ନ୍ୟୁଜ୍ ବୁଲେଟିନ୍

ଖେଳ ପଡ଼ିଆ ନାହିଁ, ଅଭ୍ୟାସ ର ସୁଯୋଗ ପାଉନାହାନ୍ତି ଛାତ୍ରୀ

ଖେଳ ପଡ଼ିଆ ନାହିଁ, ଅଭ୍ୟାସ ର ସୁଯୋଗ ପାଉନାହାନ୍ତି ଛାତ୍ରୀ

ରାଇକିଆ,17/3- ଖେଳିବା ପାଇଁ ଭିତ୍ତିଭୂମି ନାହିଁ । ଅଭ୍ୟାସ ର ସୁଯୋଗ ପାଉନାହାନ୍ତି ଛାତ୍ରୀ , ତା ସତ୍ତ୍ୱେ ଜିଲ୍ଲା ତଥା ରାଜ୍ୟ ଓ ଜାତୀୟ ସ୍ତରର ବିଭିନ୍ନ କ୍ରୀଡା ପ୍ରତିଯୋଗିତା ରେ ଛାତ୍ରୀ ଙ୍କୁ ମିଳୁଛି ସଫଳତା । ଏ ଭଳି ସଫଳତା ଲାଭ କରି ପ୍ରଶଂସା ସାଉଁଟୁଛନ୍ତି କନ୍ଧମାଳ ଜିଲ୍ଲା ରାଇକିଆ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ର ଛାତ୍ରୀ । ଅନ୍ୟ ପକ୍ଷରେ ଦୀର୍ଘ ବର୍ଷ ଧରି ଖେଳ ପଡିଆ ଟିଏ ପାଇଁ ଦାବୀ କରି ଆସୁଥିଲେ ମଧ୍ୟ ପ୍ରଶାସନ ତରଫରୁ ବ୍ୟବସ୍ଥା କରାଯାଇପାରିନାହିଁ । ଏସ ଏସ ଡି ତରଫରୁ ପରିଚାଳିତ ଏହି ଆବାସିକ ବିଦ୍ୟାଳୟ ରେ ପାଖାପାଖି 600 ଉର୍ଦ୍ଧ୍ବ ଛାତ୍ରୀ ଅଧ୍ୟୟନ କରୁଛନ୍ତି । 1963 ରେ ସ୍ଥାପିତ ଏହି ବିଦ୍ୟାଳୟ 62 ବର୍ଷ ବିତି ଯାଇଥିଲେ ମଧ୍ୟ ଖେଳ ପଡ଼ିଆ ନଥିବାରୁ ବିଦ୍ୟାଳୟ ବାରଣ୍ଡା ରେ ଅଭ୍ୟାସ କରୁଛନ୍ତି ଛାତ୍ରୀ । ଗତ କିଛି ବର୍ଷ ମଧ୍ୟରେ ବିଭିନ୍ନ ପ୍ରତିଯୋଗୀତା ରେ ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି ଛାତ୍ରୀ ମାନେ । 2012 ରୁ 2024 ମଧ୍ୟରେ 9 ଜଣ ଛାତ୍ରୀ ବିଦ୍ୟାଳୟ ସ୍ତର ରେ ରାଜ୍ୟ ପାଇଁ ଜାତୀୟ ସ୍ତର ରେ ଭଲିବଲ୍, ଖୋକୋ , ବିଚ୍ ଭଲିବଲ୍, ଟେନିସ ଭଲିବଲ୍ ଭଳି କ୍ରୀଡା ରେ ପ୍ରତିନିଧିତ୍ଵ କରିଛନ୍ତି। ସେହି ପରି ରାଜ୍ୟ ସ୍ତର ରେ ମଧ୍ୟ ପ୍ରତିନିଧିତ୍ଵ କରିବା ପାଇଁ ପ୍ରତ୍ୟେକ ବର୍ଷ ଛାତ୍ରୀ ମାନେ ମନୋନୀତ ହେଉଛନ୍ତି । ଏଭଳି ସଫଳତା ସତ୍ତ୍ୱେ ଭିତ୍ତିଭୂମି ଅଭାବ ଯୋଗୁଁ ଅଭ୍ୟାସ ରୁ ବଞ୍ଚିତ ହେଉଛନ୍ତି ଛାତ୍ରୀ । 2021 ରୁ ବିଦ୍ୟାଳୟ ପାଈଁ 2 ଏକର ଜମି ପ୍ରଶାସନ ତରଫରୁ ଯୋଗାଇ ଦିଆ ଯାଇଥିବା ବେଳେ ଉକ୍ତ ଜମି ଜବର୍ ଦଖଲ ରେ ଥିବା ଯୋଗୁଁ ବିଦ୍ୟାଳୟ କର୍ତ୍ତୃପକ୍ଷ ଜମି କୁ ଅକ୍ତିଆର ରେ ନେଇ ପାରୁନାହାଁନ୍ତି । ଏ ନେଇ ରାଇକିଆ ତହସିଲଦାର ଙ୍କ ଦୃଷ୍ଟି ଆକର୍ଷଣ କରଯାଇଥିବା ପ୍ରଧାନ ଶିକ୍ଷକ ଉମା ଶଙ୍କର ସାମନ୍ତରାୟ ପ୍ରକାଶ କରିଛନ୍ତି । ଅନ୍ୟ ପକ୍ଷରେ ବିଦ୍ୟାଳୟ ପରିଚାଳନା କମିଟି ପକ୍ଷରୁ ମଧ୍ୟ ଜିଲାପାଳ ଙ୍କ ଅଭିଯୋଗ ଶୁଣାଣୀ ରେ ଲିଖିତ ଭାବେ ସମସ୍ୟା ର ସମାଧାନ ପାଇଁ ଦାବି କରାଯାଇଛି ।

Click to comment

Leave a Reply

Your email address will not be published. Required fields are marked *

ଚର୍ଚ୍ଚିତ ଖବର

To Top