ଫୁଲବାଣୀ,୨୫/୪- ଫୁଲବାଣୀ ଠାରେ ଜାତୀୟ ପଞ୍ଚାୟତରାଜ ଦିବସ ପାଳନ ହୋଇଯାଇଛି।ଏହି ଅବସରରେ ଅନୁଷ୍ଠିତ ଜିଲା ସ୍ତରୀୟ ପଞ୍ଚାୟତରାଜ ଦିବସ କାର୍ଯ୍ୟକ୍ରମରେ ରାଇକିଆ ଗ୍ରାମ ପଞ୍ଚାୟତକୁ ଶ୍ରେଷ୍ଠ ପଞ୍ଚାୟତ ଭାବେ ସମ୍ମାନନୀୟ ଜଣାଇବା ସହ ପୁରସ୍କୃତ କରାଯାଇଛି। ଫୁଲବାଣୀ ସ୍ଥାନୀୟ ବିଜୁ ସ୍ମୃତି କଲ୍ୟାଣ ମଣ୍ଡପ ଠାରେ ଆୟୋଜିତ ହୋଇ ଯାଇଛି । ଜିଲା, ବ୍ଲକ୍ ପ୍ରଶାସନ କାର୍ଯ୍ୟାଳୟ ପକ୍ଷରୁ ଚିଠି ପାଇ ଏହି କାର୍ଯ୍ୟକ୍ରମ ରେ ଯୋଗ ଦେଇ ରାଇକିଆ ସରପଞ୍ଚ ଗୀତାଞ୍ଜଳୀ ନାୟକ ପ୍ରୋତ୍ସାହନ ରାଶି ପୁରସ୍କାର କୁ ମୂଖ୍ୟ ଅତିଥି ଫୁଲବାଣୀ ବିଧାୟକ ଉମା ଚରଣ ମଲ୍ଲିକ, ଅତିରିକ୍ତ ଜିଲ୍ଲାପାଳ ରମେଶ ଚନ୍ଦ୍ର ଜେନା, ଅତିରିକ୍ତ ଜିଲ୍ଲାପାଳ କୁଶଳ ଚନ୍ଦ୍ର ନାୟକ, ଜିଲା ପରିଷଦ ମୂଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଶମ୍ଭୁନାଥ ନନ୍ଦୀଙ୍କ ଠାରୁ ଗ୍ରହଣ କରିଛନ୍ତି। ରାଇକିଆ ବ୍ଲକର ୧୨ ଗୋଟି ପଞ୍ଚାୟତ ମଧ୍ୟରୁ ରାଇକିଆ ପଞ୍ଚାୟତ ଏହି ପୁରସ୍କୃତ ପାଇବା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି।ପଞ୍ଚାୟତ ର ବିଭିନ୍ନ ଉନ୍ନୟନମୂଳକ, ସଚେତନତା କାର୍ଯ୍ୟକ୍ରମ, ସ୍ଵଛତା, ପଞ୍ଚାୟତ କାର୍ଯ୍ୟାଳୟର ସମସ୍ତ ସଠିକ୍ କାଗଜ ପତ୍ର, ଗ୍ରାମସଭା ବୈଠକ, ଏହି ପରି ଅନେକ ତଥ୍ୟ ସବୁକୁ ପ୍ରଶାସନିକ ଅଧିକାରୀ ଯାଂଚ କରି ଠିକ୍ ଥିବା ନେଇ ଏହି ପୁରସ୍କୃତ କରାଯାଇଛି।ଖବର ପ୍ରଚାରିତ ହେବା ପରେ ରାଇକିଆ ଅଞ୍ଚଳରେ ଖୁସିର ଲହରୀ ଖେଳିଯାଇଛି। ପଞ୍ଚାୟତ କୁ ମିଳିଥିବା ରାଶିକୁ ଅଞ୍ଚଳର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟରେ କାର୍ଯ୍ୟକାରୀ କରିବା ପାଇଁ ତାଙ୍କ ପ୍ରତିକ୍ରିୟାରେ ସରପଞ୍ଚ କହିଛନ୍ତି। ଅଞ୍ଚଳ ବାସୀ ଙ୍କ ସାହାଯ୍ୟ ସହୋଯୋଗ କାମନା କରିଛନ୍ତି। ବିଭିନ୍ନ ଅନୁଷ୍ଠାନ, ବ୍ୟକ୍ତି ବିଶେଷଙ୍କ ତରଫରୁ ସରପଞ୍ଚ ଙ୍କୁ ସାଧୁବାଦ ଜଣାଇଛନ୍ତି।
