ରାଇକିଆ,୧୭/୬- କନ୍ଧମାଳ ନବ ନିର୍ବାଚିତ ସାଂସଦ ସୁକାନ୍ତ ପାଣିଗ୍ରାହୀ ଙ୍କ କନ୍ଧମାଳ ଗସ୍ତ ଅବସର ରେ ରାଇକିଆ ଠାରେ ବିପୁଳ ସମ୍ବର୍ଦ୍ଧନା ଦିଆଯାଇଛି । ବେରେଡାକିଆ ଛକ ଠାରୁ ପାରମ୍ପରିକ ବାଦ୍ୟ ଓ ନୃତ୍ୟ ସହ ସ୍ବାଗତ କରାଯାଇଥିଲା । ଶୋଭାଯାତ୍ରା ରେ ବସଷ୍ଟାଣ୍ଡ ପର୍ଯ୍ୟନ୍ତ ଯାଇ ସେଠାରେ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ବିଭିନ୍ନ ସଙ୍ଗଠନ ତରଫରୁ କର୍ମକର୍ତା ମାନେ ଶୁଭେଚ୍ଛା ଜ୍ଞାପନ ସହ ଅଭିନନ୍ଦନ ଜଣାଇଥିଲେ । ସ୍ଥାନୀୟ ଅଞ୍ଚଳ ର ବିଭିନ୍ନ ସମସ୍ୟା ର ସମାଧାନ ଦିଗରେ କାର୍ଯ୍ୟ କରିବା ସହ ତୃଣ ମୂଳ ସ୍ତର ରେ ସାଧାରଣ ଗରିବ ଲୋକ ଟିଏ ଯେପରି ସରକାର ଙ୍କ ସମସ୍ତ ସୁବିଧା ହାସଲ କରି ପାରିବ ସେ ଦିଗରେ କାର୍ଯ୍ୟ କରିବେ ବୋଲି ବକ୍ତବ୍ୟ ରେ କହିଥିଲେ । ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ରେ ଭାଜପା ଜିଲ୍ଲା ସଭାପତି ଜଗନ୍ନାଥ ସାହୁ, ପୁର୍ବତନ ବିଧାୟକ ମନୋଜ ପ୍ରଧାନ, ପୁର୍ବତନ ବିଧାୟିକା ଅଜୟନ୍ତି ପ୍ରଧାନ, ଜିଲ୍ଲା ଓବିଶୀ ମୋର୍ଚ୍ଚା ସଭାପତି ସନ୍ତୋଷ ଲେଙ୍କା, ମଣ୍ଡଳ ସଭାପତି ନାରାୟଣ ପାତ୍ର, ଜିଲ୍ଲା ସାଧାରଣ ସମ୍ପାଦକ ମାନ ଗୋବିନ୍ଦ ପ୍ରଧାନଙ୍କ ସମେତ ବହୁ ସଂଖ୍ୟା ରେ ଦଳୀୟ କର୍ମୀ, କର୍ମକର୍ତା ଓ ଜନ ସାଧାରଣ ଉପସ୍ଥିତ ଥିଲେ ।
