Breaking-news

ପହିଲଗାମ ମୃତକଙ୍କ ସ୍ମୁତି ରେ ଦୀପଦାନ ଓ ଶାନ୍ତି ଶୋଭାଯାତ୍ରା

ପହିଲଗାମ ମୃତକଙ୍କ  ସ୍ମୁତି ରେ ଦୀପଦାନ ଓ ଶାନ୍ତି ଶୋଭାଯାତ୍ରା

ଫୁଲବାଣୀ,୨୪/୪ -ଜମ୍ମୁ-କଶ୍ମୀରର ପହଲଗାମ୍‌ ଆତଙ୍କବାଦୀ ଆକ୍ରମଣରେ ଅନେକ ପର୍ଯ୍ୟଟକଙ୍କ ମୃତ୍ୟୁ ଘଟିଛି । ଏଥିସହ ଅନେକ ଆହତ ହୋଇ ଏବେ ବି ମେଡିକାଲ ରେ ଚିକିତ୍ସିତ ହେଉଛନ୍ତି। ଏହି ଆକ୍ରମଣ ରେ ମୃତ୍ୟୁ ବରଣ କରିଥିବା ପର୍ଯ୍ୟଟକଙ୍କ ସ୍ମୃତିରେ କନ୍ଧମାଳ ଜିଲ୍ଲା ରାଇକିଆ ପୂଜା କମିଟି ଓ ବଣିକ ସଂଘ ତରଫରୁ ଗୁରୁବାର ମିଳିତ ଭାବେ ସହରରେ ଏକ ଶୋଭାଯାତ୍ରା ହୋଇଥିଲା। ବେରେଡ଼ାକିଆ ଠାରୁ ଶାନ୍ତି ଶୋଭାଯାତ୍ରା ବାହାରି ଚୁନପଲୀ ଛକ ରେ ପହଞ୍ଚିବା ପରେ ଶିବ ମନ୍ଦିର ନିକଟ ରେ ମୃତକଙ୍କ ଅମର ଆତ୍ମା ର ସଦଗତି ନିମନ୍ତେ ସମୂହ ଦୀପଦାନ କରାଯାଇଥିଲା । ଏଥିସହ ଆତଙ୍କବାଦୀଙ୍କ ଏହିଭଳି ବର୍ବର୍ ଆକ୍ରମଣକୁ ସମସ୍ତେ ନିନ୍ଦା କରିବା ସହ ଏ ନେଇ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ଦାବି ହୋଇଥିଲା । କାର୍ଯ୍ୟକ୍ରମ ରେ ଜିଲ୍ଲା ପରିଷଦ ସଭ୍ୟ ତଥା ପୂଜାକମିଟି ସଭାପତି ସତ୍ୟବାନ ପାତ୍ର, ସମ୍ପାଦକ ସନ୍ତୋଷ ଲେଙ୍କା, କୋଷାଧ୍ୟକ୍ଷ ସୁରେନ୍ଦ୍ର ପଣ୍ଡା, ବଣିକ ସଂଘ ସଭାପତି ପଦ୍ମ ଚରଣ ପଣ୍ଡା, ସମ୍ପାଦକ ଦୁର୍ଯୋଧନ ଲେଙ୍କା, ମଙ୍ଗଳୁ ଚରଣ ପାତ୍ର ଙ୍କ ସମେତ କମିଟି ସଦସ୍ୟ ଓ ସ୍ଥାନୀୟ ଜନ ସାଧାରଣ ସାମିଲ୍ ହୋଇଥିଲେ ।

Click to comment

Leave a Reply

Your email address will not be published. Required fields are marked *

ଚର୍ଚ୍ଚିତ ଖବର

To Top