ପର୍ଯ୍ୟଟନ

ପିକନିକ ପାଇଁ ପ୍ରଥମ ପସନ୍ଦ ବାଦୁବାଡି

ପିକନିକ ପାଇଁ ପ୍ରଥମ ପସନ୍ଦ ବାଦୁବାଡି

କ.ନୂଆଗାଁ,୮/୧ – ଏବେ ଚାଲିଛି ପିକନିକ୍ ଋତୁ । ସବୁଠି ବଣ ଭୋଜି ର ଆସର । କନ୍ଧମାଳ ଜିଲ୍ଲା କ ନୂଆଗାଁ ବ୍ଲକ୍ ର ଗୁଞ୍ଜିବାଡି ନିକଟ ରେ ପ୍ରାକୃତିକ ସୌନ୍ଦର୍ଯ୍ୟ ରେ ଭରପୂର ବାଦୁବାଡି ହେଉଛି ସ୍ଥାନୀୟ ଲୋକଙ୍କ ପିକନିକ୍ ପାଇଁ ପ୍ରଥମ ପସନ୍ଦ । ବର୍ଷ ତମାମ ଏଠାରେ ଭୋଜି ଭାତ ର ଆସର ଜମିଥାଏ । ବିଶେଷ କରି ରାଇକିଆ ଅଞ୍ଚଳ ରୁ ଅଧିକାଂଶ ଲୋକେ ଏଠାକୁ ବଣ ଭୋଜି ପାଇଁ ଆସିଥାନ୍ତି । ରାଇକିଆ – କ ନୂଆଗାଁ ମୂଖ୍ୟ ରାସ୍ତା କଡ ରେ ବହି ଯାଇଥିବା କାଳୀପାନି ନଦୀ ସଂଲଗ୍ନ ବିରାଟ କାୟ ପଥର ଏବଂ ଜଳ ପ୍ରପାତ ଭଳି ଦୃଶ୍ୟ ପ୍ରକୃତି ପ୍ରେମୀ ଙ୍କ ମନ ମୋହିଥାଏ । ବିଶେଷ ଆନୁଷଙ୍ଗିକ ସୁବିଧା ନଥିଲେ ମଧ୍ୟ ଏଠାରେ ବଣ ଭୋଜି ପାଇଁ ପ୍ରକୃତି ପ୍ରେମୀ ଙ୍କ ଭିଡ଼ ଜମିଥାଏ l

Click to comment

Leave a Reply

Your email address will not be published. Required fields are marked *

ଚର୍ଚ୍ଚିତ ଖବର

To Top