Breaking-news

ହାତୀ କୁ ନେଇ ଭୟଭୀତ ଗ୍ରାମବାସୀ, ସୁରକ୍ଷା ଯୋଗାଇବାକୁ ଦାବୀ

ହାତୀ କୁ ନେଇ ଭୟଭୀତ ଗ୍ରାମବାସୀ, ସୁରକ୍ଷା ଯୋଗାଇବାକୁ ଦାବୀ

ଇନ୍ଦ୍ରଗଡ,୯/୭- କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ ରଣବା ପଞ୍ଚାୟତ ର ବିଭିନ୍ନ ଗ୍ରାମ ରେ କିଛି ଦିନ ହେଲା ହାତୀ ଉପଦ୍ରଵ ଦେଖିବାକୁ ମିଳୁଛି । ମଙ୍ଗଳବାର ରଣଵା ପଞ୍ଚାୟତ ର ବରଦଳୀ ଗ୍ରାମର ସନ୍ତୋଷ ସେଠି ଓ ବାସନ୍ତୀ ବେହେରାଙ୍କ ଘର ଭାଙ୍ଗିବା ସହ ଆସବାସ ପତ୍ର ନଷ୍ଟ ଏବଂ ନଡ଼ିଆ ଗଛ ମଧ୍ୟ ଭଙ୍ଗାରୁଜା କରିଛନ୍ତି l କିଛି ଦିନ ହେବ ହାତୀପଲ ଆତଙ୍କ ଖେଳାଇ ଚାଲିଛନ୍ତି । ୧୦ରୁ ୧୫ ଟିକିଆ ହାତୀପଲଙ୍କ ଉପଦ୍ରବ ଗ୍ରାମବାସୀ ଙ୍କ ମନ ରେ ଭୟର ବାତାବରଣ ସୃଷ୍ଟି କରିଛି । ଗ୍ରାମବାସୀ ପ୍ରଶାସନଙ୍କୁ କ୍ଷତିପୂରଣ ବାବଦକୁ ସାହାଯ୍ୟ ସହଯୋଗ ପାଇଁ ନିବେଦନ କରିବା ସହ ହାତୀ ଉପଦ୍ରବରୁ ଲୋକଙ୍କ ଧନଜୀବନକୁ ସୁରକ୍ଷା ଦେବାକୁ ମଧ୍ୟ ଅନୁରୋଧ କରିଛନ୍ତିି ।

Click to comment

Leave a Reply

Your email address will not be published. Required fields are marked *

ଚର୍ଚ୍ଚିତ ଖବର

To Top