ଜି.ଉଦୟଗିରି,୩୦/୦୩- ଜି.ଉଦୟଗିରି ବାର ଆସୋସିଏସନ ର ୨୦୨୫-୨୬ ବର୍ଷ ନିମନ୍ତେ ସୁଚାରୁ ରୂପେ ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି। ସୂଚନା ଅନୁସାରେ ମହିଳା ଆଇନଜୀବୀ ପୁଷ୍ପାଶ୍ରୀ ରାଉତରାୟ ନିର୍ବାଚନ ଅଧିକାରୀ ଭାବେ ନିର୍ବାଚନ ପରିଚାଳନା କରିଥିଲେ। ସଭାପତି ଓ ଉପସଭାପତି ପଦବୀ ନିମନ୍ତେ ଦୁଇ ଦୁଇ ଜଣ ପ୍ରାର୍ଥୀ ନିଜ ପ୍ରାର୍ଥୀପତ୍ର ଦାଖଲ କରିବା ଫଳରେ ଭୋଟିଂ ହୋଇଥିଲା। ସମୁଦାୟ ୬୩ ଜଣ ଆଇନଜିବୀ ଙ୍କ ମଧ୍ୟରୁ ୫୩ ଜଣ ମତଦାନ କରିଥିଲେ। ସଭାପତି ପଦବୀ ପାଇଁ ପ୍ରତିଦ୍ୱନ୍ଦିତା କରୁଥିବା ଆଇନଜିବୀ ପ୍ରତାପ କୁମାର ନାୟକ ୨୨ ଖଣ୍ଡ ଭୋଟ୍ ପାଇଥିବା ବେଳେ ଆଇନଜିବୀ ଦୀପକ କୁମାର ଭରଦ୍ବାଜ ୩୧ ଖଣ୍ଡ ଭୋଟ୍ ପାଇ ବିଜୟୀ ହୋଇଛନ୍ତି। ଉପସଭାପତି ଆସନ ନିମନ୍ତେ ଶୁଭ୍ରାଂଶ ନାୟକ ୨୬ ଟି ଭୋଟ ପାଇଥିବା ବେଳେ ସୁଶୀଲ କୁମାର ପାଣିଗ୍ରାହୀ ୨୭ ଖଣ୍ଡ ଭୋଟ୍ ପାଇ ବିଜୟୀ ହୋଇଛନ୍ତି। ସମ୍ପାଦକ, ସହ ସମ୍ପାଦକ,କୋଷାଧ୍ୟକ୍ଷ, କାର୍ଯ୍ୟକାରୀଣୀ ସଦସ୍ୟ ଭାବେ ଅନ୍ୟକେହି ପ୍ରାର୍ଥୀ ପତ୍ର ଦାଖଲ କରିନଥିଲେ ଯାହା ଫଳରେ ଜି.ଉଦୟଗିରି ଓକିଲ ସଂଘ ସମ୍ପାଦକ ଭାବେ ଅଜିତ କୁମାର ଦିଗାଲ, ସହ ସମ୍ପାଦକ ବୁଲୁ ସାହେବ ସେଠୀ,କୋଷାଧ୍ୟକ୍ଷ ବ୍ରଜମୋହନ ପାତ୍ର, କାର୍ଯ୍ୟକାରୀଣୀ ସଦସ୍ୟ ଭାବେ ଧୀରଜ କୁମାର ପ୍ରଧାନ, ଅଶ୍ୱିନ କୁମାର ଦିଗାଳ ସର୍ବସମ୍ମତି କ୍ରମେ ନିର୍ବାଚିତ ହୋଇଥିବା ନେଇ ନିର୍ବାଚନ ଅଧିକାରୀ ପୁଷ୍ପାଶ୍ରୀ ରାଉତରାୟ ବିଧିବଦ୍ଧ ଭାବେ ଘୋଷଣା କରିଥିଲେ।ନୁତନ ସଭାପତି ଦୀପକ କୁମାର ଭରଦ୍ବାଜ ନିଜ ପ୍ରତିକ୍ରିୟାରେ ଜି.ଉଦୟଗିରି ଠାରେ ଏଡିଜେ କୋର୍ଟ ଓ ଉପଜିଲ୍ଲାପାଳ କାର୍ଯ୍ୟାଳୟ ଖୋଲିବା ପାଇଁ ସରକାରଙ୍କ ନିକଟରେ ଦାବି ପ୍ରାଥମିକତା ରହିବ ବୋଲି କହିଛନ୍ତି ।
