Breaking-news

ଜିଲ୍ଲାସ୍ତରୀୟ ଅନ୍ତର୍ଜାତୀୟ ଶ୍ରମିକ ଦିବସ ପାଳିତ

ଜିଲ୍ଲାସ୍ତରୀୟ ଅନ୍ତର୍ଜାତୀୟ ଶ୍ରମିକ ଦିବସ ପାଳିତ

ଫୁଲବାଣୀ,୨/୫ : କନ୍ଧମାଳ ଜିଲ୍ଲା ପ୍ରଶାସନ ଓ ଶ୍ରମ ବିଭାଗର ମିଳିତ ଆନୁକୂଲ୍ୟରେ ସ୍ଥାନୀୟ ଗାନ୍ଧୀ ସ୍ମୃତି ଭବନଠାରେ ଆଜି ଅନ୍ତର୍ଜାତୀୟ ଶ୍ରମିକ ଦିବସ ପାଳିତ ହୋଇଛି। ଜିଲ୍ଲା ମୂଖ୍ୟ ଉନ୍ନୟନ ଅଧିକାରୀ ଶମ୍ଭୁନାଥ ନନ୍ଦୀ ଏହି କାର୍ଯ୍ୟକ୍ରମରେ ମୂଖ୍ୟ ଅତିଥି ଭାବେ ଯୋଗ ଦେଇ ରାଷ୍ଟ୍ର ଗଠନରେ ଶ୍ରମିକମାନଙ୍କ ଭୂମିକା ଉପରେ ଆଲୋକପାତ କରିବା ସହ ସରକାରଙ୍କ ପକ୍ଷରୁ ସେମାନଙ୍କୁ ଯୋଗାଇ ଦିଆଯାଉଥିବା ବିଭିନ୍ନ ଯୋଜନା ସମ୍ପର୍କରେ ସୂଚନା ଦେଇଥିଲେ। ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଫୁଲବାଣୀ ଉପଜିଲ୍ଲାପାଳ ଭିକାରୀ ସାହୁ ଶ୍ରମିକ ଦିବସର ଗୁରୁତ୍ୱ ଓ ଆଭିମୂଖ୍ୟ ସମ୍ପର୍କରେ ବର୍ଣ୍ଣନା କରିଥିଲେ। ଅନ୍ୟତମ ଅତିଥି ଆଇଏନଟିୟୁସିର ଜିଲ୍ଲା ସଭାପତି ଘନକୁମାର ଶବର ଆଜିର ଦିନରେ ବିଶ୍ଵର ସମସ୍ତ ଶ୍ରମିକ ଏକଜୁଟ ହୋଇ ନିଜର ଅଧିକାର ପାଇଁ ଲଢିବାକୁ ସଂକଳ୍ପ ନେବା ପାଇଁ ଆହ୍ବାନ ଦେଇଥିଲେ। ଏହି ଅବସରରେ ସରକାରଙ୍କ ବିଭିନ୍ନ ଶ୍ରମିକ କଲ୍ୟାଣ ଯୋଜନା ମାଧ୍ୟମରେ ଆର୍ଥିକ ସହାୟତା ବଣ୍ଟନ କରାଯାଇଥିଲା। ରାଜ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ ତରଫରୁ ୨୧୨ ହିତାଧିକାରୀଙ୍କୁ ୧କୋଟି ୧୨ଲକ୍ଷ ୧୦ହଜାର ୪୦୦ ଟଙ୍କାର ସହାୟତା ରାଶି ପ୍ରଦାନ କରାଯାଇ ଥିଲା। ଓଡ଼ିଶା ଅଣସଂଗଠିତ ଶ୍ରମିକ ସାମାଜିକ ସୁରକ୍ଷା ବୋର୍ଡ ପକ୍ଷରୁ ମୁଖ୍ୟ ଅତିଥି ୬ ଜଣ ହିତାଧିକାରୀଙ୍କୁ ୧୨ ଲକ୍ଷ ଟଙ୍କାର ଚେକ ପ୍ରଦାନ କରିଥିଲେ। ସେହିଭଳି ୧୨୦ ଜଣ ଶ୍ରମିକଙ୍କୁ ପରିଚୟପତ୍ର ପ୍ରଦାନ କରାଯାଇଥିଲା। ଜିଲ୍ଲା ଶ୍ରମ ଅଧିକାରୀ ବିଶ୍ବରଞ୍ଜନ କହଁରଙ୍କ ଦ୍ଵାରା ପରିଚାଳିତ କାର୍ଯ୍ୟକ୍ରମରେ ଜିଲ୍ଲା ଲେବର କମିଶନର ତେଜ କୁମାର ବାଗେ, ସାଂସଦ ପ୍ରତିନିଧି ଗୋଲୋକ ବିହାରୀ କହଁର, ବିଧାୟକ ପ୍ରତିନିଧି ଭଗବାନ ମହାନ୍ତି ପ୍ରମୂଖ ମଞ୍ଚାସୀନ ଥିଲେ। ଶ୍ରମିକ ସଂଗଠକ ଶିବଶଙ୍କର ସାମନ୍ତରାୟ ମଞ୍ଚ ସଂଚାଳନ କରିଥିଲେ।

Click to comment

Leave a Reply

Your email address will not be published. Required fields are marked *

ଚର୍ଚ୍ଚିତ ଖବର

To Top