ଜିଲ୍ଲା

କଦଳୀ ଚାଷ ପରିଦର୍ଶନ କଲେ ବାଲିଗୁଡ଼ା ଆଇଟିଡିଏ ପ୍ରକଳ୍ପ ପ୍ରଶାସକ

କଦଳୀ ଚାଷ ପରିଦର୍ଶନ କଲେ   ବାଲିଗୁଡ଼ା ଆଇଟିଡିଏ ପ୍ରକଳ୍ପ ପ୍ରଶାସକ

ବାଲିଗୁଡ଼ା 16/3- – କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ସମ୍ମନିତ ଆଦିବାସୀ ଉନ୍ନୟନ ସଂସ୍ଥା ବାଲିଗୁଡ଼ା ଆଇଟି ଡିଏ ବିଭାଗ ପକ୍ଷରୁ ତୁମୁଡିବନ୍ଧ ବ୍ଲକ ମୁଣ୍ଡିଗଡ଼ ଠାରେ ଆଦିବାସୀ ଜନ ଜାତି ସ୍ୱାଭଲମ୍ବି ହେବା ନିମନ୍ତେ ମାଗଣାରେ କଦଳୀ ଚାରା ଏବଂ ଗେଣ୍ଡୁ ଫୁଲ ଚାରା ପ୍ରଦାନ କରାଯାଇଛି l ଏହି ପରି ପେଖିରେ ବାଲିଗୁଡ଼ା ପ୍ରକଳ୍ପ ପ୍ରଶାସକ ଗଦାଧର ପାତ୍ର ମୁଣ୍ଡିଗଡ଼ ଗ୍ରାମ ଗସ୍ତ କରି ଚାଷିଙ୍କ ସୁଖ ଦୁଃଖ ବୁଝିଛନ୍ତି l ଯାହାକି ଚାଷିଙ୍କ ମଧ୍ୟ୍ୟରେ ଆନନ୍ଦ ଖେଳି ଯାଇଛି l ପ୍ରଥମ ଥର ପ୍ରକଳ୍ପ ପ୍ରଶାସକ ଚାଷିଙ୍କ ନିକଟରେ ପହଞ୍ଚି 50 ଏକର ଜମିରେ ଲାଗିଥିବା କଦଳୀ ଗଛ ଏବଂ 20 ଏକର ଚାଷ ଜମିରେ ଲାଗିଥିବା ଗେଣ୍ଡୁ ଫୁଲ ବଗିଚା ପରିଦର୍ଶନ କରି ଚାଷିଙ୍କ ଆୟ କେତେ ପରି ମାଣରେ ଦୁଇ ଗୁଣିତ ହୋଇ ପାରିଛି ସେ ନେଇ ଚାଷଙ୍କ ସହ ଆଲୋଚନା କରିଛନ୍ତି l ଏହା ସହ ଚାଷ ଜମିରେ ଲାଗିଥିବା ଉନ୍ନତ ମାନର କଦଳୀ ଗଛ ଗୁଡ଼ିକ ତଦାରଖ କରିଥିଲେ l ଏବଂ ଚାଷ ଜମିରେ ଲାଗିଥିବା ହୋଡିଂ,କଲ୍ଡ ଷ୍ଟ୍ରୋରେଜ ବୁଲି ଦେଖି ଥିଲେ l ପ୍ରକଳ୍ପ ପ୍ରଶାସଙ୍କୁ ପାଖରେ ଦେଖି ଚାଷି ମାନେ ଖୁସି ଅନୁଭବ କରିଥିଲେ l ଏହି ପରିଦର୍ଶନ କାର୍ଯ୍ୟକ୍ରମରେ ବ୍ଲକ କାର୍ଯ୍ୟ ଦକ୍ଷକ ଶରତ କୁମାର ସାହୁ,ଏଇଇ ବୈକୁଣ୍ଠ ବେହେରା ସମସ୍ତ ଚାଷି ଉପସ୍ଥିତ ରହିଥିଲେ l

Click to comment

Leave a Reply

Your email address will not be published. Required fields are marked *

ଚର୍ଚ୍ଚିତ ଖବର

To Top