Breaking-news

ଗ୍ୟାସ କଳା ବଜାରୀ, ୪୯ ସିଲିଣ୍ଡର ଜବତ

ଗ୍ୟାସ କଳା ବଜାରୀ, ୪୯ ସିଲିଣ୍ଡର ଜବତ

ଫୁଲବାଣୀ୧୬/୪ : ଫୁଲବାଣୀ ରେ ଜାଳେଣି ଗ୍ୟାସ୍ ସିଲିଣ୍ଡର କଳା ବଜାରି ଜୋରସୋରରେ ଚାଲିଛି। ଗ୍ୟାସ୍ ଏଜେନ୍ସି ମାନଙ୍କ ପାଖରୁ ସିଲିଣ୍ଡର ଆଣି ନିଜ ଘରେ ଗଛିତ ରଖି ଚଢା ଦରରେ ବିକ୍ରି କରୁଥିବା ଜଣେ ବ୍ୟକ୍ତିଙ୍କ ଘରେ ତଲାସି କରି ୪୯ ଟି ସିଲିଣ୍ଡର ଜବତ କରିଛି ଜିଲ୍ଲା ଖାଉଟି ଜୋଗାଣ ବିଭାଗ। ଆଜି କନ୍ଧମାଳ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଏହି ଚଢାଉ କରିଛି ଖାଉଟି ଜୋଗାଣ ବିଭାଗ। ଜିଲ୍ଲା ଖାଉଟି ଯୋଗାଣ ଅଧୂକାରୀ ଜ୍ଞାନେନ୍ଦ୍ରୀୟ ମିଶ୍ରଙ୍କ ନେତୃତ୍ୱରେ, ଫୁଲବାଣୀ ନାରାୟଣୀ ସାହିର ସରୋଜ ଚନ୍ଦ୍ର ସାହୁଙ୍କ ଘରେ ଚଢାଉ କରାଯାଇ ସମୁଦାୟ ୪୯ଟି ସିଲିଣ୍ଡର ଜବତ କରାଯାଇଛି। ସେଥୁରୁ ୨୫ଟି ରେ ଗ୍ୟାସ୍‌ ଭର୍ତ୍ତି ହୋଇଥ‌ିବା ବେଳେ ଆଉ ୨୪ଟି ଖାଲି ସିଲିଣ୍ଡର ଜବତ କରାଯାଇଛି। ସେଥ୍‌ରୁ ୨୬ଟି କମର୍ସିଆଲ, ଆଉ ୨୩ଟି ଘରୋଇ ସିଲିଣ୍ଡର ରହିଥ‌ିବା ନେଇ ଜିଲ୍ଲା ଖାଉଟି ଯୋଗାଣ ଅଧୂକାରୀ ସୂଚନା ଦେଇଛନ୍ତି।

Click to comment

Leave a Reply

Your email address will not be published. Required fields are marked *

ଚର୍ଚ୍ଚିତ ଖବର

To Top