Breaking-news

ଫୁଲବାଣୀ ଅବକାରୀ ବିଭାଗ ଦ୍ୱାରା ବୋଲେରୋ ଓ ଏକ କୁଇଣ୍ଟାଲ ଗଞ୍ଜେଇ ଜବତ,ଡ୍ରାଇଭର ସମେତ ଦୁଇ ଗିରଫ

ଫୁଲବାଣୀ ଅବକାରୀ ବିଭାଗ ଦ୍ୱାରା ବୋଲେରୋ ଓ ଏକ କୁଇଣ୍ଟାଲ ଗଞ୍ଜେଇ ଜବତ,ଡ୍ରାଇଭର ସମେତ ଦୁଇ ଗିରଫ

ଫୁଲବାଣୀ ,୨୨/୦୩- ଫୁଲବାଣୀ ସଦର ଅବକାରୀ ବିଭାଗ ଏକ ବୋଲେରୋ ସହ ଦୁଇଟି ଦାମୀ ମୋବାଇଲ ଓ ଏକ କୁଇଣ୍ଟାଲ ଗଞ୍ଜେଇ କୁ ଜବତ କରିବାରେ ସଫଳ ହୋଇଥିବା ବେଳେ ଗାଡିର ଡ୍ରାଇଭର ସମେତ ଦୁଇଜଣଙ୍କୁ ଗିରଫ କରିଛି । ସୂଚନା ଅନୁସାରେ କୌଣସି ଏକ ବିଶେଷ ସୂତ୍ର ରୁ ଗଞ୍ଜେଇ ଚାଲାଣ ହେଉଥିବା ଖବର ପାଇ ଅବକାରୀ ଓଆଇସି ପ୍ରକାଶ ଚନ୍ଦ୍ର ମଲ୍ଲିକ ଙ୍କ ନେତୃତ୍ୱ ରେ ଫୁଲବାଣୀ ଫିରିଙ୍ଗିଆ ମୁଖ୍ୟ ରାସ୍ତାର ଫୁଲବାଣୀ ସଦର ଥାନା ଅଧୀନରେ ଥିବା କସାକାଠି ଛକ ନିକରେ ଗଞ୍ଜେଇ ଭର୍ତି ବୋଲେରୋ ଟିକୁ ଧରିବାରେ ସଫଳ ହୋଇଥିଲେ । ତେବେ ବୋଲେରୋ ରେ ଚାଲାଣ ହେଉଥିବା ଗଞ୍ଜେଇ ଫିରିଙ୍ଗିଆ ଅଂଚଳରୁ ଭୁବନେଶ୍ୱର କୁ ଚାଲାଣ ହେଉଥୁବା ତଦନ୍ତ ରୁ ଜଣାପଡିଥିବା ବେଳେ ଏହି ଘଟଣାରେ ଗିରଫ ହୋଇଥିବା ଅଭିଯୁକ୍ତ ମାନଙ୍କ ମଧ୍ୟରେ ଗାଡିର ଡ୍ରାଇଭର ବୌଦ୍ଧ ଜିଲ୍ଲା ପୁରୁଣାକଟକ ଥାନା ଠିଡ଼କାଯୋଡି ଗାଁ ର ଶୁଭ୍ରାଂଶୁ ସାହୁ ବୋଲି ଜଣାପଡିଥିବା ବେଳେ ଅନ୍ୟଜଣେ କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ କାଶିନୀପଦର ପଞ୍ଚାୟତ ଅଧୀନରେ ଥିବା ସାସୀପଦର ଗାଁ ର ଅଜୟ ଦିଗାଳ ବୋଲି ଜଣାପଡିଛି । ଅନ୍ୟପଟେ ଏହିଘାଟଣାରେ ସଦର ଅବକାରୀ ବିଭାଗ ରେ 204/୨୦୨୫ ରେ ଏକ ମାମଲା ରୁଜୁ କରି ଅଭିଯୁକ୍ତ ମାନଙ୍କୁ ଜବତ ଗଞ୍ଜେଇ ସହ କୋର୍ଟ ଚାଲାଣ କରିଛି । ଏହି ଚଢ଼ାଉ ରେ ଅବକାରୀ ବିଭାଗ ର ଏଏସଆଇ ସମୀର ରଂଜନ ଭୋଇ,ମିଲନ କୁମାର ସାହୁ,ସଚିନ ଗୁରୁ ଙ୍କ ସହ ଅନ୍ୟାନ୍ୟ କର୍ମଚାରୀ ସାମିଲ ଥିଲେ ।

Click to comment

Leave a Reply

Your email address will not be published. Required fields are marked *

ଚର୍ଚ୍ଚିତ ଖବର

To Top