ରାଇକିଆ,୩/୫- ଶୁକ୍ରବାର ପ୍ରକାଶ ପାଇଛି ଦଶମ ପରୀକ୍ଷା ଫଳ । ରାଇକିଆ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର କୁ ମିଳିଛି ଶତ ପ୍ରତିଶତ ସଫଳତା । କନ୍ଧମାଳ ଜିଲ୍ଲା ର ଛଅ ଗୋଟି A1 ମଧ୍ୟ ରୁ ରାଇକିଆ ଶିଶୁ ବିଦ୍ୟା ମନ୍ଦିର ରୁ ଜଣେ ସ୍ଥାନ ପାଇଛନ୍ତି । ୫୪୭ (୯୧.୧୬) ପ୍ରତିଶତ ନମ୍ବର ରଖି ଦିପ୍ତିମୟୀ ବିଷୟୀ A1 ରେ କୃତକାର୍ଯ୍ୟ ହୋଇଛନ୍ତି । ସମସ୍ତ ୧୮ ଜଣ ପାସ୍ ହୋଇଥିବା ବେଳେ B1 ରେ ଚାରିଜଣ B2 ରେ ଦୁଇ ଜଣ କୃତକାର୍ଯ୍ୟ ହୋଇଛନ୍ତି ।
