ନ୍ୟୁଜ୍ ବୁଲେଟିନ୍

ସିବିଏସଇ ପରୀକ୍ଷା ଫଳ ଦ୍ଵାଦଶରେ ପି. ସମୀକ୍ଷା ଏବଂ ଦଶମରେ ଉଷାରାଣୀ ରାଇକିଆ ବ୍ଳକ ଟପର


ରାଇକିଆ,୧୪/୫ – ସିବିଏସଇ ଦଶମ ଏବଂ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫଳ ପ୍ରକାଶିତ ହୋଇଛି । କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକରେ ଦୁଇଟି ବିଦ୍ୟାଳୟର ଛାତ୍ରଛାତ୍ରୀ ସିବିଏସଇ ଦ୍ଵାରା ପରିଚାଳିତ ଦଶମ ଏବଂ ଦ୍ଵାଦଶ ପରୀକ୍ଷା ଦେଇଥିଲେ । ଓଡିଶା ଆଦର୍ଶ ବିଦ୍ୟାଳୟ ରାଇକିଆରୁ ଦ୍ଵାଦଶ ପରୀକ୍ଷାରେ ମୋଟ ୬୭ ଜ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇ ଦଇଥିଲେ । ସେଥି ମଧ୍ୟରୁ ୪୭ ଜଣ ପାସ ହେବା ସହ ବିଦ୍ୟାଳୟର ପାସହାର ହାର ୭୦.୧୪ ପ୍ରତି ରହିଅଛି । ଦ୍ୱାଦଶରେ ପି. ସମୀକ୍ଷା ୭୭.୦୪ ପ୍ରତିଶତ ରଖି ବିଦ୍ୟାଳୟ ସହ ରାଇକିଆ ବ୍ଲକ ବ୍ଲକ ଟପର ହୋଇ ହାଇଛନ୍ତି । ସେହିପରି ଦଶମ ପରୀକ୍ଷାରେ ମୋଟ ୭୩ଜଣଙ୍କ ମଧ୍ୟରୁ ୬୭ ଜଣ ପାସ୍ ହେବା ସହ ପାସ୍‌ ହାର ୯୧.୭୩ ପ୍ରତିଶତ ରହିଛି । ଦଶମ ପରୀକ୍ଷାରେ ଉଷାରାଣୀ ଶତପଥୀ ମୋଟ ୯୬.୨୦ ପ୍ରତିଶତ ରଖ୍ ବିଦ୍ୟାଳୟ ସହ ରାଇକିଆ ବ୍ଲକ ଟପର ହୋଇଛନ୍ତି । ସେହିପରି କଳିଙ୍ଗ ଆଦର୍ଶ ଆବାସିକ ବିଦ୍ୟାଳୟ ରାଇକିଆରୁ ମୋଟ ୫୧ ଜଣ ପରୀକ୍ଷା ଦେଇଥିଲେ ସେଥିମଧ୍ୟରୁ ସମସ୍ତ ୫୧ ଜଣ ପାସ ହୋଇଛନ୍ତି । ବିଦ୍ୟାଳୟର ପାସହାର ୧୦୦ ପ୍ରତିଶତ ରହିଅଛି । ବିଦ୍ୟାଳୟରୁ ଦିବ୍ୟରଞ୍ଜନ ପ୍ରଧାନ ୮୬.୦୨ ପ୍ରତିଶତ ରଖ୍ ବିଦ୍ୟାଳୟ ଟପର ହୋଇଛନ୍ତି । ନିଜର ସଫଳତା ପାଇଁ ଛାତ୍ରଛାତ୍ରୀମାନେ ପିତାମାତାଙ୍କ ସହ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କୁ ଶ୍ରେୟ ଦେଇଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

ଚର୍ଚ୍ଚିତ ଖବର

To Top