ଜିଲ୍ଲା

ବାଲିଗୁଡା ଓକିଲ ସଙ୍ଘ ନିର୍ବାଚନ ଶେଷ, ସଭାପତି ଟି ହରିଶ ଚନ୍ଦ୍ର ରାଓ, ସମ୍ପାଦକ ଅନିଲ କୁମାର ଦାସ

ବାଲିଗୁଡା ଓକିଲ ସଙ୍ଘ ନିର୍ବାଚନ ଶେଷ, ସଭାପତି ଟି ହରିଶ ଚନ୍ଦ୍ର ରାଓ, ସମ୍ପାଦକ ଅନିଲ କୁମାର ଦାସ

ବାଲିଗୁଡା 29/3-କନ୍ଧମାଳ ଜିଲ୍ଲା ବାଲିଗୁଡା ଓକିଲ ସଙ୍ଘର କର୍ମକର୍ତ୍ତା ନିର୍ବାଚନ ଶନିବାର ଅନୁଷ୍ଠିତ ହୋଇଯାଇଛି। ସଂଘର ମୁଖ୍ୟ ପଦବୀ ସଭାପତି ଭାବେ ଟି ହରିଶ ଚନ୍ଦ୍ର ରାଓ ନିର୍ବାଚିତ ହୋଇଥିବା ବେଳେ ସାଧାରଣ ସମ୍ପାଦକ ଭାବେ ଅନିଲ କୁମାର ଦାସ ନିର୍ବାଚିତ ହୋଇଛନ୍ତି। ଏହି ଉଭୟ ପଦ ପାଇଁ ଦିମୁଖୀ ଲଢେଇ ହୋଇଥିବା ବେଳେ ଦୁହେଁ ତାଙ୍କ ନିକଟତମ ପ୍ରତିଦ୍ବନ୍ଦୀଙ୍କଠାରୁ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଛନ୍ତି। ସେହିପରି କୋଷଧ୍ୟକ୍ଷ ଭାବେ ମାନସ କୁମାର ପଣ୍ଡା ନିର୍ନ୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଥିବା ବେଳେ ଉପସଭାପତି ଭାବେ ରାମକୃଷ୍ଣ ଦାସ ସହ ସମ୍ପାଦକ ନୀଳାଦ୍ରି କେଶରୀ ସାହାଣୀ ସର୍ବସମ୍ମତି କ୍ରମେ ମନୋନୀତ ହୋଇଥିଲେ। ଏହି ନିର୍ବାଚନକୁ ଆଇନଜୀବୀ ଶେଖ ଆନିସୁଦିନ ନିର୍ବାଚନ ପରିଚାଳନା କରିଥିଲେ। ଶାନ୍ତିପୂର୍ଣ୍ଣ ଭାବରେ ନିର୍ବାଚନ ସମ୍ପନ୍ନ ହୋଇଥିଲା । ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଏହି ନିର୍ବାଚନ ସମୟରେ ସମସ୍ତ ଓକିଲ ଉପସ୍ଥିତ ରହି ନିର୍ବାଚନରେ ସାମିଲ ହୋଇଥିଲେ।

Click to comment

Leave a Reply

Your email address will not be published. Required fields are marked *

ଚର୍ଚ୍ଚିତ ଖବର

To Top