ଖାଦ୍ୟ

କନ୍ଧମାଳ ହଳଦୀ ଦର ବୃଦ୍ଧି, ଚାଷୀ ଉତ୍ସାହିତ

କନ୍ଧମାଳ ହଳଦୀ ଦର ବୃଦ୍ଧି, ଚାଷୀ ଉତ୍ସାହିତ

ଫୁଲବାଣୀ,10/6- କନ୍ଧମାଳ ଜିଲାର ସବୁଠାରୁ ଅର୍ଥକାରୀ ଫସଲ ହଳଦୀ ଦର ଏବେ ଆକାଶ ଛୁଆଁ ହୋଇଛି। ଏବେ କିଲୋ ପ୍ରତି 130 ଟଙ୍କା ରହିଛି ହଳଦୀ ଦର। ଶେଷ ଥର ପାଇଁ 2009/10 ରେ ହଳଦୀ ଦର 150 ଛୁଇଁ ଥିଲା । ଏକଦା ଜିଲ୍ଲା ରେ ସର୍ବାଧିକ ଚାଷ କରାଯାଉଥିବା ହଳଦୀ ଦର କ୍ରମାଗତ ହ୍ରାସ ଯୋଗୁଁ ଦିନ କୁ ଦିନ ଏହି ଚାଷ ରୁ ମୁଁହ ଫେରାଇଥିଲେ ଚାଷୀ । ଚାଷୀ ହଳଦୀ ଛାଡ଼ି ବିଭିନ୍ନ ପନିପରିବା ଚାଷ ପ୍ରତି ଆକର୍ଷିତ ହୋଇଥିଲେ । ପରିସ୍ଥିତି ଏପରି ଉପୁଜିଥିଲା ଜିଆଇ ମାନ୍ୟତା ପ୍ରାପ୍ତ ପ୍ରସିଦ୍ଧ କନ୍ଧମାଳ ହଳଦୀ ର କିଲୋ ପ୍ରତି ଦର 40 କୁ ଖସି ଆସିଥିଲା । ଜୁନ ରୁ ମାର୍ଚ୍ଚ ପର୍ଯ୍ୟନ୍ତ କଠିନ ପରିଶ୍ରମ କରି ଉତ୍ପାଦନ ପରେ ବ୍ୟବସାୟୀ ଙ୍କ ପାଖରେ ପହଞ୍ଚିଲା ବେଳେ ବହୁତ କମ ଦର ରେ ବିକ୍ରୀ କରୁଥିଲେ ଚାଷୀ । ଗତ ଦୁଇ ବର୍ଷ ହେଲା ହଳଦୀ ଦର ସାମାନ୍ୟ ଉପର ମୁହାଁ ହୋଇଥିଲା । ପ୍ରଥମେ 50 ରୁ 60 ଟଙ୍କାରେ ବିକ୍ରୀ ହୋଇଥିଲା । ପରବର୍ତ୍ତୀ ସମୟ ରେ 70 ରୁ ଉର୍ଧକୁ ମଧ୍ୟ ଛୁଇଁଥିଲା ଏହାର ଦର । ଚଳିତ ବର୍ଷ 130 ଟଙ୍କାରେ ପହଂଚିଛି ହଳଦୀ । ହେଲେ 15 ବର୍ଷ ହେଲା ଉଚିତ ଦର ରେ ବିକ୍ରୀ ନ ହେବା ଯୋଗୁଁ ଏହି ଚାଷ ରୁ ଦୂରେଇ ଯାଇଛନ୍ତି ଚାଷୀ । ମୁରୁଡିକୁପୁଡ଼ା ଅଂଚଳ ର ଚାଷୀ ବରଦତ ଦିଗାଲ କୁହନ୍ତି, ଆମେ ପୁର୍ବରୁ ହଳଦୀ ଚାଷ କରୁଥିଲୁ । କିନ୍ତୁ କିଛି ବର୍ଷ ହେଲା ଦର ହ୍ରାସ ଯୋଗୁ କ୍ଷତି ସହିଲୁ । ଫଳରେ ଏହି ଚାଷ ଛାଡ଼ିବାକୁ ବାଧ୍ୟ ହେଲୁ । ଏହାର ଚାଷ ଆରମ୍ଭ ରୁ ଅମଳ ପର୍ଯ୍ୟନ୍ତ ବର୍ଷ ତମାମ ପରିଶ୍ରମ କରିବାକୁ ପଡ଼ିଥାଏ । ସେହି ତୁଳନା ରେ ବହୁତ କମ୍ ଦର କୁ ଖସି ଆସିଥିଲା ହଳଦୀ ଦର । ଏବେ ଭଲ ରେଟ ଅଛି । ଏହି ପରି ଯଦି ଆଗକୁ ଦର ସ୍ଥିର ରହିବ ନିଶ୍ଚିତ ଭାବେ ଲୋକେ ଏହି ଚାଷ ପ୍ରତି ପୁଣି ମନ ବଳାଇବେ ।

Click to comment

Leave a Reply

Your email address will not be published. Required fields are marked *

ଚର୍ଚ୍ଚିତ ଖବର

To Top