ସ୍ୱାସ୍ଥ୍ୟ

କେତେ ସମୟ ଚାଲିବା ଉଚିତ୍

କେତେ ସମୟ ଚାଲିବା ଉଚିତ୍

ସୁସ୍ଥ ଓ ନୀରୋଗ ରହିବାକୁ ଚାଲିବା ଅଭ୍ୟାସ ସବୁଠୁ ଭଲ ଉପାୟ ବୋଲି ଡାକ୍ତରମାନେ କହିଥାନ୍ତି। ଚାଲିବା ଦ୍ବାରା ଓଜନ, କୋଲେଷ୍ଟ୍ରଲ, ମାନସିକ ଶାନ୍ତି ସହ ହୃଦ୍‌ଘାତଜନିତ ସମସ୍ୟା ଆଦି ନିୟନ୍ତ୍ରଣ ହୁଏ। ମାଂସପେଶୀ ମଜଭୁତ୍‌ ହୁଏ। ଦିନ ତମାମ ସତେଜ ଓ ଫୂର୍ତ୍ତି ଲାଗିଥାଏ। ତେଣୁ ବୟସ ଓ ସ୍ବାସ୍ଥ୍ୟସ୍ଥିତି ଆଧାରରେ ଦିନକୁ ଜଣେ କେତେ ସମୟ ଚାଲିବା ଆବଶ୍ୟକ, ତାହା ଜାଣିବା ଉଚିତ।

ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ଅନୁସାରେ, ଜଣେ ସୁସ୍ଥ ବ୍ୟକ୍ତି ଦିନକୁ ପାଖାପାଖି ୬୦୦୦ ପାହୁଣ୍ଡ ତଥା ୫ରୁ ୬ କିଲୋମିଟର ଚାଲିବା ନିହାତି ଆବଶ୍ୟକ। ସେହିପରି ୬ରୁ ୧୮ ବର୍ଷର ପିଲାମାନେ ପ୍ରତିଦିନ ୫୦୦୦ ପାହୁଣ୍ଡ ତଥା ୪ରୁ ୫ କିଲୋମିଟର ଚାଲିପାରିବେ।
ଏହାକୁ ବାଦ୍‌ ଦେଲେ, ୧୮ବର୍ଷରୁ ୬୦ ବର୍ଷର ବ୍ୟକ୍ତିଙ୍କୁ ପାଖାପାଖି ଛଅ କି.ମି. ଚାଲିବାକୁ ପରାମର୍ଶ ଦିଆଯାଇଥାଏ। ୬୦ ବର୍ଷରୁ ଅଧିକ ବୟସର ବ୍ୟକ୍ତି ସେମାନଙ୍କ ସ୍ବାସ୍ଥ୍ୟର ସ୍ଥିତି ଦେଖି ଚାଲିବା ଆବଶ୍ୟକ। ତେବେ ଯେଉଁମାନେ ଜିମ୍‌ ଯାଉଛନ୍ତି, ଟ୍ରେଡମିଲ୍ କିମ୍ବା ଅନ୍ୟାନ୍ୟ ଉପକରଣରେ ସେମାନେ ସପ୍ତାହରେ ତିନିଦିନ ଚାଲିପାରିବେ। ସବୁଠୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି, କଂକ୍ରିଣ୍ଟ ରାସ୍ତା କି ପଥର ଉପରେ ଚାଲିଲେ ଏହା ସ୍ବାସ୍ଥ୍ୟ ପାଇଁ ଭଲ ନୁହେଁ, ତେଣୁ ଘାସ ଗାଲିଚାରେ ଚାଲିଲେ ଫିଟ୍‌ ଓ ନୀରୋଗ ରହିପାରିବେ।

Click to comment

Leave a Reply

Your email address will not be published. Required fields are marked *

ଚର୍ଚ୍ଚିତ ଖବର

To Top