ଅର୍ଥନୀତି

ହରିଦ୍ଵାରରେ ଏନ୍.ୟୁ.ଜେ (ଆଇ)ର ରାଷ୍ଟ୍ରୀୟ ଅଧିବେଶନ

ହରିଦ୍ଵାରରେ ଏନ୍.ୟୁ.ଜେ (ଆଇ)ର ରାଷ୍ଟ୍ରୀୟ ଅଧିବେଶନ

ଭୁବନେଶ୍ୱର ,11/3-ଜାତୀୟ ସାମ୍ବାଦିକ ୟୁନିଅନ୍ ଏନୟୁଜେ (ଆଇ) ର ଦ୍ଵିଦିବସୀୟ ରାଷ୍ଟ୍ରୀୟ ସମ୍ମିଳନୀ ଦେବଭୂମି ଉତ୍ତରାଖଣ୍ଡର ହରିଦ୍ଵାର ଠାରେ ଅନୁଷ୍ଠିତ ହୋଇଯାଇଅଛି। ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀ ଭର୍ଚୁଆଲ ମାଧ୍ୟମରେ ସମ୍ମିଳନୀକୁ ଉଦ୍ଘାଟନ କରିବା ସହ ସାମ୍ବାଦିକଙ୍କ ସୁରକ୍ଷା ଓ କଲ୍ୟାଣ ଲାଗି ସବୁ ପ୍ରକାର ପଦକ୍ଷେପ ନେବାକୁ ତାଙ୍କ ସରକାର ସଂକଳ୍ପ ବଦ୍ଧ ବୋଲି କହିଥିଲେ। ରାଜ୍ୟ କ୍ୟାବିନେଟ ମନ୍ତ୍ରୀ ଗଣେଶ ଯୋଷୀ ବିଶିଷ୍ଟ ଅତିଥି ଭାବେ ଯୋଗ ଦେଇଥିଲେ। ୟୁନିଅନ୍ ର ସଭାପତି ରାସ୍ ବିହାରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସମାବେଶ ରେ ୨୪ଟି ରାଜ୍ୟରୁ ରାଜ୍ୟରୁ ପ୍ରାୟ ୩୦୦ ସାମ୍ବାଦିକ ଯୋଗ ଦେଇଥିଲେ। ସମ୍ମିଳନୀରେ ମିଡିଆ କାଉନସିଲ ଗଠନ,ସାମ୍ବାଦିକ ସୁରକ୍ଷା ଆଇନ୍ ପ୍ରଣୟନ,ପ୍ରତ୍ୟାହୃତ ହୋଇଥିବା ସମସ୍ତ ସୁବିଧା ସୁଯୋଗର ପୁନଃ ପ୍ରଚଳନ ଉପରେ ଗୁରୁତ୍ବ ଦିଆଯାଇଥିଲା। ସଭାପତି ପ୍ରସନ୍ନ ମହାନ୍ତି ଙ୍କ ଅଧ୍ୟକ୍ଷତାରେ ଓୟୂଜେ ର ୭ଜଣିଆ ପ୍ରତିନିଧି ଦଳ ସମ୍ମିଳନୀରେ ସାମିଲ ହୋଇଥିଲେ। ସୁରକ୍ଷା ଆଇନ୍,ପେନସନ ଓ ଅଧିସ୍ବୀକୃତି ଆଦି ପ୍ରସଙ୍ଗରେ ଓ ୟୁ ଜେ ବ୍ୟାପକ ଅଭିଯାନ ଜାରି ରଖିଛି ବୋଲି ସଭାପତି ଶ୍ରୀ ମହାନ୍ତି ତାଙ୍କ ବକ୍ତବ୍ୟ ରେ ଉଲ୍ଲେଖ କରିବା ସହ ନୂଆ ଲେବର କୋଡ କାର୍ଯ୍ୟକାରୀ ହେଲେ ସାମ୍ବାଦିକ ସେମାନଙ୍କର ଅନେକ ମୌଳିକ ଅଧିକାର ହରାଇବେ ବୋଲି ଆଶଙ୍କା ବ୍ୟକ୍ତ କରିଥିଲେ। ସାଧାରଣ ସମ୍ପାଦକ କମ୍ବୁ ଓଡ଼ିଶା ରିପୋର୍ଟ ଉପସ୍ଥାପନ କରି ୟୁନି ଅନ ର ସାଂଗଠନିକ ସଫଳତାର ସୂଚନା ଦେଇଥିଲେ।ଜାତୀୟ କାର୍ଯ୍ୟକାରିଣୀ ସଦସ୍ୟ ପ୍ରମୋଦ ସାମନ୍ତରାୟ,ଅଭୟ ପତି,ସୁରେଶ ଦାସ, କିଶାନ୍ ରାଉତ ଓ ବରିଷ୍ଠ ସଦସ୍ୟ ପରୀକ୍ଷିତ ବିଶ୍ଵାଳ ପ୍ରମୁଖ ସମ୍ମିଳନୀରେ ଯୋଗ ଦେଇଥିଲେ। ୟୁନିଅନ୍ ର ଆଗାମୀ ଦ୍ଵିବାର୍ଷିକ ନିର୍ବାଚନ ପାଇଁ ଦିଲ୍ଲୀ ର ଅଶୋକ କିଙ୍କର ଙ୍କୁ ନିର୍ବାଚନ ଅଧିକାରୀ ମନୋନୀତ କରାଯାଇଥିଲା।

Click to comment

Leave a Reply

Your email address will not be published. Required fields are marked *

ଚର୍ଚ୍ଚିତ ଖବର

To Top