ଜିଲ୍ଲା

ବିକଶିତ ଭାରତ ଯୁବ ସଂସଦ କାର୍ଯ୍ୟକ୍ରମ ଉଦଯାପିତ

ବିକଶିତ ଭାରତ ଯୁବ ସଂସଦ କାର୍ଯ୍ୟକ୍ରମ ଉଦଯାପିତ

ଫୁଲବାଣୀ 21/3- କନ୍ଧମାଳ ଜିଲ୍ଲା ଟିକାବାଲି ଏ, ଏମ, ସି,ଏସ ମହାବିଦ୍ୟାଳୟରେ ଅଧ୍ୟକ୍ଷ ଦୀନବନ୍ଧୁ ମହାନ୍ତିଙ୍କ ସଭାପତିତ୍ବ ରେ ଭାରତ ସରକାରଙ୍କ ସହାୟତାରେ ମୋ ଭାରତ ଫୁଲବାଣୀ ଓ ଜାତୀୟ ସେବା ଯୋଜନା ର ମିଳିତ ଆନୁକୁଲ୍ୟରେ ଦୁଇଦିନ ଧରି ଚାଲିଥିବା ବିକଶିତ ଭାରତ ଯୁବ ସଂସଦ କାର୍ଯ୍ୟକ୍ରମ ଉଦ୍ ଜାପିତ ହୋଇ ଯାଇଛି ।ମୁଖ୍ୟ ଅତିଥି ଭାବେ ଖଜୁରୀ ପଡା ବ୍ଲକ ବିଡ଼ିଓ ଶ୍ରୀ ଶୁଭ ଦତ୍ତ ଦତ୍ତାତ୍ରେୟ ବାହିନୀ ପତି ଯୋଗଦେଇ ଯୁବ ସମାଜ ଲକ୍ଷ ସ୍ଥିର କରି ଆଗକୁ ବଢ଼ିଲେ ନିଜର ବିକାଶ ହେବା ସଙ୍ଗେ ସଙ୍ଗେ ଭାରତ ବିକାଶ ହୋଇ ପାରିବ ବୋଲି ମତ ଦେଇ ଥିଲେ । ସମ୍ମାନିତ ଅତିଥି ଭାବେ ନହୁରୁ ଯୁବକେନ୍ଦ୍ର ର ପ୍ରତିନିଧି ଶ୍ରୀ ମନୋଜ କୁମାର ପଟ୍ଟନାୟକ, କନ୍ଧମାଳ ଓ ବୌଦ୍ଧ ଜିଲ୍ଲା ର ଜାତୀୟ ସେବା ଯୋଜନା ଅଧିକାରୀ ଡ ନଳିନୀ କୁମାର ପାଣିଗ୍ରାହୀ, ଡ ମନୋରଞ୍ଜନ ଘଡେ଼ଇ ଯୋଗଦେଇଥିଲେ ।ମୁଖ୍ୟବକ୍ତା ଭାବେ କନ୍ଧମାଳ ଜିଲ୍ଲା ବରିଷ୍ଟ ସାମ୍ବାଦିକ ଶ୍ରୀ ବ୍ରଜ ବିହାରୀ ନନ୍ଦ ଯୋଗଦେଇ ଭାରତରେ ରାସ୍ତାଘାଟ, ବଡ଼ କୋଠା ହୋଇଗଲେ ବିକାଶ ହୋଇଯାଏନି ଭାରତର ବିକାଶ ହେବାକୁ ହେଲେ ବ୍ୟକ୍ତିଗତ , ସାମାଜିକ ,ଆଧ୍ୟାତ୍ମିକ, ଏହିପରି ପ୍ରତ୍ୟେକ ସ୍ତରରେ ବିକାଶ ହେଲେ ଭାରତ ବିକଶିତ ହୋଇପାରିବ ବୋଲି ମତ ଦେଇଥିଲେ ।ଅଧ୍ୟାପକ ବିରୂପାକ୍ଷ ତ୍ରିପାଠୀ ଅତିଥି ଙ୍କୁ ସ୍ଵାଗତ କରିଥିବା ବେଳେ ଅଧ୍ୟାପକ ଶ୍ରୀ ବିଷ୍ଣୁ ପ୍ରସାଦ ରଥ ଧନ୍ୟବାଦ୍ ଅର୍ପଣ କରିଥିଲେ ନୋଡାଲ ଅଫିସର ଜ୍ଞାନରଞ୍ଜନ ଭୋଇ ପରିଚାଳନା କରିଥିଲେ ।ବିଚାରକ ବାବେ ଇଂରାଜୀ ଅଧ୍ୟାପକ ନରେନ୍ଦ୍ର ଦିଗାଲ, ରାଜନୀତି ବିଜ୍ଞାନ ଅଧ୍ୟାପକ ବନମାଳି ବେହେରା , ଡି .ପି.ଓ ଜାତୀୟ ସେବା ଯୋଜନାକନ୍ଧମାଳ, ଓ ବୌଦ୍ଧ ଜିଲ୍ଲାଡି,ପି,ଓ ନେହୁରୂ ଯୁବ କେନ୍ଦ୍ରର ପ୍ରତିନିଧି ଶ୍ରୀ ମନୋଜ କୁମାର ପଟ୍ଟନାୟକ ଯୋଗଦେଇ ଶହେ ପ୍ରତିଯୋଗୀ ରୁ ଦଶ ଜଣକୁ ରାଜ୍ୟ ସ୍ତରକୁ ପଠେଇ ବା ପାଇଁ ମନୋନୀତ କରିଥିଲେ ।

Click to comment

Leave a Reply

Your email address will not be published. Required fields are marked *

ଚର୍ଚ୍ଚିତ ଖବର

To Top