ନ୍ୟୁଜ୍ ବୁଲେଟିନ୍

ଆତ୍ମ ସୁରକ୍ଷା ତାଲିମ୍ ଶିବିର, ଆତ୍ମ ସୁରକ୍ଷା ତାଲିମ୍ ମନୋବଳ ବୃଦ୍ଧି ରେ ସହାୟକ ହୁଏ

ଆତ୍ମ ସୁରକ୍ଷା ତାଲିମ୍ ଶିବିର,  ଆତ୍ମ ସୁରକ୍ଷା ତାଲିମ୍ ମନୋବଳ ବୃଦ୍ଧି ରେ ସହାୟକ ହୁଏ

 

ରାଇକିଆ,୧୧/୩ – କନ୍ଧମାଳ ଜିଲ୍ଲା ରାଇକିଆ ଜୀବନ ଜ୍ୟୋତି ମହାବିଦ୍ୟାଳୟ ରେ ଯୁକ୍ତ ତିନି ପ୍ରଥମ ବର୍ଷ ଛାତ୍ରୀମାନଙ୍କ ଲାଗି ଚାଲିଥିବା ଆତ୍ମ ସୁରକ୍ଷା ତାଲିମ୍ ଶିବିର ମଙ୍ଗଳବାର ଉଦଯାପିତ ହୋଇଅଛି। ମାଷ୍ଟର ସୁନେଲି ପଲେଇ ଆତ୍ମ ସୁରକ୍ଷା ଉପରେ ତାଲିମ୍ ପ୍ରଦାନ କରିଥିଲେ। ଏଥିରେ ଭାଗ ନେବା ଲାଗି ଛାତ୍ରୀଙ୍କ ଆଗ୍ରହ ବଢୁଥିବା ମନୋବଳ ବୃଦ୍ଧି ରେ ମଧ୍ୟ ସହାୟକ ହେଉଛି। ଆଜି ଆତ୍ମ ସୁରକ୍ଷା ତାଲିମ୍ ଶିବିର ରେ ଭାଗ ନେଇଥିବା ସମସ୍ତ ପ୍ରତିଯୋଗୀଙ୍କୁ ପ୍ରମାଣପତ୍ର ବଣ୍ଟନ କରାଯାଇଥିଲା । କାର୍ଯ୍ୟକ୍ରମ କୁ ଅତଥିଭାବେ ମହାବିଦ୍ୟାଳୟ ର ଅଧ୍ୟକ୍ଷ ପ୍ରଭାକର ରାଜୁ, ବକ୍ତା ଭାବେ ବରିଷ୍ଠ ପ୍ରାଧ୍ୟାପକ ଉମାକାନ୍ତ ରଥ , ଅଧ୍ୟାପକ ଡ ସନ୍ତୋଷ କୁମାର ନାୟକ, ଅଧ୍ୟାପିକା ଶ୍ରୀମତୀ ମଞ୍ଜୁଳା ସାହୁ ସହିତ ଅନ୍ୟ ସମସ୍ତ ଅଧ୍ୟାପକ ଓ ଅଧ୍ୟାପିକା ପ୍ରମୁଖ ଯୋଗ ଦେଇ ଛାତ୍ରୀ ମାନଙ୍କୁ ମାନପତ୍ର ବଣ୍ଟନ କରିଥିଲେ। କାର୍ଯ୍ୟକ୍ରମଟିକୁ କଲେଜ ର ଆତ୍ମ ସୁରକ୍ଷା ତାଲିମ୍ ପ୍ରୋଗ୍ରାମ ଅଫିସର ତଥା ଅର୍ଥନୀତି ବିଭାଗ ର ଅଧ୍ୟାପିକା କାଜଲ୍ ଦଳାଇ ପରିଚାଳନା କରିଥିଲେ। ଶେଷରେ ଅଧ୍ୟାପିକା ସସ୍ମିତା ଲୋହର ଧନ୍ୟବାଦ୍ ଅର୍ପଣ କରିଥିଲେ।

 

Click to comment

Leave a Reply

Your email address will not be published. Required fields are marked *

ଚର୍ଚ୍ଚିତ ଖବର

To Top