ରାଇକିଆ,୮/୩- କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ୍ ଗୁମାମାହା ପଂଚାୟତ ରେ ଶନିବାର ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ ହୋଇଯାଇଛି । ମାଧ୍ୟମ ଫାଉଣ୍ଡେଶନ ତରଫରୁ ଆୟୋଜିତ କାର୍ଯ୍ୟକ୍ରମ ରେ ଶତାଧିକ ମହିଳା ରାଲି ରେ ବାହାରି ପଂଚାୟତ ପରିକ୍ରମା କରିଥିଲେ । ଆୟୋଜିତ କାର୍ଯ୍ୟକ୍ରମରେ ଅତିଥି ଭାବେ ଗୁମାମହା ସରପଞ୍ଚ ପ୍ରମିଳା ପ୍ରଧାନ ଯୋଗଦେଇ ଏହି ଦିବସ ପାଳନ ର ଉଦ୍ଧେଶ୍ୟ, ମହିଳାଙ୍କ ଅଧିକାର ଏବଂ ଦେଶର ବିକାଶ ରେ ମହିଳାଙ୍କ ଭୂମିକା ସମ୍ପର୍କ ରେ ଆଲୋକପାତ କରିଥିଲେ । ଅନ୍ୟ ଅତିଥି ଭାବେ ଗୁମାମାହା ପଞ୍ଚାଯତ କାର୍ଯ୍ୟ ନିର୍ବାହୀ ଅଧିକାରୀ ସୁଶାନ୍ତ ପ୍ରଧାନ ଯୋଗ ଦେଇଥିଲେ। ମାଧ୍ୟମ ଫାଉଣ୍ଡେଶନ ର ପ୍ରୋଗ୍ରାମ ଅଫିସର ସଞ୍ଜୀବ କୁମାର ଖଣ୍ଡଗିରି ସଂଯୋଜନା କରିଥିବା ବେଳେ କ୍ଷେତ୍ର କର୍ମୀ ଅଶୋକ ବେହେରା , ଲବ ପ୍ରଧାନ, ଆନନ୍ଦ ପ୍ରଧାନ,ରୁନିମା ପ୍ରଧାନ, ଏଲସେବା ପ୍ରଧାନ ପରିଚାଳନା କରିଥିଲେ ।
