ଜିଲ୍ଲା

ଏଚ୍.ଆଇ.ଭି ସଂକ୍ରମିତ ଓ ଯୌନକର୍ମୀ ଙ୍କ ନିମନ୍ତେ ସାମାଜିକ ସୁରକ୍ଷା ସଚେତନତା କର୍ମଶାଳା

ଏଚ୍.ଆଇ.ଭି ସଂକ୍ରମିତ ଓ ଯୌନକର୍ମୀ ଙ୍କ ନିମନ୍ତେ ସାମାଜିକ ସୁରକ୍ଷା ସଚେତନତା କର୍ମଶାଳା

ଫୁଲବାଣୀ, ୨୦/୦୩, ଜାତିୟ ଏଡ଼ସ ନିୟନ୍ତ୍ରଣ ସସ୍ଥା ଙ୍କ ଆକଳନ ଅନୁସାରେ ଦେଶରେ ଚିହ୍ନଟ ହୋଇଥିବା ଏଚ୍.ଆଇ.ଭି ସଂକ୍ରମିତ ଙ୍କୁ ବିଭିନ୍ନ ସାମାଜିକ ସୁରକ୍ଷା ଯୋଜନା ରେ ଯୋଡି ସେମାନଙ୍କୁ ଦିର୍ଘଜିବନ ଜିଇଁବାର ରାହା ଦେବାପାଇଁ ବ୍ୟବସ୍ଥା କରିଛନ୍ତି । ଏହାକୁ ଆଖି ଆଗରେ ରଖି ବିଭିନ୍ନ ସ୍ୱେଚ୍ଛାସେବି ଅନୁଷ୍ଠାନ ଙ୍କୁ ସାମିଲ କରି ଜିଲ୍ଲାରେ ଥିବା ବିଭିନ୍ନ ବିପଦ ସଙ୍କୁଳ ଗୋଷ୍ଠି ଯଥା- ମହିଳା ଯୌନ କର୍ମୀ, କିନ୍ନର, ଡ୍ରଗ୍ ବ୍ୟବହାର କାରି ଙ୍କୁ ସ୍ୱାସ୍ଥ୍ୟ ସେବା ଯୋଗାଇବା ସହିତ ତାଙ୍କର ପରିବାରକୁ ଖାଦ୍ୟ ସୁରକ୍ଷା ଦେବା ପାଇଁ ଦାୟିତ୍ୱ ଦେଇଛନ୍ତି । ସେହିପରି କନ୍ଧମାଳ ଜିଲ୍ଲାରେ ସ୍ୱେଛାସେବୀ ଅନୁଷ୍ଠାନ ସ୍ୱାତୀ ଙ୍କୁ ଲକ୍ଷ୍ୟଭେଦି ପ୍ରକଳ୍ପ ମାଧ୍ୟମରେ କାର୍ଯ୍ୟକ୍ରମ କରିବାକୁ ସୁଯୋଗ ଦିଆଯାଇଛି । ଏହି ପରିପ୍ରେକ୍ଷୀରେ ଆଜି ଜିଲ୍ଲା ସ୍ୱାସ୍ଥ୍ୟସମିତି କନ୍ଧମାଳ ଙ୍କ ସମ୍ମିଳନି କକ୍ଷରେ ରାଜ୍ୟ ଏଡସ୍ ନିୟନ୍ତ୍ରଣ ସମିତ, ଭୂବନେଶ୍ୱର ଙ୍କ ସହାୟତାରେ ଏକ ଦିନିକିଆ ସଚେତନତା କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ମୂଖ୍ୟ ଅତିଥି ଭାବେ ଜିଲ୍ଲା ମୂଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରି ଡାକ୍ତର ସନ୍ତୋଷ କୁମାର ପାଢୀ ଯୋଗଦେଇ ବିପଦ ସଙ୍କୁଳ ପରିସ୍ଥିତିରେ ଥିବା ବ୍ୟକ୍ତି ବିଶେଷ ଙ୍କ ପାଇଁ ଅନୁଷ୍ଠାନ ଦ୍ୱାରା ନିଆଯାଉଥିବା ପଦକ୍ଷେପ ଗୁଡିକୁ ପ୍ରଶଂଶା କରିଥିଲେ । ତତ୍ସହିତ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ବିଜୟଲକ୍ଷ୍ମୀ ବେହେରା, ଜିଲ୍ଲା ଯୋଗାଣ ଅଧିକାରୀ ଡାକ୍ତର ଜ୍ଞାନେନ୍ଦ୍ରିୟ ମିଶ୍ର, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ପି.ପଦ୍ମା ପ୍ରମୁଖ ଉପସ୍ଥିତ ରହି ନିଜ ନିଜ ବିଭାଗ ମାଧ୍ୟମରେ ଏହି ବିପଦ ସଂକୁଳ ବ୍ୟକ୍ତି ବିଶେଷ ଏବଂ ଏଚ୍.