ଜିଲ୍ଲା

ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟରେ ବିଶ୍ଵ ସ୍ଵାସ୍ଥ୍ୟ ଦିବସ ପାଳିତ

ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟରେ ବିଶ୍ଵ ସ୍ଵାସ୍ଥ୍ୟ ଦିବସ ପାଳିତ

ଫୁଲବାଣୀ,୫/୪- ଫୁଲବାଣୀ ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟରେ ରେଡ୍ ରିବନ୍ କ୍ଲବ୍ ଏବଂ ଯୁବ ରେଡ୍ କ୍ରସ୍ ଆନୁକୁଲ୍ୟରେ ବିଶ୍ଵ ସ୍ଵାସ୍ଥ୍ୟ ଦିବସ ଉପଲକ୍ଷେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି l ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼ଃ. ସୁବାସ ଚନ୍ଦ୍ର ପ୍ରଧାନଙ୍କ ସଭାପତିତ୍ବ ରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଫୁଲବାଣୀ ରକ୍ତ ଭଣ୍ଡାର ଅଧିକାରୀ ଡା. ଜୟଦୀପ ଘୋଷ,ପୂର୍ବତନ ଯୁବ ରେଡ୍ କ୍ରସ୍ ଜିଲ୍ଲା ସଂଯୋଜକ ଶ୍ରୀ ସୁକାନ୍ତ କୁମାର ବେହେରା ଯୋଗଦେଇ ଉତ୍ତମ ସ୍ୱାସ୍ଥ୍ୟର ମହତ୍ତ୍ଵ ଓ ଏହି ବର୍ଷର ସନ୍ଦର୍ଭ – ସ୍ୱାସ୍ଥ୍ୟକର ପ୍ରାରମ୍ଭ, ଆଶାବାଦୀ ଭବିଷ୍ୟତ ସମ୍ପର୍କରେ ଛାତ୍ରଛାତ୍ରୀ ମାନଙ୍କୁ ସଚେତନ କରିଥିଲେ l ଅଧ୍ୟକ୍ଷ ଡ଼ଃ. ପ୍ରଧାନ ଏବଂ ମଞ୍ଚାସୀନ ଅଧିକାରୀବୃନ୍ଦ ସାର୍ ହେନେରି ଦୁନନ୍ତଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ପ୍ରଦାନ ଏବଂ ପ୍ରଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ସର୍ବପ୍ରଥମେ ଡ଼ଃ. ପ୍ରଧାନ ଉପସ୍ଥିତ ଛାତ୍ରଛାତ୍ରୀମାନଙ୍କୁ ଯୁବ ଅବସ୍ଥାରେ ଉତ୍ତମ ସ୍ୱାସ୍ଥ୍ୟ ଗଠନର ମହତ୍ତ୍ଵ ଏବଂ ସମାଜ ଗଠନରେ ସେମାନଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ଉପରେ ଆଲୋକପାତ କରିଥିଲେ । ଏହି କାର୍ଯ୍ୟକ୍ରମର ମୁଖ୍ୟ ବକ୍ତା ଡ଼ା. ଘୋଷ ସୁସ୍ଥ ମାତୃତ୍ଵ ଏବଂ ନିରାପଦ ଶୈଶବ ଉପରେ ସମସ୍ତଙ୍କୁ ଉଦବୋଧନ ଦେଇଥିଲେ। ଶ୍ରୀ ବେହେରା ଉତ୍ତମ ସ୍ୱାସ୍ଥ୍ୟ ଏବଂ ଯୁବ ରେଡକ୍ରସର ସ୍ୱେଚ୍ଛାସେବୀଙ୍କ ଭୂମିକା ଉପରେ ଗୁରୁତ୍ୱାରୋପ କରିଥିଲେ । ଏହି କାର୍ଯ୍ୟକ୍ରମରେ ବରିଷ୍ଠ ସ୍ୱେଚ୍ଛାସେବୀ ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ଦିବସ ଉପଲକ୍ଷେ ମହାବିଦ୍ୟାଳୟରେ ବର୍ତ୍ତମାନର ଯୁବ ରେଡ୍ କ୍ରସ୍ ର ଜିଲ୍ଲା ସଂଯୋଜିକା ପ୍ରାଣୀ ବିଜ୍ଞାନ ବିଭାଗର ସହକାରୀ ପ୍ରଫେସର ଡ଼ଃ. ଅଭିପ୍ସା ବଳଙ୍କ ତତ୍ତ୍ଵାବଧାନରେ ରେ ବକ୍ତୃତା, ଚିତ୍ରାଙ୍କନ ଏବଂ କୁଇଜ୍ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା।କୃତି ପ୍ରତିଯୋଗୀଙ୍କୁ ଏହି ଅବସରରେ ପୁରସ୍କୃତ କରାଯାଇଥିଲା। ଶେଷରେ ଡ଼ଃ. ବଳ ନିଜ ବକ୍ତବ୍ୟ ରଖିଥିଲେ ଏବଂ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ବିଶ୍ଵ ସ୍ୱାସ୍ଥ୍ୟ ଦିବସର ପୂର୍ବଦିନ ପାଳିତ ଏହି ଉତ୍ସବରେ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ, ଅଧ୍ୟାପିକା, ଛାତ୍ରଛାତ୍ରୀ, ଅଣଶିକ୍ଷକ କର୍ମଚାରୀ ପ୍ରମୁଖ ଯୋଗଦେଇ କାର୍ଯ୍ୟକ୍ରମକୁ ସାଫଲ୍ୟ ମଣ୍ଡିତ କରିଥିଲେ l

Click to comment

Leave a Reply

Your email address will not be published. Required fields are marked *

ଚର୍ଚ୍ଚିତ ଖବର

To Top