ଅର୍ଥନୀତି

ମୁଖ୍ୟ ମନ୍ତ୍ରୀ ଜନଜାତି ଜୀବିକା ମିଶନରେ ଜନଜାତି ଯୁବ ଉଦ୍ୟୋଗୀଙ୍କୁ ତାଲିମ୍

ମୁଖ୍ୟ ମନ୍ତ୍ରୀ ଜନଜାତି ଜୀବିକା ମିଶନରେ ଜନଜାତି ଯୁବ ଉଦ୍ୟୋଗୀଙ୍କୁ ତାଲିମ୍

 

କ ନୂଆଗାଁ -28/2-ମୁଖ୍ୟ ମନ୍ତ୍ରୀ ଜନଜାତି ଜୀବିକା ମିଶନ ଆନୁକୁଲ୍ୟରେ ଜନଜାତି ଯୁବ ଲଘୁ ଉଦ୍ୟୋଗୀ ଙ୍କୁ ୨ ଦିନିଆ ଆବାସିକ କର୍ମଶାଳା ସମନ୍ଵିତ ଆଦିବାସୀ ଉନ୍ନୟନ ସଂସ୍ଥା, ବାଲିଗୁଡ଼ା ପକ୍ଷରୁ କନ୍ଧମାଳ ଜିଲ୍ଲା କ. ନୂଆଗାଁ ବ୍ଲକର ଦିବ୍ୟ ଜ୍ୟୋତି ଠାରେ ଅନୁଷ୍ଠିତ ହୋଇଛି । କ. ନୂଆଗାଁ, ଦାରିଙ୍ଗବାଡି ଓ ରାଇକିଆ ବ୍ଲକର ପାଖାପାଖି 50 ଜଣରୁ ଉର୍ଦ୍ଧ ଉଦ୍ୟୋଗୀ ବିଭିନ୍ନ ଉଦ୍ୟୋଗ ମାଧ୍ୟମରେ ସ୍ୟବଲମ୍ବି କରିବା ସହିତ ଅନ୍ୟମାନର ପ୍ରେରଣାରେ ଉତ୍ସ ହୋଇପାରିବ। ଉକ୍ତ ଉଦ୍ୟୋଗ କରିବା ଦ୍ୱାରା ଆର୍ଥିକ ସ୍ଥିତି ଉନ୍ନତି କରିବା ସହିତ ଅନ୍ୟ ରାଜ୍ୟ ତଥା ଦାଦନ ଶ୍ରମିକ ରୁ ମୁକ୍ତି କରିବ । ତାଲିମ୍ ଶିବିରରେ ମୁଖ୍ୟ ଅତିଥିଭାବେ ପ୍ରକଳ୍ପ ପ୍ରଶାସକ ଗଦାଧର ପାତ୍ର ଯୋଗଦାନ କରି ଯୁବ ଉଦ୍ୟୋଗୀଙ୍କ ଉଜ୍ଜଳ ଭବିଷ୍ୟତ କାମନା କରିଛନ୍ତି । ଉକ୍ତ କାର୍ଯ୍ୟକ୍ରମରେ ଅତିଥିଭାବେ ପ୍ରକଳ୍ପ ପ୍ରବନ୍ଧକ ସମୀରନ ନାୟକ,କୃଷି ଅଧିକାରୀ ରାଜେଶ ପ୍ରଧାନ, ତାଲିମ୍ ଦାତା ଭାବେ ସାମାଜିକ ଅନୁଷ୍ଠାନ ବିକାଶ ବିଶେଷଜ୍ଞ ଜଗମୋହନ ପୃଷ୍ଟି, ବ୍ଲକ୍ ଜୀବିକା ବିଶେଷଜ୍ଞ ଦେବାଶିଷ ନାୟକ, ଚନ୍ଦ୍ରକାନ୍ତ କହ୍ନର ରହିମୁଦ ନାୟକ, ସୁନୀଲ ସୁବୁଦ୍ଧି, ଏବଂ ପ୍ରବୀଣ ନାୟକ ଉପସ୍ଥିତ ଥିଲେ।

Click to comment

Leave a Reply

Your email address will not be published. Required fields are marked *

ଚର୍ଚ୍ଚିତ ଖବର

To Top