Breaking-news

ବେଆଇନ ପଟ୍ଟା ଜମି ଜବର ଦଖଲ , ଜେସିବି ଲଗାଇ ଭାଙ୍ଗିଲା ପ୍ରଶାସନ

ବେଆଇନ ପଟ୍ଟା ଜମି ଜବର ଦଖଲ , ଜେସିବି ଲଗାଇ ଭାଙ୍ଗିଲା ପ୍ରଶାସନ

ଫିରିଙ୍ଗିଆ, ୩୧/୫- କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଗୋଚ୍ଛାପଡ଼ା ରେ ଆଦିବାସୀ ଙ୍କ ପଟ୍ଟା ଜମିକୁ ବେଆଇନ ଭାବରେ ଜବର ଦଖଲ କରିଥିବା ଘଟଣା କୁ ନେଇଁ କୋର୍ଟ ର ନିର୍ଦେଶ ପରେ ଜେସିବି ସହାୟତା ରେ ମାଜିଷ୍ଟ୍ରେଟ ଏବଂ ପୋଲିସ ପ୍ରଶାସନ ଙ୍କ ଉପସ୍ଥିତ ରେ ବେଆଇନ ଭାବରେ ନିର୍ମାଣ ଧୀନ ଘର ଭାଙ୍ଗିଥିବା ଦେଖିବାକୁ ମିଳିଛି l ସୂଚନା ଅନୁସାରେ ଗୋଚ୍ଛାପଡ଼ା ର ଚକ୍ରପତି କହଁର ନାମକ ଜଣେ ବ୍ୟକ୍ତି ନିଜ ପଟା ଜମିରେ ଗୋଚ୍ଛାପଡ଼ା ଗାଁ ର ଜଣେ ବ୍ୟକ୍ତି ବେଆଇନ ଭାବରେ ଜମି ଦଖଲ କରିଥିବା ନେଇଁ ଜମି ଫେରି ପାଇବାକୁ କୋର୍ଟ ର ଦ୍ୱାରସ୍ଥ ହୋଇଥିଲେ ମାନ୍ୟବର କୋର୍ଟ ଘଟଣା ର ବିଚାର କରି ଆରଡିସି କେଶ ନମ୍ବର ୨୩/୨୧ ଏବଂ ପତ୍ର ସଂଖ୍ୟା ୨୯/୧୭ ଏବଂ ୭/୪/୨0୨୫ ତାରିଖ ରେ ବିଚାର ପରେ ଚକ୍ର ପତି କହଁର ଙ୍କୁ ଜମି ଫେରସ୍ତ କରିବାକୁ ନିର୍ଦେଶ ଦେଇଥିଲେ l ଏହି ଘଟଣା ରେ ଫିରିଙ୍ଗିଆ ତହସିଲ କାର୍ଯ୍ୟାଳୟ ତରଫରୁ ମଧ୍ୟ ବେ ଆଇନ ଦଖଲ କରିଥିବା ବ୍ୟକ୍ତି ଙ୍କୁ ଜମି ଛାଡିବା ସହ ଘର ଭାଙ୍ଗିବାକୁ ନୋଟିସ କରା ଯାଇଥିଲା l ଏହି ଘଟଣା ପରେ ସମ୍ପୃକ୍ତ ବେଆଇନ ଦଖଲକାରି ଘର ନ ଭାଙ୍ଗିବାରୁ ଆଜି ଉପ ଜିଲ୍ଲାପାଳ ଙ୍କ ନିର୍ଦେଶ କ୍ରମେ ଫିରିଙ୍ଗିଆ ଅତିରିକ୍ତ ତହସିଲଦାର ତଥା ମାଜିଷ୍ଟ୍ରେଟ ପୃଥ୍ୱୀରାଜ ମହାନନ୍ଦିଆ ଏବଂ ସୁପରଭାଇଜର ପ୍ରିୟଦର୍ଶୀନି ସାହୁ, ଅତିରିକ୍ତ ରାଜସ୍ବ ନିରୀକ୍ଷକ ମିଥୁନ ଦିଗାଲ,ରାଜସ୍ବ ନିରୀକ୍ଷକ ସନ୍ଧ୍ୟାରାଣୀ ସାହୁ ଏସ ଆଇ ଅନନ୍ତ କୁମାର ପ୍ରଧାନ ଏବଂ ସୁରକ୍ଷା ଓ ସମସ୍ୟା ଦୃଷ୍ଟି କୋଣରୁ ପୋଲିସ ଓ ଯବାନ ଙ୍କ ଉପସ୍ଥିତ ରେ ବେ ଆଇନ ନିର୍ମାଣ ଧୀନ ଘର ଭାଙ୍ଗିବା ସହ ଅଭିଯୋଗ କାରି ଚକ୍ର ଧର କହଁର କୁ ଜମି ଦଖଲ କରିବାକୁ କହିଥିଲେ l ଘର ପାଖରେ ଏକ ମନ୍ଦିର ଥିବାରୁ ତାକୁ ଭାଙ୍ଗିବାକୁ ନେଇଁ କିଛି ସମୟ ପାଟି ତୁଣ୍ଡ ହୋ ହାଲା ହୋଇଥିଲା l

Click to comment

Leave a Reply

Your email address will not be published. Required fields are marked *

ଚର୍ଚ୍ଚିତ ଖବର

To Top