Breaking-news

ଦିବ୍ୟାଙ୍ଗ ଶିକ୍ଷା ତାଲିମ୍ ଶିବିର ଉଦଯାପିତ

ଦିବ୍ୟାଙ୍ଗ ଶିକ୍ଷା ତାଲିମ୍ ଶିବିର ଉଦଯାପିତ

ଦାରିଙ୍ଗବାଡ଼ି,୩୦/୪- ୧୫ ଦିନ ଧରି ଚାଲିଥିବା ନିଷ୍ଠା ବା ସମାନ ଓ ଅନ୍ତର୍ଭୁକ୍ତ ଶିକ୍ଷା ତାଲିମ ଶିବିର ଉଦ୍‌ଯାପିତ ହୋଇଛି। ଦାରିଙ୍ଗବାଡ଼ି ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଉଦ୍‌ଯାପନୀ ଉତ୍ସବ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ନରେନ୍ଦ୍ର ବେହେରାଙ୍କ ତତ୍ୱାବଧାନରେ ଅନୁଷ୍ଠିତ ହୋଇଛି। କାର୍ଯ୍ୟକ୍ରମରେ ଶିକ୍ଷୟିତ୍ରୀଶିକ୍ଷକଙ୍କୁ ସଫଳତାର ସହ ତାଲିମଦାତା ମାନେ ତାଲିମ ପ୍ରଦାନ କରାଯାଇଥିଲା। ଏହି ଅବସରରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସେମାନଙ୍କୁ ସାଧୁବାଦ ଜଣାଇବା ସହ ଅଙ୍ଗବସ୍ତ୍ର ଦେଇ ସମ୍ବର୍ଦ୍ଧିତ କରିଥିଲେ। ଗୋଷ୍ଠୀ ସମ୍ବଳ ଶିକ୍ଷକ ମାନସ ଷଡ଼ଙ୍ଗୀଙ୍କ ତତ୍ୱାବଧାନରେ ତାଲିମଦାତା ଭାବେ ସିଆରସିସି ରାକେଶ ସାହୁଙ୍କ ସମେତ ବରିଷ୍ଠ ଶିକ୍ଷକ ରଞ୍ଜିତ କୁମାର ମିଶ୍ର, ନିରଞ୍ଜନ ସାହୁ, ଦେବବ୍ରତ ସାହୁ ଏବଂ ଗୋଷ୍ଠୀ ସମ୍ବଳ ଶିକ୍ଷୟିତ୍ରୀ ରଶ୍ମିତା ସେନାପତି ପ୍ରମୁଖ ତାଲିମ ପ୍ରଦାନ କରିଥିଲେ। ଏଥିରେ ସାଧାରଣ ଚଳଣି ଓ ସ୍ବାସ୍ଥ୍ୟ ଗଠନ ରହିଥିବା ଛାତ୍ରୀଛାତ୍ରଙ୍କ ଭଳି ସହ ସମାନ ଦିବ୍ୟାଙ୍ଗ ଛାତ୍ରୀଛାତ୍ରଙ୍କୁ ମଧ୍ୟ ଶିକ୍ଷା ପ୍ରଦାନ କରାଯିବା ଏବଂ ଦିବ୍ୟାଙ୍ଗଙ୍କୁ ସେହି ସମାନ ଯୋଗଶିକ୍ଷା, ଖେଳକୁଦ, ପାଠ୍ୟରେ ସାହିତ୍ୟ, ବିଜ୍ଞାନ, ପରିବେଶ ବିଜ୍ଞାନ, ଗଣିତ ଆଜି ବିଷୟରେ ସୁହାଇଲା ଭଳି ଶିକ୍ଷାଦାନ କରିବା ଓ ଏଥିରେ ସାଧାରଣ ଛାତ୍ରୀଛାତ୍ରଙ୍କ ଭଳି ଦିବ୍ୟାଙ୍ଗଙ୍କୁ ମଧ୍ୟ ଏଥିରେ ଅନ୍ତର୍ଭୁକ୍ତ କରାଇବା ନେଇ ଶିକ୍ଷୟିତ୍ରୀଶିକ୍ଷକ ମାନଙ୍କୁ ତାଲିମ ଦିଆଯାଉଛି।

Click to comment

Leave a Reply

Your email address will not be published. Required fields are marked *

ଚର୍ଚ୍ଚିତ ଖବର

To Top