Breaking-news

ଚଳଚ୍ଚିତ୍ର ନିର୍ମାତା ଓ ନିର୍ଦ୍ଦେଶକମାନଙ୍କ ପାଇଁ ମୁଖ୍ୟ ଆକର୍ଷଣ ପାଲଟିଛି କୋରାପୁଟ ଦେଓମାଳି

ଚଳଚ୍ଚିତ୍ର ନିର୍ମାତା ଓ ନିର୍ଦ୍ଦେଶକମାନଙ୍କ ପାଇଁ ମୁଖ୍ୟ ଆକର୍ଷଣ ପାଲଟିଛି କୋରାପୁଟ ଦେଓମାଳି

କୋରାପୁଟ : ଏକଦା ମାଓବାଦୀଙ୍କ ଗଡ଼ ଭାବେ ପରିଚିତ କୋରାପୁଟ ଜିଲ୍ଲା ବର୍ତ୍ତମାନ ଚଳଚ୍ଚିତ୍ର ନିର୍ମାତା ଓ ନିର୍ଦ୍ଦେଶକମାନଙ୍କ ପାଇଁ ମୁଖ୍ୟ ଆକର୍ଷଣ ପାଲଟିଛି। ଆଗାମୀ ଦିନରେ ଦେଓମାଳିକୁ ସୁଟିଂ ପାଇଁ ଟଲିଉଡ୍‌ ଅଭିନେତା ସୁପରଷ୍ଟାର୍‌ ମହେଶ ବାବୁ, ବଲିଉଡ୍‌ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଓ ଦକ୍ଷିଣ ଭାରତର ସୁପ୍ରସିଦ୍ଧ ଚଳଚ୍ଚିତ୍ର ନିର୍ମାତା-ନିର୍ଦ୍ଦେଶକ ଏସ୍ଏସ୍. ରାଜାମୌଲି ଆସିବା ଏହାର ପ୍ରମାଣ। ଶ୍ରୀ ରାଜାମୌଲି ଦେଓମାଳିରେ ଉଭୟ ତେଲୁଗୁ ଏବଂ ହିନ୍ଦୀ ଭାଷାରେ ଏକ ଚଳଚ୍ଚିତ୍ର ନିର୍ମାଣ କରିବାକୁ ଯାଉଛନ୍ତି। ଚଳିତ ମାସ ପ୍ରାରମ୍ଭରୁ ଶେଷ ପର୍ଯ୍ୟନ୍ତ ଦେଓମାଳିରେ ଫିଲ୍ମ ସୁଟିଂ ପାଇଁ ଜିଲ୍ଲା ପ୍ରଶାସନ ଓ ପୁଲିସ୍‌ ଶ୍ରୀ ରାଜାମୌଲିଙ୍କୁ ଅନୁମତି ଦେଇଥିବା ଜଣାପଡ଼ିଛି। ମହେଶ ବାବୁ ଓ ପ୍ରିୟଙ୍କା ଚୋପ୍ରା ଅଭିନୀତ ଉକ୍ତ ସିନେମା ଦେଓମାଳି ସମେତ ଜିଲ୍ଲାର ଆଉ କେତେକ ସ୍ଥାନରେ ସୁଟିଂ ହେବ ବୋଲି ଜଣାପଡ଼ିଛି।

ଦିନ ଥିଲା, କୋରାପୁଟ ଜିଲ୍ଲାର ବୈପାରୀଗୁଡ଼ା, ଲମତାପୁଟ, ନାରାୟଣପାଟଣା, ପଟ୍ଟାଙ୍ଗି, ନନ୍ଦପୁର, ସେମିଳିଗୁଡା ବ୍ଲକ ମାଓପ୍ରବଣ ଭାବେ ପରିଚିତ ହେଉଥିଲା। କିନ୍ତୁ ଆଜି ସମୟ ବଦଳିବା ସହ ମାଓ ଅଧ୍ୟୁଷିତ ଅଞ୍ଚଳରେ ସାମଗ୍ରିକ ବିକାଶ ହୋଇଛି। ସାଧାରଣ ନାଗରିକ ନିର୍ଭୟରେ ସେହି ଅଞ୍ଚଳରେ ଚଳପ୍ରଚଳ କରି ପାରୁଛନ୍ତି। କେନ୍ଦ୍ରୀୟ ସୁରକ୍ଷା ବାହିନୀ ଓ ରାଜ୍ୟ ପୁଲିସ ମାଓ ଦମନରେ ଉଲ୍ଲେଖନୀୟ ସଫଳତା ହାସଲ ପରେ ମାଓ ଅଧ୍ୟୁଷିତ ଅଞ୍ଚଳରେ ବର୍ତ୍ତମାନ ପର୍ଯ୍ୟଟନର ବିକାଶ ହୋଇଛି। ତେଣୁ ଏସବୁ ସ୍ଥାନ ଏବେ ଫିଲ୍ମ ନିର୍ମାତାମାନଙ୍କୁ ଆକର୍ଷିତ କରୁଛି।

Click to comment

Leave a Reply

Your email address will not be published. Required fields are marked *

ଚର୍ଚ୍ଚିତ ଖବର

To Top