Breaking-news

ଦାରିଙ୍ଗବାଡିରୁ କଟକକୁ ଶୀତତାପ ନିୟନ୍ତ୍ରିତ ବସ ସୁବିଧା , ପୂରଣ ହେଲା ଦାବୀ

ଦାରିଙ୍ଗବାଡିରୁ କଟକକୁ ଶୀତତାପ ନିୟନ୍ତ୍ରିତ ବସ ସୁବିଧା , ପୂରଣ ହେଲା ଦାବୀ

ଦାରିଙ୍ଗବାଡି, ୨୪।୩ – ଅଞ୍ଚଳର ଦୀର୍ଘ ଦିନର ଅଭାବକୁ ପୂରଣ କଲେ ରାଜ୍ୟ ସରକାର। ସୋମବାରଠାରୁ ଦାରିଙ୍ଗବାଡିରୁ କଟକକୁ ଶୀତତାପ ନିୟନ୍ତ୍ରଣ ସୁବିଧା ରହିଥିବା ସରକାରୀ ଯାତ୍ରୀବାହୀ ବସ ସୋମବାରଠାରୁ ଯାତାୟାତ କରିଛି । ମିଳିଥିବା ସୂଚନା ପ୍ରକାରେ ସୋମବାର ସକାଳ ୬ ଟାରୁ କଟକରୁ ବାହାରି ଦାରିଙ୍ଗବାଡି ଅଭିମୁଖେ ଆସିଥିଲା ଏହି ବସ। ସେହିପରି ମଙ୍ଗଳବାରଠାରୁ ସକାଳ ସମୟରେ ଦାରିଙ୍ଗବାଡିରୁ କଟକ ଅଭିମୁଖେ ଯାତ୍ରା କରିବ ନିୟମିତ ଏହି ବସ ଯାତାୟାତ କରିବ ବୋଲି ଜଣାପଡିଛି। ପ୍ରତିଦିନ ଏହି ବସ ଦାରିଙ୍ଗବାଡି ଠାରୁ କଟକକୁ ଯାତ୍ରା କରିବ ଏହା ସୋରଡ଼ା, ଭଂଜନଗର ଦେଇ ନୟାଗଡ଼, ଖୋର୍ଦ୍ଧା ହୋଇ କଟକ -ଦାରିଙ୍ଗବାଡି ଯାତାୟାତ କରିବ ବୋଲି ଜଣାପଡିଛି। ମିଳିଥିବା ସୂଚନା ଅନୁଯାୟୀ ସୋମବାର ଜିଲ୍ଲାରେ ରାଜ୍ୟ ସରକାରଙ୍କ ପକ୍ଷରୁ ଏକାଧିକ ବସ ବିଭିନ୍ନ ଜିଲାକୁ ସୋମବାର ଯାତାୟତର ଶୁଭାରମ୍ଭ କରିଛନ୍ତି। ବ୍ରହ୍ମପୁରଠାରୁ ଖଜୁରୀପଡା, ଫୁଲବାଣୀଠାରୁ ରେଢ଼ାଖୋଲ ଆଦି ଅଞ୍ଚଳକୁ ନୂଆ ଯାତ୍ରୀବାହି ସରକାରୀ ବସ ଚଳାଚଳ ଆରମ୍ଭ ହୋଇଛି।

Click to comment

Leave a Reply

Your email address will not be published. Required fields are marked *

ଚର୍ଚ୍ଚିତ ଖବର

To Top