ଜୀବନଚର୍ଯ୍ୟା

ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରେ କଖାରୁଫୁଲ

ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରେ କଖାରୁଫୁଲ

କଖାରୁଫୁଲ ଆମ ଶରୀର ପାଇଁ ବେଶ୍‌ ଉପକାରୀ। ଏଥିରେ ଅନେକ ପ୍ରକାର ଭିଟାମିନ୍‌ ଭରିରହିଛି। ଏହାକୁ ନିୟମିତ ଖାଇଲେ ତାହା ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବାରେ ସହାୟକ ହୋଇଥାଏ ବୋଲି ଜଣାପଡ଼ିଛି। ‘ରୋଗ ପ୍ରତିରୋଧକ ଶକ୍ତି ଓ କଖାରୁଫୁଲ’ ଶୀର୍ଷକ ବିଷୟ ଉପରେ ଲଣ୍ଡନ ବିଶ୍ୱବିଦ୍ୟାଳୟର ବିଶେଷଜ୍ଞମାନେ ଏକ ସର୍ଭେ କରିଥିଲେ। ଏହାର ପରିସରଭୁକ୍ତ ବ୍ୟକ୍ତିମାନଙ୍କ ମଧ୍ୟରୁ ଯେଉଁମାନେ ପ୍ରାୟ ନିୟମିତ କଖାରୁଫୁଲ ଖାଉଥିଲେ ସେମାନଙ୍କ ମଧ୍ୟରୁ ପ୍ରାୟ ୪୦ ପ୍ରତିଶତ ବ୍ୟକ୍ତିଙ୍କର ରୋଗ ପ୍ରତିରୋଧକ ଶକ୍ତି ପୂର୍ବାପେକ୍ଷା ବୃଦ୍ଧି ପାଉଥିଲା ବୋଲି ସେମାନେ ରିପୋର୍ଟରେ ଉଲ୍ଲେଖ କରିଛନ୍ତି। ଏହାକୁ ନିୟମିତ ଖାଇବା ଦ୍ୱାରା, ଶରୀରରେ ଭିଟାମିନ୍‌ ‘ସି’ର ଅଭାବ କେତେକାଂଶରେ ପୂରଣ ହୋଇଯାଏ। ଏହା ଶରୀରରେ ଲୌହ ଓ ଖଣିଜ ଲବଣ ପରିମାଣକୁ ସନ୍ତୁଳିତ ରଖେ। ଏଥିରେ ଥିବା ଭିଟାମିନ୍‌ ‘ଏ’ ଦୃଷ୍ଟିଶକ୍ତି ବୃଦ୍ଧି କରିବାରେ ସହାୟକ ହୋଇଥାଏ। ଏହା ଶରୀରରେ ଶୁଦ୍ଧ ଅମ୍ଳଜାନ ମଧ୍ୟ ତିଆରି କରିଥାଏ। କଖାରୁଫୁଲ ଅସ୍ଥି ଓ ଦାନ୍ତକୁ ମଜଭୁତ କରିବାରେ ସାହାଯ୍ୟ କରେ।

Click to comment

Leave a Reply

Your email address will not be published. Required fields are marked *

ଚର୍ଚ୍ଚିତ ଖବର

To Top