ଆଇ.ଭି ରେ ସଂକ୍ରମିତ ବ୍ୟକ୍ତି ମାନଙ୍କ ପାଇଁ ଥିବା ସୁବିଧା ସୁଯୋଗ ବିଷୟରେ ସଂପୂର୍ଣ୍ଣ ସୂଚନା ପ୍ରଦାନ କରିଥିଲେ । ବିଶିଷ୍ଟ ଆଇନଜିବି ବିଜୟକୃଷ୍ନ ପଟ୍ଟନାୟକ ଏହି ଗୋଷ୍ଠି ମାନଙ୍କ ପାଇଁ ଥିବା ଆଇନଗତ ଦିଗ ଗୁଡିକୁ ଉପସ୍ଥାପନା କରିବା ସହିତ ଆମ୍ବୁସ୍ ମ୍ୟାନ୍ ର ଭୂମିକା ବିଷୟରେ ସୂଚନା ଦେଇଥିଲେ । ଉପଖଣ୍ଡ ସ୍ତରୀୟ ପୋଲିସ ଅଧିକାରୀ ସୁଭ୍ରଜିତ୍ ବିଶ୍ୱାଳ ଯୋଗଦେଇ ଏହି ଗୋଷ୍ଠି ମାନଙ୍କ ପ୍ରତି ହେଉଥିବା ଯେକୌଣସି ଅସଦାଚରଣ କୁ ଖୋଲାଖୋଲି ଭାବରେ ଉପସ୍ଥାପନା କରି କାର୍ଯ୍ୟାନୁଷ୍ଠାନ ପାଇଁ ସହଯୋଗ କରିବାକୁ ପ୍ରତିଶୃତି ଦେଇଥିଲେ । ଏଥିସହିତ ଜିଲ୍ଲା ଏଚ୍.ଆଇ.ଭି/ ଏ.ଡ୍.ସ. ନୋଡାଲ ଅଫିସର୍ ଡାକ୍ତର ପ୍ରଶନ୍ନ କୁମାର ତ୍ରିପାଠୀ ତାଙ୍କର ବକ୍ତବ୍ୟରେ ଏହି ଗୋଷ୍ଠି ମାନଙ୍କର ସାମାଜିକ ସମସ୍ୟା ଗୁଡିକୁ ସମାଧାନ ଦିଗରେ ସ୍ୱାତୀ ଅନୁଷ୍ଠାନ ପ୍ରତ୍ୟକ୍ଷ ଭାବରେ ଭାଗନେଇ ଦୃଷ୍ଟିଗୋଚର କରାଇ ନ୍ୟାୟ ଦେବା ପାଇଁ ସହଯୋଗ କରିବାକୁ ପ୍ରସ୍ତାବ ରଖିଥିଲେ । ଜିଲ୍ଲା ସୁପରଭାଇଜର୍ ଦେବାଶିଶ ମିଶ୍ର ସାମାଜିକ ନ୍ୟାୟ ଦେବା ଓ ସୁରକ୍ଷା ଯୋଜନା ରେ ସାମିଲ ସମୟରେ ଆଇନ୍ର ପ୍ରାବଧାନ କୁ ଆଖିଆଗରେ ରଖି ବ୍ୟକ୍ତିଗତ ତଥ୍ୟ ର ଗୋପନିୟତା କୁ ପାଳନା କରିବାକୁ ଅନୁରୋଧ କରିଥିଲେ । ଲକ୍ଷ୍ୟଭେଦୀ ପ୍ରକଳ୍ପ ପରିଚାଳକ ବିଶ୍ୱରଞନ କର ଏହି ଆଲୋଚନା ରେ ଉପସ୍ଥିତ ରହି ଅତିଥି ମାନଙ୍କର ପରିଚୟ ପ୍ରଦାନ କରିଥିବା ବେଳେ, ପ୍ରଦିପ କୁମାର ସ୍ୱାଇଁ କାର୍ଯ୍ୟକ୍ରମ ପରିଚାଳନା ଓ ଟ୍ରେଜରର୍ ସାନ୍ତନୁ କୁମାର ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ । ଅନୁଷ୍ଠାନ ତରଫରୁ ସ୍ନେହଲତା ନାୟକ, ସୀତା ରଣା, ଦିତିକା ପ୍ରଧାନ, ସୁବାସିନି ବେହେରା, ଅଞନା ବେହେରା ଓ ଅମ୍ରିତା ପ୍ରଧାନ ପ୍ରମୁଖ ପରିଚାଳନା ରେ ସହଯୋଗ କରିଥିଲେ ।

Click to comment

Leave a Reply

Your email address will not be published. Required fields are marked *

ଚର୍ଚ୍ଚିତ ଖବର

To Top