Breaking-news

କଳିଙ୍ଗା ଘାଟିରେ ଓଲୋଟିଲା ଖମ୍ବେଶ୍ୱରୀ ବସ୍, ୧୦ ଆହତ

କଳିଙ୍ଗା ଘାଟିରେ ଓଲୋଟିଲା ଖମ୍ବେଶ୍ୱରୀ ବସ୍, ୧୦ ଆହତ

ଜି.ଉଦୟଗିରି,14/3-ଗଞ୍ଜାମ କନ୍ଧମାଳ ଜିଲା ସୀମାରେ ଥିବା କଳିଙ୍ଗା ଘାଟିରେ ଶୁକ୍ରବାର ପ୍ରତ୍ୟୁଷରେ ଖମ୍ବେଶ୍ୱରୀ ବସ୍ ଓଲୋଟି ପଡିଛି। ଏଥିରେ ୧୦ ରୁ ଉର୍ଦ୍ଧ୍ବ ଯାତ୍ରୀ ଆହତ ହୋଇଛନ୍ତି। ୩ ଜଣଙ୍କ ଅବସ୍ଥା ଭଲ ନଥିବା ଯୋଗୁଁ ସେମାନଙ୍କୁ ଆମ୍ବୁଲାନ୍ସ ଯୋଗେ ଚିକିତ୍ସା ପାଇଁ ଭଞ୍ଜନଗର ହସ୍ପିଟାଲ୍ ଅଣାଯାଇଥିଲା। ସେଥିମଧ୍ୟରୁ ଜଣକୁ ବ୍ରହ୍ମପୁର ବଡ ମେଡିକାଲକୁ ଅଧିକ ଚିକିତ୍ସା ପାଇଁ ପଠାଯାଇଛି।

 

ଅନ୍ୟ ଆହତ ମାନେ ସାମାନ୍ୟ ଆହତ ହୋଇଥିବା ଯୋଗୁଁ ସେମାନେ ମେଡିକାଲ୍ କୁ ଆସିନଥିଲେ । ଘଟଣାରୁ ପ୍ରକାଶ ଯେ ଖମ୍ବେଶ୍ୱରୀ ବସ୍ ଟି ରାୟପୁରରୁ ବ୍ରହ୍ମପୁର ଅଭିମୁଖେ ଗୁରୁବାର ରାତିରେ ବାହାରିଥିଲା। ବସ୍ ରେ ୧୭ ଜଣ ଯାତ୍ରୀ ଥିଲେ। ଶୁକ୍ରବାର ପ୍ରତ୍ୟୁଷରେ ବସ୍ ର ଚାଳକ କଳିଙ୍ଗା ଘାଟିରେ ଏକ ଗୋଲେଇ ରେ ଭାରସାମ୍ୟ ହରାଇ ବାରୁ ରାସ୍ତା ଉପରେ ହିଁ ବସ୍ ଟି ଓଲଟି ପଡିଥିଲା। ଫଳରେ ବସ୍ ରେ ବସିଥିବା ଯାତ୍ରୀ ମାନେ ଆହତ ହୋଇଥିଲେ। ଏହାପରେ ଖବର ପାଇ ଦୁର୍ଗାପ୍ରସାଦ ଗ୍ରାମବାସୀ ଏବଂ ଅନ୍ୟ ସୁସ୍ଥ ଯାତ୍ରୀ ମାନେ ଆହତ ମାନକୁ ବସ୍ ରୁ ଉଦ୍ଧାର କରି ଚିକିତ୍ସା ପାଇଁ ଭଞ୍ଜନଗର ହସ୍ପିଟାଲ୍ କୁ ପଠାଇଥିଲେ। ଖବର ପାଇ ଭଞ୍ଜନଗର ଏବଂ ଜି. ଉଦୟଗିରି ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି।

Click to comment

Leave a Reply

Your email address will not be published. Required fields are marked *

ଚର୍ଚ୍ଚିତ ଖବର

To Top