ଜିଲ୍ଲା

ଦାରିଙ୍ଗିବାଡି କୁ ଆବର୍ଜନା, ପ୍ଲାଷ୍ଟିକ ମୁକ୍ତ ପାଇଁ ପ୍ରୟାସ

ଦାରିଙ୍ଗିବାଡି କୁ ଆବର୍ଜନା, ପ୍ଲାଷ୍ଟିକ ମୁକ୍ତ ପାଇଁ ପ୍ରୟାସ

ଦାରିଙ୍ଗବାଡି,୫।୪, ଓଡ଼ିଶାର କଶ୍ମୀର ଭାବରେ ଦାରିଙ୍ଗବାଡି ବେଶ୍‌ ବରିଚିତ। ଏହି ଜିଲାକୁ ଶୀତଦିନେ ପର୍ଯ୍ୟଟକଙ୍କ ସୁଅ ଛୁଟେ। ଦେଶ ଓ ବିଦେଶର ବିଭିନ୍ନ ସ୍ଥାନରୁ ପ୍ରେତିଦିନ ଶହ ଶହ ପର୍ଯ୍ୟଟକ ବର୍ଷ ତମାମ ଦାରିଙ୍ଗବାଡି ବୁଲିବାକୁ ଆସିଥାନ୍ତି । ମାତ୍ର ପୂର୍ବଭଳି ଆଉ ଦାରିଙ୍ଗବାଡିରେ ଶୀତ ଦିନରେ ଶୀତ ନାହିଁ। ଗ୍ରୀଷ୍ମରେ ପ୍ରଚଣ୍ଡ ରୌଦ୍ର ତାପ ବୃଦ୍ଧି ପାଉଥିବା ବେଳେ ଆଉ ପୂର୍ବଭଳି ବର୍ଷା ହେଉନାହିଁ। ସମ୍ପୂର୍ଣ୍ଣ ଜଳବାୟୁ ପରିବର୍ତ୍ତନ ହେଉଥିବା ବେଳେ ଦାରିଙ୍ଗବାଡି ସହର ଓ ତାର ଆଖପାଖ ଅଞ୍ଚଳରେ କୁଢ଼କୁଢ଼ ଅଳିଆ ଗଦା, ପ୍ଲାଷ୍ଟିକ, ବର୍ଜ୍ୟବସ୍ତୁ ପଡ଼ି ପରିବେଶ ଦୂଷିତ କରୁଛିି। ଏହାକୁ ନେଇ ଯୁବ ସମାଜସେବୀ ଅକ୍ଷୟ କୁମାର ପରିଛା ଗାଁଗାଁ ରେ ବୁଲି ଲୋକଙ୍କୁ ସଚେତନ କରିବା ସହ ପ୍ଲାଷ୍ଟିକ ବ୍ୟବହାରରୂ ବର୍ତ୍ତୀବାକୁ ବୁଝାଉଛନ୍ତି। ସିଙ୍ଗଲ ୟୁଜ ପଲିଥିନ୍‌ ବ୍ୟବହାର ନ କରିବା ପାଇଁ ଲୋକଙ୍କୁ ସଚେତନ କରିଛନ୍ତି । ସେ ଉକ୍ତ ବ୍ଲକ ବାଡାବାଙ୍ଗା ପଞ୍ଚାୟତ ଅଞ୍ଚଳରେ ଲୋକଙ୍କୁ ନେଇ ସଚେତନ କରିବା ସହ ପର୍ଯ୍ୟଟକଙ୍କ ଦାରିଙ୍ଗବାଡିକୁ ଏତେ ସଂଖ୍ୟାରେ ଆସିବା କାରଣ ସମ୍ପର୍କରେ ଲୋକଙ୍କୁ ସଚେତନ କରି କହିଛନ୍ତି ଯେ, ଦାରିଙ୍ଗବାଡିରେ ସୁସ୍ଥ ଅମ୍ଳଜାନ ଟିକେ ପାଇବା ପାଇଁ ଏବଂ ସବୁଜ ବଣ ପାହାଡ଼ ଦେଖିବା ପାଇଁ ପର୍ଯ୍ୟଟକ ଆସନ୍ତି। କିନ୍ତୁ ଅଞ୍ଚଳ ଏବେ ଦୂଷିତ ଜଳବାୟୁ ସୃଷ୍ଟି ଦିଗରେ ଗତି କରୁଛି । ଯୁଆଡେ ଆଖି ବୁଲେଇବେ ଚାରିଆଡେ କୁଢ଼ କୁଢ଼ ଅଳିଆ ଗଦା ତେଣୁ ଦାରିଙ୍ଗବାଡିକୁ ପର୍ଯ୍ୟଟକ ଆସିବାକୁ ନାକ ଟେକିବା ଆରମ୍ଭ କଲେଣି । ଆମେ ଯଦି ଏବେଠାରୁ ସଚେତନ ହେବା ନାହିଁ ତେବେ ପର୍ଯ୍ୟଟକ ଆସିବା ଧୀରେଧୀରେ ବନ୍ଦ ହୋଇଯିବ ଏବଂ ଲୋକଙ୍କ ଅଞ୍ଚଳରେ ଜୀବନଜୀବିକା ଉପରେ ଏହାର କୁପ୍ରଭାବ ପଡିବ ବୋଲି ସେ ସଚେତନ କରିଛନ୍ତି। ଏଥିପାଇଁ ସେ ପ୍ରଶାସନ ନିକଟରେ ମଧ୍ୟ ଅପିଲ କରିଛନ୍ତି । ସ୍ବଚ୍ଛ ପରିବେଶ ସୃଷ୍ଟି କରିବା ପାଇଁ ପ୍ରସାଶନ ପଦକ୍ଷେପ ନେଉ ବୋଲି ସେ ନିବେଦନ କରିଛନ୍ତ। ସେହିପରି ସେ ପର୍ଯ୍ୟଟକଙ୍କୁ ନିବେଦନ କରିଛନ୍ତି ଯେ, ଯେଉଁମାନେ ଦାରିଙ୍ଗବାଡି ବୁଲିବାକୁ ଆସୁଛନ୍ତି ସେମାନେ ପ୍ଲାଷ୍ଟିକ ବ୍ୟବହାର ନ କରନ୍ତୁ ଯଦି କରୁଛନ୍ତି ଗୋଟିଏ ସ୍ଥାନରେ ପ୍ଲାଷ୍ଟିକ ପକାନ୍ତୁ ବୋଲି କହିଛନ୍ତି।
ସେହିପରି ଶନିବାର ଦାରିଙ୍ଗବାଡିର ହିଲଭିୟୁକୁ ସଫେଇ କରାଯାଇଛି ଏଥିରେ ଯୁବ ସମାଜସେବୀ ଅଜିତ ନାୟକ, ଦିଲୀପ କୁମାର ସାହୁ, ଧନେଶ୍ୱର ସାହୁ, ଯୁବରାଜ ଅଧିକାରୀ ପ୍ରମୁଖ ସାମିଲ ହୋଇ ସଫେଇ କରିଛନ୍ତି ପ୍ରତି ଶନିବାର ଏହି ସଫେଇ କାର୍ଯ୍ୟ ବିଭିନ୍ନ ପର୍ଯ୍ୟଟନକ୍ଷେତ୍ର, ସରକାରୀ କାର୍ଯ୍ୟାଳୟ ବଜାର ଆଦିରେ କରାଯିବାକୁ ସେମାନେ ନିଷ୍ପତ୍ତି ନେଇଛନ୍ତ।

Click to comment

Leave a Reply

Your email address will not be published. Required fields are marked *

ଚର୍ଚ୍ଚିତ ଖବର

To Top