ଜିଲ୍ଲା

ପିଇବା ପାଣି ପାଇଁ ହନ୍ତସନ୍ତ: ପଞ୍ଚାୟତ କାର୍ଯ୍ୟାଳୟକୁ ଘେରିଲେ ଗ୍ରାମବାସୀ

ପିଇବା ପାଣି ପାଇଁ ହନ୍ତସନ୍ତ:  ପଞ୍ଚାୟତ କାର୍ଯ୍ୟାଳୟକୁ ଘେରିଲେ ଗ୍ରାମବାସୀ

କନ୍ଧମାଳ ୧୮/୦୩: ପିଇବା ପାଇଁ ପାଣି ନ ମିଳିବାରୁ ଶତାଧିକ ମହିଳା ଏବଂ ପୁରୁଷ ପଞ୍ଚାୟତ କାର୍ଯ୍ୟାଳୟ ଘେରାଉ କରିଛନ୍ତି l ଏପରି ଏକ ଘଟଣା ଦେଖିବାକୁ ମିଳିଛି କ.ନୂଆଗାଁ ବ୍ଲକ ବଣ୍ଡଗୁଡା ଗ୍ରାମ ରେ l ଆଜକୁ ଚାରି ମାସ ରୁ ଉର୍ଦ୍ଧ ଦିନ ହେଲାଣି ବଣ୍ଡଗୁଡା ଗ୍ରାମର ବିନ୍ଧାଣି ସାହି ଏବଂ କୋଠଦଳେଇ ସାହିକୁ ପିଇବା ପାଣି ପହଞ୍ଚି ପାରୁନାହିଁ l ବସୁଧା ଯୋଜନା ରେ ଚାରିଆଡେ ପାଇପ ବିଛାଇ ଘରକୁ ଘର ଟ୍ୟାପ ଦିଆଯାଇଛି କିନ୍ତୁ ପାଣି ଆସୁନାହିଁ l ବର୍ତ୍ତମାନ ହେଉଥିବା କାମ ଯନ୍ତ୍ରୀ ଏବଂ ଠିକାଦାର ର ମଧୁଚନ୍ଦ୍ରିକା ରେ ନିମ୍ନ ମାନର କାମ ଏବଂ ମନଇଚ୍ଛା ପାଇପ ବିଛାଇବା ଯୋଗୁଁ ପାଣି ଆସୁନାହିଁ ବୋଲି ସାହିର ବାସିନ୍ଦା ଅଭିଯୋଗ କରିଛନ୍ତି l ପିଇବା ପାଣି ପାଇଁ ସରକାର ଙ୍କ ତରଫରୁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିଲେ ମଧ୍ୟ ନିମ୍ନ ମାନ ର କାମ ପାଇଁ ଲୋକେ ଅସୁବିଧା ଭଗୁଛନ୍ତି l ଆଗାମୀ ତିନିଦିନ ମଧ୍ୟରେ ଯଦି ପାଣିର ସମସ୍ୟା ଦୂର ନହେଲେ ରାଜ ରାସ୍ତା କୁ ଓଲ୍ହାଇବା ପାଇଁ ସମସ୍ତ ସାହି ବାସିନ୍ଦା କହିଛନ୍ତି l ବସୁଧା ଯୋଜନା ରେ ହୋଇଥିବା କାମ ଅତି ନିମ୍ନ ମାନର ଏବଂ ଟ୍ୟାପ ପାଇପ ମଧ୍ୟ ନିମ୍ନ ମାନର ପକାଇଥିବା ସାହିର, ସନାତନ ପ୍ରଧାନ, ପ୍ରମୋଦ ବିନ୍ଧାଣି, ପରମେଶ୍ୱର ପ୍ରଧାନ, ସତ୍ୟ ବିନ୍ଧାଣି,ମିନାକ୍ଷୀ ଦଳବେହେରା, ନମିତା ନାୟକ, ସୁଭଦ୍ରା ନାୟକ ଅଭିଯୋଗ କରିଛନ୍ତି l ସରପଞ୍ଚ ଙ୍କୁ ପଚାରିବାରୁ ଅତିଶୀଘ୍ର ଏହାର ସମାଧାନ କରିବା ନିମନ୍ତେ ପ୍ରତିଶୃତି ଦେଇଛନ୍ତି l

Click to comment

Leave a Reply

Your email address will not be published. Required fields are marked *

ଚର୍ଚ୍ଚିତ ଖବର

To Top