କନ୍ଧମାଳ,- ରାଜ୍ୟ ର ପ୍ରମୁଖ ଜଳ ପ୍ରପାତ ମାନଙ୍କ ମଧ୍ୟ ରୁ ଅନ୍ୟତମ ହେଉଛି କନ୍ଧମାଳ ଜିଲ୍ଲା ର ଲୁଦୁ ଜଳ ପ୍ରପାତ । ଜିଲ୍ଲା ସଦର ମହକୁମା ଫୁଲବାଣୀ ଠାରୁ ୧୬୮ କିମି ଏବଂ କୋଟଗଡ ଠାରୁ 27 କିମି ଦୂରରେ ଅବସ୍ଥିତ ଏହି ଜଳ ପ୍ରପାତ ପ୍ରତି ପର୍ଯ୍ୟଟକଙ୍କ ସ୍ଵତନ୍ତ୍ର ଆକର୍ଷଣ ରହିଛି । ବିଶେଷ କରି ଶୀତ ଦିନେ ଏବଂ ପିକନିକ୍ ଋତୁ ଏଠାରେ ଭିଡ ଜମିଥାଏ । ଜଙ୍ଗଲ, ପାହାଡ ଘେରା ଏବଂ ଦୁର୍ଗମ ଅଞ୍ଚଳ ହୋଇଥିଲେ ମଧ୍ୟ ଏହାର ସୌନ୍ଦର୍ଯ୍ୟ ପ୍ରକୃତି ପ୍ରେମୀ ଙ୍କୁ ଏହି ସ୍ଥାନ କୁ ଟାଣି ଥାଏ । 100 ଫୁଟ୍ ଉପରୁ ପାଣି ପଡୁଥିବାର ଦୃଶ୍ୟ ଅତ୍ୟନ୍ତ ମନୋରମ ହୋଇଥିବା ବେଳେ ବୃହତ ପଥର ଚଟାଣ, ସବୁଜ ପରିବେଶ ଏହାର ସୋନ୍ଦର୍ଯ୍ୟ କୁ ଦ୍ଵିଗୁଣିତ କରିଥାଏ । କୋଟଗଡ ରୁ ସୁବର୍ଣ୍ଣ ଗିରି ଏବଂ ସେଠାରୁ ଆଗକୁ ଆଠ କିମି ଗଲେ ଏହି ସ୍ଥାନ ରେ ପହଞ୍ଚି ହୁଏ । ଦୁର୍ଗମ ଅଞ୍ଚଳ ହୋଇଥିବାରୁ ସେହି ସ୍ଥାନ ରେ ରହିବା ଖାଇବା ପାଇଁ ଏବଂ ଗମନା ଗମନ ପାଇଁ କୌଣସି ବ୍ୟବସ୍ଥା ନଥିବା ରୁ ନିଜସ୍ଵ ବନ୍ଦୋବସ୍ତ ରେ ଯିବାକୁ ହୁଏ ।
