ଜିଲ୍ଲା

ମୌଳିକ ସାକ୍ଷରତା ଓ ସଂଖ୍ୟା ଜ୍ଞାନ ଆକଳନ ପରୀକ୍ଷା

ମୌଳିକ ସାକ୍ଷରତା ଓ ସଂଖ୍ୟା ଜ୍ଞାନ ଆକଳନ ପରୀକ୍ଷା

ରାଇକିଆ ,୨୩/୩- କନ୍ଧମାଳ ଜିଲ୍ଲା ରାଇକିଆ ଗୋଷ୍ଠୀ ଶିକ୍ଷା ଅଧିକାରୀ ଙ୍କ କାର୍ଯ୍ୟାଳୟ ଅନ୍ତର୍ଗତ 12 ଗୋଟି ପଂଚାୟତରେ ଥିବା 24 ଗୋଟି କ୍ଲଷ୍ଟରର ବିଭିନ୍ନ ପରୀକ୍ଷା କେନ୍ଦ୍ର ଗୁଡିକରେ ଭାରତ ସରକାରଙ୍କର ନବ ଭାରତ ସାକ୍ଷରତା କାର୍ଯ୍ୟକ୍ରମ ଅନ୍ତର୍ଗତ ମୌଳିକ ସାକ୍ଷରତା ଓ ସଂଖ୍ୟା ଜ୍ଞାନ ଆକଳନ ପରୀକ୍ଷା ର ଦ୍ବିତୀୟ ପର୍ଯ୍ୟାୟ ଅନୁଷ୍ଠିତ ହୋଇଯାଇଛି । ଗ୍ରାମୀଣ ସ୍ତରରେ ଥିବା ନିରକ୍ଷର ବ୍ୟକ୍ତି ବିଶେଷ ମାନଙ୍କୁ ସାକ୍ଷର କରିବା ପାଇଁ ଦୀର୍ଘ ବର୍ଷ ଧରି ସରକାରଙ୍କ ଦ୍ୱାରା ଏହି କାର୍ଯ୍ୟକ୍ରମ ଚାଲୁ ରହିଥିବା ବେଳେ ଚଳିତ ଶିକ୍ଷା ବର୍ଷର ରବିବାର ଅନୁଷ୍ଠିତ ଦ୍ବିତୀୟ ପର୍ଯ୍ୟାୟ ରେ ରାଇକିଆ ବ୍ଲକ୍ ରେ 711 ଜଣ ମହିଳା ଓ ପୁରୁଷ ପରୀକ୍ଷାରେ ଅଂଶଗ୍ରହଣ କରିଥିଲେ । ଗୋଷ୍ଠୀ ଶିକ୍ଷା ଅଧିକାରୀ ହାଡ଼ି ବନ୍ଧୁ ବେହେରାଙ୍କ ପ୍ରତ୍ୟକ୍ଷ ମାର୍ଗଦର୍ଶନ ଓ ନବଭାରତ ସାକ୍ଷରତା କାର୍ଯ୍ୟକ୍ରମର ବ୍ଲକ ନୋଡାଲ ଅଧିକାରୀ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ସିମାଦ୍ରି କହଁର ବିଭିନ୍ନ ପରିକ୍ଷା କେନ୍ଦ୍ର ଗୁଡିକୁ ପରିଦର୍ଶନ କରିଥିଲେ ଏବଂ ପ୍ରଧାନ ଶିକ୍ଷକ ଓ ଶିକ୍ଷକ, ଶିକ୍ଷୟିତ୍ରୀ ମାନେ ପରିଚାଳନା ରେ ସହାୟତା ପ୍ରଦାନ କରିଥିଲେ । ପୂର୍ବରୁ ଅନୁଷ୍ଠିତ ଏହି ପରୀକ୍ଷା ର ପ୍ରଥମ ପର୍ଯ୍ୟାୟ ରେ 901 ଜଣ କୃତକାର୍ଯ୍ୟ ହୋଇଥିଲେ ।

Click to comment

Leave a Reply

Your email address will not be published. Required fields are marked *

ଚର୍ଚ୍ଚିତ ଖବର

To Top