ଜିଲ୍ଲା

ବାଲିଗୁଡ଼ାରେ ୧୩ ଦଣ୍ଡ ମିଳନ କାର୍ଯ୍ୟକ୍ରମ ଉଦଯାପିତ

ବାଲିଗୁଡ଼ାରେ ୧୩ ଦଣ୍ଡ ମିଳନ କାର୍ଯ୍ୟକ୍ରମ ଉଦଯାପିତ

ବାଲିଗୁଡା,୭/୪- କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ପଞ୍ଚୁଦଣ୍ଡ ପରିଚାଳନା ସମିତି ଆନୁକୂଲ୍ୟରେ ୩୬ ତମ ବାର୍ଷିକ ତେର ଦଣ୍ଡ ମିଳନ ସମାରୋହ ଏପ୍ରିଲ ୬ ତାରିଖ ରବିବାର ଦିନ ବିପୁଳ ଉତ୍ସାହ ଉଦ୍ଦୀପନାର ସହ ଆୟୋଜନ ହୋଇ ଶାନ୍ତି ଶୃଙ୍ଖଳା ଭାବେ ଉଦଯାପିତ ହୋଇଯାଇଛି। ତେର ଶମ୍ଭୁ ଦଣ୍ଡଯାତ୍ରାର ଏହି ମହାମିଳନକୁ ଦେଖିବା ଲାଗି ବାଲିଗୁଡା ସମେତ ଆଖପାଖ ଅଞ୍ଚଳରୁ ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା l ଏହି ଅବସରରେ ଏଥିରେ ରୁତୁଙ୍ଗିଆ, ବଲସକୁମ୍ପା, ମେଲସିକିଆ, ରେବିଙ୍ଗିଆ, ରାଇକିଆ, ବାଲିଗୁଡା, ପୋଖରୀବନ୍ଧ, ଲେତିଙ୍ଗିଆ, ଡ଼ାକା,ବାଟାଗୁଡ଼ା, ସିଟୁପଡ଼ି, କତେରୀଭଟ୍ଟା, ଓ ଗ୍ରୀନବାଡ଼ି ଗ୍ରାମର ଦଣ୍ଡଥଳ ଯୋଗ ଦେଇ ନିଜ ନିଜର ନାଚ ପରିବେଷଣ କରିଥିଲେ l ରବିବାର ଦିନ ସକାଳେ ମା’ ପାଟ୍ଟଖଣ୍ଡା ମନ୍ଦିରରେ ୧୩ ଦଣ୍ଡ ଥଳଙ୍କୁ ରୀତିନୀତି ଅନୁଯାୟୀ ପୂଜାର୍ଚନା କରି ବରଣ କରାଯାଇ ଥିଲା l ମଧ୍ୟାହ୍ନରେ ମୁଖ୍ୟ ରାସ୍ତା ପାର୍ଶ୍ଵରେ ଅନୁଷ୍ଠିତ ଧୂଳିଦଣ୍ଡରେ ଦଣ୍ଡୁଆଙ୍କ ବିଭିନ୍ନ କାଠୁରିଆ ନୃତ୍ୟ ଜଙ୍ଗଲ ସୁରକ୍ଷା ଏବଂ ଜନ୍ତୁ ସୁରକ୍ଷା ନେଇ ବାଘନାଟ ,ବୀଣାକାର, ବିଲରେ ଧାନରୁଆ ଇତ୍ୟାଦି ନାଟକ ବେଶ୍ ଆକର୍ଷିତ କରିଥିଲା। ଅପରାହ୍ନରେ ନିକଟସ୍ଥ ପୁଷ୍କରିଣୀ ରେ ପାଣିଦଣ୍ଡ ପରେ ସନ୍ଧ୍ୟାରେ ସ୍ଥାନୀୟ ବଜାର ଛକ ନିକଟରେ ୧୩ ଦଣ୍ଡର ଆକର୍ଷଣୀୟ ମହା ମିଳନ ଉତ୍ସବରେ ଢୋଲିଆ, ପାଟଭୁକ୍ତା, ମହୁରିଆ ଙ୍କ ମିଳନ ହୋଇଥିବା ବେଳେ ଯାହାକୁ ହଜାର ହଜାର ଭକ୍ତ ଓ ଦର୍ଶକ ଉପଭୋଗ କରିଥିଲେ l ଏହି ମିଳନ ଉତ୍ସବରେ ଅତିଥି ଭାବେ ସ୍ଥାନୀୟ ଉପଜିଲ୍ଲାପାଳ ଡ଼ଃ. ରୀନା ପ୍ରଧାନ, ଏସଡିପିଓ ରାମେନ୍ଦ୍ର ପ୍ରସାଦ, ତହସିଲଦାର ଦୀପ୍ତି ରଞ୍ଜନ ବେହେରା, ଥାନା ଅଧିକାରୀ ସମ୍ବିତ ସ୍ୱାଇଁ ଯୋଗ ଦେଇଥିବା ବେଳେ ପଞ୍ଚୁଦଣ୍ଡ ପରିଚାଳନା ସମିତିର ମୁଖ୍ୟ ପରିଚାଳକ ରାଜକିଶୋର ଦାଶ, ସଭାପତି କିଶୋର ଚନ୍ଦ୍ର ପାଳ, ସମ୍ପାଦକ ମାନସ ରଞ୍ଜନ ଆଚାର୍ଯ୍ୟ, କୋଷାଧକ୍ଷ ବଂଶୀଧର ପଣ୍ଡା, ଅଧିକାରୀ ଶିବରାମ ପ୍ରଧାନୀ ଙ୍କ ସମେତ ବହୁ ବ୍ୟକ୍ତି ଉପସ୍ଥିତ ରହି ମିଳନ କାର୍ଯ୍ୟକ୍ରମକୁ ଉପଭୋଗ କରିବା ପରେ ରାତ୍ର ୮ ଘଣ୍ଟ ଠାରୁ ୧୨ ଘଣ୍ଟ ପର୍ଯ୍ୟନ୍ତ ବିଭିନ୍ନ ପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମ ସହ କଟକ ନିମ ଚଉଡ଼ି ଅଞ୍ଚଳର ଭଜନ ସନ୍ଧ୍ୟା କାର୍ଯ୍ୟକ୍ରମ ଆୟୋଜନ ହୋଇଥିଲା l ଏହା ପରେପରେ ଝୁଣାଦଣ୍ଡର ମହା ପଟୁଆର ଆୟୋଜନ ହୋଇଥିଲା l ୭ ତାରିଖ ସୋମବାର ସକାଳେ ଯାତ୍ରା ଉଦଯାପିତ ହୋଇଥିଲା l ଏହି ମିଳନ ଉତ୍ସବରେ ଟାଉନର ଫ୍ରେଣ୍ଡସ ଗ୍ରୁପ, ବେହେରା ସଂଘ, ସତ୍ୟ ସାଇ ସେବା ସମିତି, ହାଟ ବେପାରୀ ସଂଘ ସମେତ ଅଞ୍ଚଳର ବିଭିନ୍ନ ସାଂସ୍କୃତିକ, ସ୍ୱେଚ୍ଛାସେବୀ ତଥା ବିଭିନ୍ନ ବ୍ୟକ୍ତି ବିଶେଷଙ୍କ ତରଫରୁ ବିଭିନ୍ନ ସ୍ଥାନରେ ଷ୍ଟଲ କରି ଦିନ ତମାମ କନିକା ଭୋଗ, ଅର୍ଣ୍ଣ ଭୋଗ, ଦହି ପଣା ସହ ବିଭିନ୍ନ ପ୍ରକାର ପାନୀୟ ଜଳ ବଣ୍ଟନ କରିଥିଲେ l

Click to comment

Leave a Reply

Your email address will not be published. Required fields are marked *

ଚର୍ଚ୍ଚିତ ଖବର

To Top