ଫିରିଙ୍ଗିଆ,୧୭/୦୩- କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଫୁଲବାଣୀ ଠାରୁ ବାଲିଗୁଡା କୁ ସଂଯୋଗ କରୁଥିବା ରାଜ୍ୟ ରାଜପଥ ବନ୍ଧଗଡ଼ ହାଇସ୍କୁଲ ନିକଟରେ ଏକ ବିରାଟ କାୟ ଆମ୍ବ ଗଛ ପଡି ରାସ୍ତା ଅବରୋଧ ହୋଇଯାଇଥିଲା I ଯାହାଫଳରେ ରାସ୍ତାର ପ୍ରାୟ ଦୁଇଘଣ୍ଟା ରୁ ଅଧିକ ସମୟ ଧରି ଉଭୟ ପାର୍ଶ୍ୱରେ ସହ ସହ ଗାଡି ମଟର ଅଟକି ରହିଥିବା ବେଳେ ଯାତାୟତ ରେ ବାଧା ସୃଷ୍ଟି ହୋଇଥିଲା I ଘଟଣା ର ଖବର ପାଇ ପ୍ରଥମେ ଅଂଚଳର ବରିଷ୍ଠ ଅଂଚଳର ବରିଷ୍ଠ ଶିକ୍ଷକ ସିମାଞ୍ଚଲ ମୁଖି ଦମକଳ ଅଗ୍ନିଶମ ବାହିନୀ ଙ୍କୁ ଖବର ଦେଇଥିଲେ I ତେବେ ସାରଙ୍ଗଗଡ଼ ରୁ ଅଗ୍ନି ସମ ବାହିନୀ ପହଂଚି ପ୍ରାୟ ଦୁଇ ଘଣ୍ଟା ର ଅକ୍ଲାନ୍ତ ପରିଶ୍ରମ ପରେ ରାସ୍ତାରୁ ଗଛଟିକୁ ହଟାଇ ବାରେ ସକ୍ଷମ ହୋଇଥିଲେ I ସୂଚନା ଥାଉକି ଗତ ଦୁଇଦିନ ତଳେ ମଧ୍ୟ୍ୟ ଏହି ଜାଗାରେ ଅନ୍ୟ ଏକ ଆମ୍ଭ ଗଛ ପଡି ରାସ୍ତା ଅବରୋଧ ହୋଇଥିବା ବେଳେ ଆଜି ରାସ୍ତା ଉପରେ ପଡ଼ିଥିବା ଗଛ ବିପଦ ସଂକୁଳ ଅବସ୍ଥାରେ ଥିବାରୁ ସ୍ଥାନୀୟ ଲୋକେ ବାରମ୍ବର ଗଛ ଟିକୁ କାଟିବାକୁ ବନବିଭାଗ ପାଖରେ ଦାବି କରିଥିଲେ କିନ୍ତୁ ବନବିଭାଗ ଅଂଚଳର ଲୋକଙ୍କ କଥା ଶୁଣିନଥିଲା I ସେପଟେ ରାସ୍ତାଟି ଏକ ମୁଖ୍ୟ ରାସ୍ତା ହୋଇଥିବା ବେଳେ ପ୍ରତ୍ବେକ ଦିନ ସହସହ ଗାଡିମଟର ଏହି ରାସ୍ତାରେ ଯିବା ଆସିବା କରିଥାଏ I ଦିନ ଦଶଟା ସମୟରେ ସ୍କୁକ କଲେଜ ଛାତ୍ର ଛାତ୍ର ଛାତ୍ରୀ ଏହି ରାସ୍ତାରେ ଯିବା ଆସିବା କରିଥାନ୍ତି କିନ୍ତୁ ଭାଗ୍ୟ ବଶତଃ ଗଛ ପଡିଲା ସମୟରେ କେହି ନଥିଲେ I ନହଲେ ଏକ ବଡ଼ ଅଘଟଣ ଘଟିଥାନ୍ତା ବୋଲି ଅଂଚଳର ଲୋକ ମାନେ ମତ ଦେଇଛନ୍ତି I
