାମତି କରୁଛି, ବିଶେଷ କରି ଚାଷ କାର୍ଯ୍ୟ ପାଇଁ ଆଉ ତଲାରି ମିଳୁ ନାହିଁ । ଟିକେ ବଡ଼ ଛତା ହେଲେ କାମ ଚଳି ଯାଉଥିବା କହିଛନ୍ତି ମରାମତି ପାଇଁ ଆସିଥିବା ଗୁମାମାହା ଅଞ୍ଚଳର ଜଣେ ଚାଷୀ ଅଶୋକ ନାୟକ । ରାଇକିଆ ସାପ୍ତାହିକ ହାଟରେ ପ୍ରତ୍ୟକ ସୋମବାର ଏହିଭଳି ମରାମତି ଦୋକାନଗୁଡିକରେ ଭିଡ଼ କମିଥାଏ। ଲୋକେ ମଧ୍ୟ ଆଗ୍ରହର ସହ ନିଜର ପୁରୁଣା ଛତା ମରାମତି କରିଥାନ୍ତି । ଛତା ମରାମତି କରୁଥିବା ଏହି ବ୍ୟବସାୟୀ ମାନେ କିନ୍ତୁ ବର୍ଷରେ ଦୁଇ ତିନି ମାସ ହିଁ ଏହି ବ୍ୟବସାୟ କରୁଥିବା ବେଳେ ବର୍ଷ ତମାମ ଅନ୍ୟାନ୍ୟ ସିଜନ ବେପାର କରି ଦୁଇ ପଇସା ରୋଜଗାର କରିବାକୁ ଚେଷ୍ଟା କରିଥାନ୍ତି ।

Click to comment

Leave a Reply

Your email address will not be published. Required fields are marked *

ଚର୍ଚ୍ଚିତ ଖବର

To Top