ଜିଲ୍ଲା

ମା ରୁଦ୍ରକାଳୀଙ୍କ ନୂତନ ମନ୍ଦିର ରତ୍ନ ଗର୍ଭ ପ୍ରତିଷ୍ଠା ନିମନ୍ତେ କଳସ ଯାତ୍ରା –

ମା ରୁଦ୍ରକାଳୀଙ୍କ ନୂତନ ମନ୍ଦିର ରତ୍ନ ଗର୍ଭ ପ୍ରତିଷ୍ଠା ନିମନ୍ତେ କଳସ ଯାତ୍ରା –

ଜି.ଉଦୟଗିରି,୨୩/୦୩- କନ୍ଧମାଳ ଜିଲ୍ଲା ଜି.ଉଦୟଗିରି ର ପ୍ରତ୍ୟେକ୍ଷ ଦେବୀ ମା ରୁଦ୍ରକାଳୀ ଙ୍କ ନୂତନ ମନ୍ଦିରର ରତ୍ନ ଗର୍ଭ ପ୍ରତିଷ୍ଠା ଉତ୍ସବ ଶନିବାର ଠାରୁ ଆରମ୍ଭ ହୋଇ ସୋମବାର ପର୍ଯ୍ୟନ୍ତ ତିନିଦିନ ଧରି ଆଧ୍ଯାତ୍ମିକ ପରିବେଶ ମଧ୍ୟରେ ମହାଆଡମ୍ବର ସହକାରେ ପାଳିତ ହେଉଛି I ସୂଚନା ଅନୁଯାୟୀ ଶନିବାର କଳସ ଯାତ୍ରା, ଜଳାଧୀବେଶ, ଅଙ୍କୁର ରୋପଣ ହୋଇଥିବା ବେଳେ ଲଗ୍ନ ଅନୁସାରେ ରବିବାର ସକାଳ ୧୦ ଘଣ୍ଟିକା ଠାରୁ ସୂର୍ଯ୍ୟପୂଜା, ଗୋପୂଜା, କଳସ ପୂଜା, ମଣ୍ଡଳ ପୂଜା,ବନଯାଗ ମହାସ୍ନାନ,ଜୀବନ୍ୟାସ ପ୍ରାଣ ପ୍ରତିଷ୍ଠା, ଘୃତ ଯଜ୍ଞ , ହୋମ ଯଜ୍ଞ,ନାମ ଯଜ୍ଞ ସହ ସୋମବାର ରତ୍ନ ଗର୍ଭ ପ୍ରତିଷ୍ଠା, ଯମୁନା ସ୍ନାନ, ପ୍ରସାଦ ସେବନ କାର୍ଯ୍ୟକ୍ରମ ରହିଛି।ଏହି ରତ୍ନ ଗର୍ଭ ପ୍ରତିଷ୍ଠା ଉତ୍ସବରେ ନାମ ଯଜ୍ଞ ନିମନ୍ତେ ଆଖପାଖ ଅଞ୍ଚଳର୧୦ ରୁ ଉର୍ଦ୍ଧ ସଙ୍କୀର୍ତ୍ତନ ମଣ୍ଡଳୀ ଯୋଗ ଦେଇଛନ୍ତି । ପବିତ୍ର ରତ୍ନ ଗର୍ଭ ପ୍ରତିଷ୍ଠା ଉତ୍ସବ ନିମନ୍ତେ ମା ରୁଦ୍ରକାଳୀ ମନ୍ଦିର କମିଟି ସଭାପତି କାଳୁ ଚରଣ ପଣ୍ଡା, ସମ୍ପାଦକ ସମୀର ପାଢ଼ୀ,ଜବାଲାଲ ପରିଚ୍ଛା ତଥା କମିଟି ସଦସ୍ୟ ଏବଂ ଗ୍ରାମବାସୀଙ୍କ ସମ୍ପୂର୍ଣ୍ଣ ମିଳିତ ସହଯୋଗରେ ଶନିବାର ନୂତନ ମନ୍ଦିର ପ୍ରାଙ୍ଗଣରୁ ସ୍ଥାନୀୟ ଅଞ୍ଚଳର ଶତାଧିକ ମହିଳା ପୁରୁଷ ଶ୍ରଦ୍ଧାଳୁ ମାନେ ମୁଣ୍ଡରେ କଳସ ଧରି ଗାନ୍ଧୀଛକ ହୋଇ ହାଟପଦା ନଦୀ ତୁଠ ଯାଇ ରୀତିନୀତି ଅନୁଯାୟୀ ପୂଜା ପାଠ କରି ଜଳ ପୂର୍ଣ୍ଣ କଳସ ମୁଣ୍ଡରେ ମୁଣ୍ଡେଇ ନୂତନ ମନ୍ଦିର ଅଭିମୁଖେ ବାହାରି ଥିଲେ I ଏହି ରତ୍ନ ଗର୍ଭ ପ୍ରତିଷ୍ଠା ଉତ୍ସବରେ ହେବାକୁ ଥିବା ଅଷ୍ଟ ପ୍ରହରୀ ହୋମ ଯଜ୍ଞ ରେ କର୍ତ୍ତା ଭାବେ ଉମାଶଙ୍କର ପାଳ, ଶରଣ ପଞ୍ଜର ମାଝୀ,ଜୟ ନାୟକ,ରବୀନ୍ଦ୍ର ପୃଷ୍ଟି, ସୁଦର୍ଶନ ନାୟକ, ବିପିନ ନାୟକ ଓ ଅନ୍ୟ ମାନେ କର୍ତ୍ତା ରୂପେ କାର୍ଯ୍ୟ ସଂପାଦନ କରୁଥିବା ବେଳେ ସେମାନଙ୍କ ସହ ଧର୍ମିଣୀ ମାନେ ପୂଜା କାର୍ଯ୍ୟରେ ସହଯୋଗ କରୁଥିବା ବେଳେ ସ୍ଥାନୀୟ ବରିଷ୍ଠ ପୁରୋହିତ ସୂର୍ଯ୍ୟନାରାୟଣ ଆଚାର୍ଯ୍ୟ,ତାରିଣୀ ଚରଣ ତ୍ରିପାଠୀ ଏବଂ ସଞ୍ଜୟ କୁମାର ଆଚାର୍ଯ୍ୟ ଙ୍କ ସହ ଅନ୍ୟ ସହଯୋଗୀ ମାନେ ପୂଜା ପାଠ ହୋମ ଯଜ୍ଞ ରୀତିନୀତି ଅନୁସାରେ ସମ୍ପାଦନ କରୁଛନ୍ତି ।ମନ୍ଦିର ରତ୍ନ ଗର୍ଭ ପ୍ରତିଷ୍ଠା ଉତ୍ସବର ସମସ୍ତ କାର୍ଯ୍ୟକ୍ରମ ପରିଚାଳକ ମଳୟ କୁମାର ମହାନ୍ତି ପରିଚାଳନା କରୁଥିବା ବେଳେ ସଂଜୀବ କୁମାର ପ୍ରଧାନ ଭଣ୍ଡାର ଗୃହ ଦାୟିତ୍ଵ ନିର୍ବାହ କରୁଥିବା ବେଳେ ଅନିଲ ପଟ୍ଟନାୟକ,ବିଶ୍ଵମ୍ବର ମହାରଣା,ପ୍ରମୋଦ ନାୟକ, ଜଗନ୍ନାଥ ନାୟକ, ଯୁବଗୋଷ୍ଠୀ,ମନ୍ଦିର କମିଟି ଅନ୍ୟ ସଦସ୍ୟ ତଥା ଗ୍ରାମବାସୀ ସହଯୋଗ କରୁଥିବା ସୂଚନା ରହିଛି ।

Click to comment

Leave a Reply

Your email address will not be published. Required fields are marked *

ଚର୍ଚ୍ଚିତ ଖବର

To Top