ଫୁଲବାଣୀ : 24/6- ଡ. ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କ ବଳିଦାନ ଦିବସ ଭାବେ ସାରା ଭାରତ ବର୍ଷରେ ଏହି ଦିବସକୁ ପାଳନ କରାଯାଉଛି। ଏହି ପରିପ୍ରେକ୍ଷୀରେ ଆଜି ଫୁଲବାଣୀ ଠାକୁରାଣୀ ଯାତ୍ରା କାର୍ଯ୍ୟାଳୟରେ ଠାରେ ଏକ ଶ୍ରଦ୍ଧାଞ୍ଜଳୀ ସଭା ଅନୁଷ୍ଠିତ ହୋଇଥିଲା । ଏହା ପରେ ନାରାୟଣୀ ମନ୍ଦିର ନିକଟରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ହୋଇଥିଲା ।
ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଫୁଲବାଣୀ ବିଧାୟକ ଉମା ଚରଣ ମଲ୍ଲିକ ଯୋଗ ଦେଇ
ଡ. ଶ୍ୟାମାପ୍ରସାଦ ମୁଖାର୍ଜୀ ଙ୍କ ଗୁଣ ଗାରିମା ଆଦର୍ଶ ଆଚରଣ ଉପରେ ଆଲୋକପାତ କରିଥିଲେ l ମୁଖ୍ୟ ବକ୍ତା ଭାବେ ବରିଷ୍ଠ ଆଇନଜୀବୀ ତଥା ରାଜ୍ଯ କାର୍ଯ୍ୟ କାରିଣୀ ସଦସ୍ୟ ଭଗବାନ ମହାନ୍ତି ଯୋଗ ଦେଇ ଥିଲେ l
ଅନ୍ୟ ମାନଙ୍କ ମଧ୍ୟରେ ପୌରାଧ୍ୟକ୍ଷା ସ୍ମିତା ରାଣୀ ମହାନ୍ତି, ସାଧାରଣ ସମ୍ପାଦକ ଲିଙ୍ଗରାଜ ଦଳବେହେରା, ଆଇନଜୀବୀ ରମେଶ ଚନ୍ଦ୍ର ମହାନ୍ତି, ଅଜିତ କୁମାର ପଟ୍ଟନାୟକ, ପରେଶ ମହାପାତ୍ର, ପ୍ରଣବ ନାୟକ, ତପନ ପାଢୀ, ସମିର ମହାପାତ୍ର, ଲୋକସଭା ମିଡିଆ ସମ୍ପାଦକ ଜଗନ୍ନାଥ ସାହୁ (ଟିକୁ ) ସମେତ ବହୁ ବିଜେପି କର୍ମୀ ଓ ନେତା ମାନେ ଉପସ୍ଥିତ ଥିଲେ l ଉକ୍ତ ସଭା କାର୍ଯ୍ୟକୁ ଲିଙ୍ଗରାଜ ଦଳବେହେରା ପରିଚାଲନା କରିଥିଲେ l
