ଦେଶ ବିଦେଶ

ପୃଥିବୀ ଫେରିବେ ସୁନୀତା, ସରିବ ୯ ମାସର ମହାକାଶ ଯାତ୍ରା

ପୃଥିବୀ ଫେରିବେ ସୁନୀତା, ସରିବ ୯ ମାସର ମହାକାଶ ଯାତ୍ରା

କେ.ଟି ବ୍ୟୁରୋ: ପୃଥିବୀକୁ ଫେରିବେ ସୁନୀତା ୱିଲିୟମସ। ଭାରତୀୟ ସମୟ ଭୋର ୪ଟା ୩୩ ମିନିଟରେ ଫ୍ଲୋରିଡା ଉପକୂଳରେ ଫ୍ଲାସ ଡାଉନ ସମ୍ଭାବନା। ସ୍ବାସ୍ଥ୍ୟ ବିଶେଷଜ୍ଞ ଆଶଙ୍କା, ଅନେକ ସ୍ବାସ୍ଥ୍ୟ ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି ମହାକାଶଚାରୀ। ୯ ମାସ ପରେ ପୃଥିବୀକୁ ଫେରିବେ ସୁନୀତା। ନାସା ପକ୍ଷରୁ ଶେଷ ହୋଇଛି ଚୂଡ଼ାନ୍ତ ପ୍ରକ୍ରିୟା।

ଭାରତୀୟ ବଂଶୋଦ୍ଭବ ୫୯ ବର୍ଷୀୟା ସୁନିତାଙ୍କର ଏହା ତୃତୀୟ ମହାକାଶ ଯାତ୍ରା। ସୁନିତା ୨୦୦୬ ଡିସେମ୍ବର ୯ରେ ‘ଡିସ୍ କଭରୀ’ ମହାକାଶ ଯାନରେ ପ୍ରଥମ ଥର ମହାକାଶ ଯାତ୍ରା କରିଥିଲେ। ଇଣ୍ଟରନ୍ୟାସନାଲ ସ୍ପେସ୍ ସେଣ୍ଟର ଅନେକ ଦିନ ଧରି ରହିଥିଲେ। ଏହି ସମୟରେ ସେ ଚାରିଥର ଆଇଏସଏସରୁ ବାହାରି ମହାକାଶରେ ପଦଯାତ୍ରା କରିଥିଲେ।

ପୁଣି ୨୦୧୨ ଜୁଲାଇ ୧୫ରେ ସୁନିତା କାଜାଖ୍ ସ୍ତାନର ବୈକାନୁର କସ୍ ମୋଡ୍ରମରୁ ସୋୟୁଜ-୦୫ଏମ ରକେଟ ଜରିଆରେ ଦ୍ୱିତୀୟ ଥର ମହାକାଶ ଯାତ୍ରା କରିଥିଲେ। ୫୯ ବର୍ଷିୟା ସୁନୀତା ନ୍ୟୁ ହ୍ୟୁମାନ୍ ରେଟେଡ୍ ମହାକାଶଯାନରେ ପ୍ରଥମ ମହିଳା ଭାବେ ଉଡ଼ି ଇତିହାସ ସୃଷ୍ଟି କରିଛନ୍ତି। ଗତ ୨୦୦୬ ଓ ୨୦୧୨ରେ ସେ ଦୁଇଥର ମହାକାଶକୁ ଯାଇଛନ୍ତି।

Click to comment

Leave a Reply

Your email address will not be published. Required fields are marked *

ଚର୍ଚ୍ଚିତ ଖବର

To Top