ଫୁଲବାଣୀ , 24/୦୩- କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଅଧୀନରେ ଥିବା ଜାଜେସପାଙ୍ଗା ପଞ୍ଚାୟତ ର ଲଦଡି ଛକ ନିକଟରେ ଏକ ବାଇକ ଧକ୍କାରେ ଜଣେ ବୃଦ୍ଧ ଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି I ମୃତ ବୃଦ୍ଧ ଜଣକ ସେହି ଲଦଡି ଗାଁ ର ମାଳି ଦିଗାଳ (୬୫) ବୋଲି ଜଣାପଡିଛି I ସୂଚନା ଅନୁସାରେ ମୃତ ବୃଦ୍ଧ ଜଣକ ଗାଁରେ ଥିବା ଏକ ଦୋକାନ ରୁ କିଛି ଜିନିଷ କିଣି ରାସ୍ତାରେ ଚାଲି ନିଜ ଘରକୁ ଫେରୁଥିବା ସମୟରେ ବିପରୀତ ଦିଗରୁ ଦ୍ରୁତଗତିରେ ଏକ ବାଇକ ଆସି ତାଙ୍କୁ ଧକ୍କା ଦେଇଥିଲା I ଫଳରେ ବୃଦ୍ଧା ଙ୍କ ର ଘଟଣା ସ୍ଥଳରେ ହିଁ ମୃତ୍ୟୁ ହୋଇଥିଲା I ଅନ୍ୟପଟେ ଦୁର୍ଘଟଣା ଘଟାଇ ଥିବା ବାଇକ ଓ ବାଇକ ଚାଲାକ ଙ୍କୁ ଗ୍ରାମବାସୀ ଅଟକ ରଖିଥିବା ବେଳେ ଘଟଣା କୁ ନେଇ ଘଟଣା ସ୍ଥଳରେ ଉତ୍ତେଜନା ଦେଖାଦେଇଥିବା ବେଳେ ଖବର ଲେଖା ହେବା ପର୍ଯ୍ୟନ୍ତ ଘଟଣା ସ୍ଥଳରେ ପୋଲିସ ପହଂଚି ନଥିବା ଜଣାପଡିଛି I ଅନ୍ୟପଟେ ଦୁର୍ଘଟଣା ଘଟଇଥିବା ବାଇକ ଚାଲାକ ଜଣକ ସେହି ଜେଜେଶପାଙ୍ଗା ପଞ୍ଚାୟତ ଅଧୀନରେ ଥିବା କୁମ୍ଭାରପଦର ଗାଁ ର ବୋଲି ଜଣାପଡିଛି I
