ଖାଦ୍ୟ

ପନିପରିବା ଚାଷ ନାହିଁ, ବାହାର ଜିଲ୍ଲାକୁ ଭରସା

ପନିପରିବା ଚାଷ ନାହିଁ, ବାହାର ଜିଲ୍ଲାକୁ ଭରସା

ରାଇକିଆ,-କନ୍ଧମାଳ ଜିଲ୍ଲା ରାଇକିଆ ଅଞ୍ଚଳ ରେ ଗତ କିଛି ଦିନ ହେଲା ପନିପରିବା ଅଭାବ ଏକ ବଡ଼ ସମସ୍ୟା ଭାବେ ଦେଖାଦେଇଛି । ବଜାର କୁ ଆଦ୍ୱୋ ପନିପରିବା ଆସୁ ନଥିବା ବେଳେ ଯାହା ଆସୁଛି ଚଢ଼ା ଦର ରେ ବିକ୍ରି ହେଉଛି । ଫୁଲ କୋବି, ବନ୍ଧା କୋବି, ବିନ୍ସ ଉତ୍ପାଦନ ପାଇଁ ଖ୍ୟାତି ଅର୍ଜନ କରିଥିବା ରାଇକିଆ ଅଞ୍ଚଳ ରେ ବିନ୍ସ କିଲୋ ବର୍ତ୍ତମାନ 150ରେ ବିକ୍ରି ହେଉଛି । ବାହାର ଜିଲ୍ଲା ବିଶେଷ କରି ହିଞ୍ଜିଳି କାଟୁ ଅଞ୍ଚଳ ର ବନ୍ଧା କୋବି ରାଇକିଆ ରେ କିଲୋ ପ୍ରତି 40 ଟଙ୍କା ରେ ବିକ୍ରି ହେଉଛି । ବର୍ଷ ରେ ତିନି ଚାରିମାସ ବ୍ୟାପକ ପରିମାଣ ରେ ରାଜ୍ୟ ର ବିଭିନ୍ନ ଜିଲ୍ଲାକୁ ଏଠାରୁ ବିନ୍ସ ଓ ଫୁଲ କୋବି, ବନ୍ଧାକୋବି ପଠା ଯାଉଥିବା ବେଳେ ବାକି ପନିପରିବା ସଙ୍କଟ ଦେଖା ଦେଉଛି । ବର୍ଷ ରେ କେବଳ ଖରିଫ ଋତୁରେ ହିଁ ବର୍ଷା ଜଳ ଭରସା ରେ ଚାଷୀ ପନିପରିବା ଚାଷ କରନ୍ତି । ତାହା ଅମଳ ହେଲା ବେଳକୁ ନଭେମ୍ବର, ଡିସେମ୍ବର ମାସ ହୋଇଯାଇଥାଏ । ଏହି ସମୟ ରେ ମାତ୍ରାଧିକ ଉତ୍ପାଦନ ଯୋଗୁଁ ଚାଷୀ ଅଭାବୀ ବିକ୍ରି ର ଶିକାର ହୁଏ କିମ୍ବା ବହୁତ କମ ଦର ରେ ବଜାର ରେ ବିକ୍ରି କରିଥାଏ । ଅନ୍ୟ ପକ୍ଷରେ ଜଳ ସେଚନ ର ସୁବିଧା ନଥିବାରୁ ଅଧିକାଂଶ ଚାଷୀ ରବି ଋତୁ ରେ କୌଣସି ପରିବା ଚାଷ କରି ପାରନ୍ତି ନାହିଁ । ତାହାର ପ୍ରଭାବ ଜୁନ୍, ଜୁଲାଇ, ଅଗଷ୍ଟ ମାସ ର ବଜାର ଉପରେ ପଡ଼ିଥାଏ ଏବଂ ବଜାର ରେ ପନିପରିବା ସଙ୍କଟ ଦେଖା ଦେବା ସହ ଅତ୍ୟନ୍ତ ଚଢ଼ା ଦର ରେ ବିକ୍ରି ହୋଇଥାଏ । ଏହି ସମୟ ରେ ଅନେକ ପରିବା ବାହାର ଜିଲ୍ଲାରୁ ଆସିଥାଏ । ଏ ନେଇ ଚାଷୀ ସୁବଳ ପ୍ରଧାନ କୁହନ୍ତି ,ତାଙ୍କ ଜମି ନିକଟ ରେ ପୋଖରୀ ଥିବା ଯୋଗୁଁ ଖରା ଦିନେ ବିନ୍ସ ଚାଷ କରିଥିଲେ କିନ୍ତୁ ପ୍ରବଳ ଖରା ଯୋଗୁଁ ତାହା ପୋଡ଼ି ନଷ୍ଟ ହୋଇଗଲା । ଏବେ ଫୁଲ କୋବି ଲଗାଇଛନ୍ତି ପାଗ ଯଦି ଠିକ୍ ଠାକ୍ ରହେ ଅକ୍ଟୋବର କିମ୍ବା ନଭେମ୍ବର ଆଡ଼କୁ ତାହା ଉତ୍ପାଦନ ହେବ କିନ୍ତୁ ସେତେବେଳେ ଦର୍ ବହୁତ୍ କମ୍ ରହିବାର ସମ୍ଭାବନା ଥିବାରୁ ଲାଭ ମଧ୍ୟ କମ୍ ହେବ । ଗୁମାମାହା ଅଞ୍ଚଳ ର ମଳୟ ନାୟକ କୁହନ୍ତି ପାଣି ସୁବିଧା ନଥିବାରୁ ଆମେ କେବଳ ବର୍ଷା ଦିନ ରେ ହିଁ ଚାଷ କରୁଛୁ । ଅନ୍ୟ ସମୟ ଆମକୁ ନିଜ ପାଇଁ ମଧ୍ୟ ପରିବା ବଜାର ରୁ କିଣିବାକୁ ପଡ଼ୁଛି ।

Click to comment

Leave a Reply

Your email address will not be published. Required fields are marked *

ଚର୍ଚ୍ଚିତ ଖବର

To Top